Advertisment

ଧରାପଡ଼ିଲେ ରାଜଧାନୀର କଟୁରୀ ଗ୍ୟାଙ୍ଗ୍: ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଲୋକ ସାମାନ୍ୟ ଆଶ୍ୱସ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆତଙ୍କ ଖେଳାଇଥିବା କଟୁରୀ ଗ୍ୟାଙ୍ଗର ୫ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଗିରଫ ଅପରାଧୀମାନେ ହେଲେ ଗଣେଶ କୋଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ। ଦୀର୍ଘ ୪ ମାସ…

ଧରାପଡ଼ିଲେ ରାଜଧାନୀର କଟୁରୀ ଗ୍ୟାଙ୍ଗ୍:  ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଲୋକ ସାମାନ୍ୟ ଆଶ୍ୱସ୍ତ

katuri-gang

Advertisment

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆତଙ୍କ ଖେଳାଇଥିବା କଟୁରୀ ଗ୍ୟାଙ୍ଗର ୫ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଗିରଫ ଅପରାଧୀମାନେ ହେଲେ ଗଣେଶ କୋଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ। ଦୀର୍ଘ ୪ ମାସ ଧରି ଏମାନେ ଦ୍ୱୈତନଗରୀରେ ଛିନତାଇ ଓ ରାହାଜାନି କରୁଥିଲେ। ବିଶେଷ କରି ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଓ ଏକୁଟିଆ ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ପଲସରରେ ଆସି ଲୋକଙ୍କୁ କଟୁରୀରେ ଆକ୍ରମଣ କରି ସେମାନଙ୍କ ପାଖରୁ ଅଳଙ୍କାର ଓ ଟଙ୍କା ଛଡ଼ାଇ ନେଉଥିଲେ।

Advertisment

ଏମିତି ବାରମ୍ବାର ଘଟଣା ପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍, ଖଣ୍ଡଗିରି ପୋଲିସ ଓ ସହିଦନଗର ପୋଲିସ ସହାୟତାରେ ଏହି ୫ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଏହାସହ ସେମାନଙ୍କ ପାଖରୁ ୧୯ଟି ସୁନା ଚେନ୍, ୬.୨ କିଲୋଗ୍ରାମ ଓଜନର ରୁପା ଅଳଙ୍କାର, ୧୩ ହଜାର ୬୦୦ ଟଙ୍କା, ଗୋଟିଏ ପଲସର ଗାଡ଼ି, ହୋଣ୍ଡା ଆକ୍ଟିଭା ଗାଡ଼ି ଓ କଟୁରୀ ଜବତ କରାଯାଇଛି। ଗିରଫ ୫ ଅପରାଧୀ ଦ୍ୱୈତନଗରୀର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ୨୫ଟି ମାମଲାରେ ସଂଶ୍ଳିଷ୍ଟ ଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ସେହିପରି କ୍ରାଇମବ୍ରାଞ୍ଚ STF କବଜାରେ ୨ ବନ୍ଧୁକ ସ୍ମଗଲର୍। ଭଦ୍ରକ ସହର ଉପକଣ୍ଠ ରାଣୀତାଲ ପାଖରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବାବେଳେ ୨ ଜଣଙ୍କୁ ଗିରଫ କରିଛି STF। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଗୁଳି ଜବତ ହୋଇଛି। ଗିରଫ ଦୁଇ ଜଣକ ମଧ୍ୟରୁ ଜଣେ ବିହାରର ମୁଙ୍ଗେର ଜିଲ୍ଲାର ରବୀନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। ଅନ୍ୟ ଜଣକ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର ବିଶ୍ୱନାଥ ବିଶୋଇ।

Advertisment

ଏମାନେ ବିହାର ଆଦି ଅଞ୍ଚଳରୁ ବନ୍ଧୁକ ଆଣି ଅପରାଧୀ ମାନଙ୍କୁ ଦେଉଥିଲେ। ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଏପ୍ରିଲ ୯ ତାରିଖରେ ୮ ବନ୍ଧୁକ ସହ ଦୁଇ ଜଣ ବେପାରୀ ଗିରଫ ହୋଇଥିଲେ। ବର୍ଷକ ମଧ୍ୟରେ ୨୭ଟି ବନ୍ଧୁକ ଓ ୬୧ଟି ଗୁଳି ଜବତ କରିଛି ଏସଟିଏଫ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ