garden
ଭଦ୍ରକ (ପାର୍ଥ ସାରଥୀ ନାୟକ) : ସଜେଇ ହୋଇଛି ବିଦ୍ୟାଳୟର ବଗିଚା। ରଙ୍ଗରେ ଚିତ୍ରିତ କରି ଫ୍ଲାଓ୍ୱାର ବେସ୍, ମୟୂର, ଫ୍ଲାଓ୍ୱାର ଟ୍ରି, ସାଇନିଂ ସୂର୍ଯ୍ୟ, ଜିଏସ୍ଏଲ୍ଭି ସାଟେଲାଇଟର ମଡେଲ ଶୋଭା ପାଉଛି ବଗିଚାରେ । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମିଳିମିଶି ତିଆରି କରିଛନ୍ତି ଏହି ଫାଇବର ଗାର୍ଡେନ, ଯାହାକି ବଗିଚାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି ।
ଏହି ଫାଇବର ଗାର୍ଡେନ ତିଆରି ହୋଇଛି ଅଦରକାରୀ ଟାୟାର, ପ୍ଲାଷ୍ଟିକ ବୋତଲ, କାଚ ବୋତଲ, ପିଚୁ ଡ୍ରମ, ପ୍ଲାଷ୍ଟିକ ରଙ୍ଗ ଡବା, ପ୍ଲାଷ୍ଟିକ ଔଷଧ ବୋତଲରେ। ଭଦ୍ରକ ଦୋଳପଦୀରେ ଥିବା ଆନନ୍ଦ ପଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏଭଳି ନିଆରା ଢଙ୍ଗରେ ପ୍ଲାଷ୍ଟିକ ବ୍ୟବହାର ଉପରେ ସଚେତନ କରାଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ।
ବିଦ୍ୟାଳୟକୁ ପ୍ଲାଷ୍ଟିକ ନ ଆଣିବାକୁ ଓ ଯଥା ସମ୍ଭବ କମ୍ ପ୍ଲାଷ୍ଟିକ ବ୍ୟବହାର କରିବାକୁ ବିଜ୍ଞାନ ଶିକ୍ଷକ ମହେଶ୍ୱର ବାରିକ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । କିପରି ଅଦରକରୀ ପ୍ଲାଷ୍ଟିକକୁ ଆଉ ଥରେ ବ୍ୟବହାର କରି ଆବର୍ଜନା କମ୍ କରିହେବ, ଫାଇବର ଗାର୍ଡେନ ନିର୍ମାଣ କରି ତାହା ଦେଖାଇଛି ଏହି ସ୍କୁଲ । ଏହି ପ୍ରୟାସକୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/garden-1_1626691050.jpg)