NO-BREAK-PUCC Photograph: (OTV)
କମୁନି ଜରିମାନା ଯନ୍ତ୍ରଣା । ଫାଇନ୍ ଭରିବାକୁ ଲମ୍ବା ଲାଇନ୍ । ରାଜଧାନୀ ଭୁବନେଶ୍ବରର ଟ୍ରାଫିକ ଥାନାରେ ଅସମ୍ଭାଳ ଭିଡ଼ । ଚାଲାଣ ଭରିବା ଲାଗି କାମଧନ୍ଦା ଛାଡ଼ି ସକାଳ ୭ଟା-୮ଟାରୁ ଲାଇନ୍ ଲଗାଇଛନ୍ତି ଲୋକେ। ଅନଲାଇନ ଡିପୋଜିଟ୍ ସତ୍ତ୍ବେ ଅଫ ଲାଇନ ଡିପୋଜିଟ୍ କେନ୍ଦ୍ରରେ ଜମୁଛି ଭିଡ଼ । ଅଭିଯୋଗ ହୋଇଛି ଯେ, ମନଇଚ୍ଛା ଇ-ଚାଲାଣ କଟାଯାଇଥିବାରୁ ଲୋକେ OTS ଦେବାକୁ ଅମଙ୍ଗ ହେଇଥିଲେ। ଆଉ ଓଟିଏସ୍ ସଫଳ ନହେବାରୁ ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ଜରିମାନା ଅଦାୟ କରାଯାଉଛି ।
ହାଇଦ୍ରାବାଦରେ ଚାକିରି କରିଥିବା ଅଭିଷେକ ଦାସ। ସେ ଅଭିଯୋଗ କରିଛନ୍ତି, ହାଇଦ୍ରାବାଦରୁ PUCC କରି ଘରକୁ ଆସିଥିଲେ । ହେଲେ ଓଡିଶାରେ ପ୍ରବେଶ ପରେ ଦୁଇଟି ଟୋଲ ଗେଟରେ ତାଙ୍କୁ ୨୦ ହଜାର ଟଙ୍କାର ଫାଇନ୍ ଲାଗିଛି । ଆଉ ଏ ଟଙ୍କା ପରିଶୋଧ କରିବା ପାଇଁ ସେ ଟ୍ରାଫିକ୍ ଥାନାରୁ RTO ଅଫିସ ବୁଲି ବୁଲି ନୟାନ୍ତ ହେଲେଣି । ତଥାପି ଫାଇନ୍ ଦେଇପାରୁନାହାନ୍ତି କି ଚାକିରିକୁ ଯାଇପାରୁନାହାନ୍ତି। ସେପଟେ PUCC ଲାଗି ବଲାଙ୍ଗିର ସମତେ ବିଭିନ୍ନ ସହରରେ ଏବେ ବି ଲମ୍ବା ଭିଡ଼ ଦେଖିବାକୁ ମିଳୁଛି ।
ତେଣେ ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ ନିୟମ ନମାନିଲେ ଫେବୃଆରୀ ୧ ତାରିଖରୁ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହ। ରାଜ୍ୟରେ ମୋଟର ଭେଇକିଲ୍ ନିୟମ ପୂର୍ବରୁ ଥିଲା, କେବଳ ଏହାକୁ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟରେ ପ୍ରାୟ ଏକ କୋଟି ଯାନବାହାନ ଚଳାଚଳ କରୁଥିବା ବେଳେ ୭୭ ଲକ୍ଷ ଇ-ଚାଲାଣ ବାକି ପଡିଛି। ସେଥିପାଇଁ OTS ଆଣିଥିଲୁ। ଏହାସତ୍ତ୍ବେ ବର୍ତମାନ ସୁଦ୍ଧା ମାତ୍ର ୫ଲକ୍ଷ ଚାଲାଣର ସମାଧାନ ହେଇଛି । ଏଥିପାଇଁ ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ ଡିଜେଲ ନ ଦେବା ପାଇଁ ନିଷ୍ପତ୍ତି ନେଲୁ । ସଡକ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ପଲୁସନ ପାଇଁ ଅନ୍ୟ ଫାଇନ୍ ଦେବା ବାଧ୍ୟତା ମୂଳକ ନହେଲେବି ବକେୟା ଅର୍ଥ ଆଦାୟ ପାଇଁ ସରକାର ଏଭଳି କରିଥାଇ ପାରନ୍ତି । ଯଦିଓ ତୈଳ ବିତରଣ ବ୍ୟବସ୍ଥା ଯୋଗାଣ ବିଭାଗ ଅଧୀନରେ ଆସୁଛି କିନ୍ତୁ ସବୁ ସରକାରଙ୍କ ଅଧିନରେ ଥିବାରୁ ପରିବହନ ବିଭାଗ ଏଭଳି ନିୟମ କରିବାରେ ଅସୁବିଧା ନାହିଁ । ...
ପ୍ରଦୂଷଣ ସାର୍ଟିଫିକେଟ୍ ଯନ୍ତ୍ରଣାରେ ଛଟ୍ ପଟ୍ ହେଉଛନ୍ତି ଲୋକେ । କଣ୍ଟ ପୁରିବାକୁ ହାତରେ ମାତ୍ର ମାସଟିଏ ସମୟ ଥିବା ବେଳେ ବିଭିନ୍ନ ଅସୁବିଧାରେ ଫାଇନ୍ ଦେଇପାରୁନଥିବା ଗାଡି ମାଲିକଙ୍କ ସମସ୍ୟା ସମାଧାନ କେମିତି ହେବ ତାକୁ ଚିନ୍ତାରେ ଅନେକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/29/no-break-pucc-2025-12-29-20-14-57.jpg)