Advertisment

ସଫଳତା ପାଇଁ ଦୃଢ଼ ଚେଷ୍ଟା ଦରକାର : ପ୍ରଥମ ଦୃଷ୍ଟିହୀନ ଦିବ୍ୟାଙ୍ଗ OASରେ ପାଇଲେ ସଫଳତା

ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ। ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ଦୃଷ୍ଟିହୀନ ତପସ୍ୱିନୀ ଦାସ । ସେ ଏହି ପରୀକ୍ଷାରେ୧୬୧ ରାଙ୍କ ହାସଲ କରିଛନ୍ତି । ଭୁବନେଶ୍ୱରରେ ଜନ୍ମ ହୋଇଥିବା ତପସ୍ୱିନୀ , ଡିଏଭି ଚନ୍ଦ୍ର ଶେଖରପୁରରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜର ଦୃଷ୍ଟି ଶକ୍ତି ହରାଇ ଥିଲେ । ପରେ ସେ ନିଜର ଏହି ଦୃଷ୍ଟିହୀନ ଦିବ୍ୟାଙ୍ଗତାକୁ ନେଇ ଭିମଭୋଇ […]

ସଫଳତା ପାଇଁ ଦୃଢ଼ ଚେଷ୍ଟା ଦରକାର : ପ୍ରଥମ ଦୃଷ୍ଟିହୀନ ଦିବ୍ୟାଙ୍ଗ OASରେ ପାଇଲେ ସଫଳତା

tapaswi

Advertisment

ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ। ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ଦୃଷ୍ଟିହୀନ ତପସ୍ୱିନୀ ଦାସ । ସେ ଏହି ପରୀକ୍ଷାରେ୧୬୧ ରାଙ୍କ ହାସଲ କରିଛନ୍ତି ।

Advertisment

ଭୁବନେଶ୍ୱରରେ ଜନ୍ମ ହୋଇଥିବା ତପସ୍ୱିନୀ , ଡିଏଭି ଚନ୍ଦ୍ର ଶେଖରପୁରରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜର ଦୃଷ୍ଟି ଶକ୍ତି ହରାଇ ଥିଲେ । ପରେ ସେ ନିଜର ଏହି ଦୃଷ୍ଟିହୀନ ଦିବ୍ୟାଙ୍ଗତାକୁ ନେଇ ଭିମଭୋଇ ସ୍କୁଲରେ ପଢ଼ିଲେ ଏବଂ ଯୁକ୍ତ ୨ ଓ ଗ୍ରାଜୁଏସନ , ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶେଷ କଲେ ।

ଓଟିଭିକୁ ନିଜର ସାକ୍ଷାତକାରରେ ତପସ୍ୱିନୀ କହିଛନ୍ତି , ସେ ୧୬୧ତମ ରାଙ୍କ ପାଇ ବହୁତ ଖୁସି ଅଛନ୍ତି। କିନ୍ତୁ ସେ ଓଏଏସ୍‌ ଓ ପିଜି ଏକା ସମୟରେ ପ୍ରସ୍ତୁତ ସମୟରେ ଅସୁବିଧା ଅନୁଭବ କରୁଥିବା ସତ୍ତ୍ୱେ ଭାଙ୍ଗିପଡ଼ିନଥିଲେ । OAS ପରୀକ୍ଷା ପାଇଁ ସେ ଅପସନାଲ୍‌ ବିଷୟ ପଲିଟିକାଲ୍‌ ସାଇନ୍ସ ଓ ହିଷ୍ଟ୍ରି ରଖିଥିଲେ।

Advertisment

କୌଣସି ସ୍ୱତନ୍ତ୍ର ଷ୍ଟଡି ପ୍ଲାନ୍‌ ନରଖି ସାଧାରଣ ଭାବେ ସେ ପଢ଼ାପଢ଼ି କରୁଥିଲେ। ତପସ୍ୱିନୀ ଛାତ୍ରଛାତ୍ରୀଙ୍କୁ ଏହି ଉପଦେଶ ଦେଇଛନ୍ତି , -‘’ତୁମର ପ୍ରସ୍ତୁତି ସମୟରେ ଅନେକ ପ୍ରତିବନ୍ଧକ ଓ ଅସୁବିଧା ଆସିବ । କିନ୍ତୁ ତାକୁ ସହଜରେ ପ୍ରତିହତ କରିହେବ , ଯଦି ମନରେ ଦୃଢ଼ ଇଚ୍ଛାଶକ୍ତି ଥିବ ।   OASରେ ସଫଳତା  ପାଇଁ କୌଣସି ସର୍ଟକଟ୍‌ ରାସ୍ତା ନାହିଁ , ଏହା ଏକ ଦୃଢ଼ ମନୋବଳର ଦୀର୍ଘ ଯାତ୍ରା । ଜଣକୁ ଏଥିରେ ସକରାତ୍ମକ ଭାବେ ରହିବାକୁ ହେବ । ”

ଦେଖନ୍ତୁ ଭିଡ଼ିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ