Advertisment

Lingaraj Temple Rituals Dispute : ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଏତଲା

ଥାନାରେ ପହଞ୍ଚିଲା ‘ଲିଙ୍ଗରାଜ’ ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଏତଲା ଲିଙ୍ଗରାଜ ଥାନାରେ ଏତଲା ଦେଲେ ଅମରେନ୍ଦ୍ର ଗରାବଡ଼ୁ।

LINGARAJ
Advertisment

ଥାନାରେ ପହଞ୍ଚିଲା ‘ଲିଙ୍ଗରାଜ’ ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ। ବାବା ଲିଙ୍ଗରାଜ ଉପବାସ ରହିବାକୁ ନେଇ ଥାନାରେ ଏତଲା। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଏତଲା ଦେଲେ ପୁରୁଣା ଭୁବନେଶ୍ବର ବାସିନ୍ଦା ଅମରେନ୍ଦ୍ର ଗରାବଡ଼ୁ।

Advertisment

ଲିଙ୍ଗରାଜ ଥାନାରେ ଏତଲାରେ ସେ ଦର୍ଶାଇଛନ୍ତି ଯେ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା। ‘କ୍ଷୀର ଆଉଟା’ ନୀତିକୁ ନେଇ ଦୁଇ ସେବାୟତ ନିଯୋଗରେ ଥିଲା ବିବାଦ ଥିଲା। ଏଥିପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସେ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି।

ଗତ ଦୁଇ ଦିନ ତଳେ ଅର୍ଥାତ ମକର ସଂକ୍ରାନ୍ତିରେ ଉପବାସରେ ଥିଲେ ବାବା ଲିଙ୍ଗରାଜ। ୟେ ପ୍ରଥମ ଥର ନୁହେଁ ଏହାପୂର୍ବରୁ ବି ଅନେକ ଥର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ହୋଇଛି ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି।

Advertisment

Lingaraj Police Station Lingaraj Temple Lingaraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ