Elephant Dead Photograph: (OTV)
ଜଙ୍ଗଲ ଭିତରେ ପଡିଛି ମାଈ ହାତୀର ମୃତଦେହ। ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ଟିମ୍। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଜଏତରା ସେକ୍ସନ ଯାମିଲିସର ଗାଁ ନିକଟ ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ।
ସୂଚନା ମୁତାବକ ଅନେକ ଦିନ ହେବ ହାତୀଟି ଟିଟିଲାଗଡ ରେଞ୍ଜ ପଟୁ ମୁରିବାହାଲ ରେଞ୍ଜକୁ ପ୍ରବେଶ କରିଥିଲା। ତେବେ ହାତୀଟି ରୋଗଗ୍ରସ୍ତ ଥିଲା । ଏପରିକି ହାତୀର ଚିକିତ୍ସା ପାଇଁ ବନବିଭାଗ ସବୁବେଳେ ହାତୀକୁ ଟ୍ରାକିଂ କରିବା ସହ ଏହାର ଗତି ବିଧି ଉପରେ ନଜର ରଖୁଥିଲା।
ହେଲେ ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ଉକ୍ତ ଅଞ୍ଚଳକୁ ଯିବା ବେଳେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ହାତୀର ମୃତ୍ୟୁର କାରଣ ଉପରେ ତଦନ୍ତ କରୁଛି। ଶବ ବ୍ୟବେଛେଦ ପରେ ହାତୀ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/elephant-dead-2026-01-27-13-33-20.jpg)