Advertisment

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ: ପୋଡ଼ିଗଲା ଘର, ଚାଲିଗଲା ଜୀବନ, ଆସିଲେନି ଫାୟାର୍‌ ମ୍ୟାନ୍‌

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଦୁଇଦିନ ହେବ ସାରା ରାଜ୍ୟରେ ଫାୟାର୍‌ ସର୍ଭିସ୍ ଅଚଳ ହୋଇପଡ଼ିଛି। ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ନୟାଗଡ଼ରେ ୫ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଛି। ମୟୂରଭଞ୍ଜ ମୋରଡ଼ାରେ ମଧ୍ୟ କୂଅରୁ ଉଦ୍ଧାର ହୋଇ ନ ପାରି ଜଣେ ୩ବର୍ଷର ଶିଶୁର ଜୀବନ ଯାଇଛି। ନୟାଗଡ଼ ଦଶପଲ୍ଲା ଶ୍ରୀରାମପୁର ଗାଁରେ ସୋମବାର ରାତି ଅଧରେ ନିଆଁ ଲାଗିଥିଲା, ଗାଁ ଲୋକେ ଦମକଳ ବାହିନୀକୁ […]

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ: ପୋଡ଼ିଗଲା ଘର, ଚାଲିଗଲା ଜୀବନ, ଆସିଲେନି ଫାୟାର୍‌ ମ୍ୟାନ୍‌

nian

Advertisment

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଦୁଇଦିନ ହେବ ସାରା ରାଜ୍ୟରେ ଫାୟାର୍‌ ସର୍ଭିସ୍ ଅଚଳ ହୋଇପଡ଼ିଛି। ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ନୟାଗଡ଼ରେ ୫ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଛି। ମୟୂରଭଞ୍ଜ ମୋରଡ଼ାରେ ମଧ୍ୟ କୂଅରୁ ଉଦ୍ଧାର ହୋଇ ନ ପାରି ଜଣେ ୩ବର୍ଷର ଶିଶୁର ଜୀବନ ଯାଇଛି।

Advertisment

ନୟାଗଡ଼ ଦଶପଲ୍ଲା ଶ୍ରୀରାମପୁର ଗାଁରେ ସୋମବାର ରାତି ଅଧରେ ନିଆଁ ଲାଗିଥିଲା, ଗାଁ ଲୋକେ ଦମକଳ ବାହିନୀକୁ ଫୋନ୍ କରିଥିଲେ, ହେଲେ ଆନ୍ଦୋଳନ ଚାଲିଥିବାରୁ ଅଗ୍ନିଶମ କର୍ମଚାରୀ ଫୋନ୍ ଉଠାଇଥିଲେ ସତ, କିନ୍ତୁ ଆସିବାକୁ ରୋକଠୋକ୍ ମନା କରିଥିଲେ। ତେଣୁ ଭୟଙ୍କର ନିଆଁରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଗଲା।

publive-image

ସେହିପରି ମୟୂରଭଞ୍ଜ ମୋରଡ଼ାର ଡାକୋଇ ଗାଁରେ ଏକ ୩ ବର୍ଷର ଶିଶୁ କୂଅରେ ପଡ଼ିଥିବା ଖବର ପାଇ ବି ଉଦ୍ଧାର ପାଇଁ ଆସି ନ ଥିଲେ ଫାୟାର କର୍ମଚାରୀ। ଲୋକେ ନିଜ ଉଦ୍ୟମରେ ପିଲାଟିକୁ ଉଦ୍ଧାର କରିଥିଲେ ବି ସେତେବେଳକୁ ସବୁ ସରି ଯାଇଥିଲା।

Advertisment

ତେବେ ଆନ୍ଦୋଳନ ନାଁରେ ମାନବିକତାକୁ ଜଳାଞ୍ଜଳି ଦେବା ଭଳି ଏଭଳି ହୃଦୟ ବିଦାରକ ଘଟଣା ସମସ୍ତଙ୍କ ଛାତି ଥରେଇ ଦେଇଛି।

ଓଡ଼ିଶା ପୁଲିସ୍‌ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଭଳି ୬ ଦଫା ଦାବି ନେଇ ଅଗ୍ନିଶମ କର୍ମଚାରୀ ସଂଘ ଆନ୍ଦୋଳନ ଜାରି ରଖିଛି। ତେଣୁ ରାଜ୍ୟର ସବୁ ସ୍ଥାନରେ ଫାୟାର୍‌ ସର୍ଭିସ୍‌ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ଛି। ଏ ନେଇ ବିଭାଗୀୟ ଅଧିକାରୀ କହିଛନ୍ତି, ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚାଲିଛି ଆଉ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି।

Advertisment

ଅଗ୍ନିଶମ କର୍ମଚାରୀଙ୍କ ଅବହେଳାରୁ ନୟାଗଡ଼ରେ ୫ ପରିବାର ସର୍ବସ୍ୱାନ୍ତ ହେବା ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍‌ରେ ଲେଖିଛନ୍ତି, ଯଦି ଅଭିଯୋଗ ସତ ହୋଇଥାଏ ତେବେ, ଏଭଳି କର୍ମଚାରୀଙ୍କୁ ନିଲମ୍ବନ ନୁହେଁ, ବହିଷ୍କାର କରାଯିବା ଉଚିତ। ସେହିଭଳି ରାଜ୍ୟ ସରକାର ଆନ୍ଦୋଳନକୁ ଏସମା ବଳରେ କାହିଁକି ବେଆଇନ ଘୋଷଣା କଲେନି ଏବଂ ଘଟଣା ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ