Advertisment

ଅଡିଓ କ୍ଲିପର ସତ୍ୟାସତ୍ୟ ଯାଞ୍ଚ ଲାଗି ପୋଲିସକୁ ଚିଠି ଲେଖିଲେ ଅନୁଭବ

ପୁରୀ ଘାଟ ଥାନାରେ ୧୬୧ ଧାରାରେ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ କରିଛି ପୋଲିସ। ୩ ଦିନ ତଳେ ରାତିରେ ସେ କାମରେ ଘରୁ ବାହାରକୁ ଯାଇ ଫେରିବାବେଳେ ତାଙ୍କ ରୁମରେ ସ୍ୱାମୀ ଅନୁଭବ ତାଲା ପକାଇ ଦେଇଥିଲେ। ଫଳରେ ତାଙ୍କୁ ଘଣ୍ଟାଏ ଧରି ରାସ୍ତାରେ ଛିଡ଼ା ହେବାକୁ ପଡ଼ିଥିଲା।

ଅଡିଓ କ୍ଲିପର ସତ୍ୟାସତ୍ୟ ଯାଞ୍ଚ ଲାଗି ପୋଲିସକୁ ଚିଠି ଲେଖିଲେ ଅନୁଭବ

anubhab

Advertisment

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଘନେଇବାରେ ଲାଗିଛି। ଜଣେ ଅନ୍ୟ ଜଣଙ୍କ ନାଁରେ ଅଭିଯୋଗ କରିବା ପରେ ଏବେ ଦାଏର ହେବାରେ ଲାଗିଛି ଏତଲା ପରେ ଏତଲା।  ଶନିବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଯେଉଁ ଏତଲା ଦେଇଥିଲେ, ସେ ଆଧାରରେ ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ହୋଇଛି ମାମଲା। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ବିରୋଧରେ ଦଫା ୪୯୮-ଏ, ୫୦୬ ଓ ୩୪୧ରେ ମାମଲା ରୁଜୁ ସହ ତଦନ୍ତ ବି ଆରମ୍ଭ ହୋଇଛି।

Advertisment

ପୁରୀ ଘାଟ ଥାନାରେ ୧୬୧ ଧାରାରେ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ କରିଛି ପୋଲିସ। ୩ ଦିନ ତଳେ ରାତିରେ ସେ କାମରେ ଘରୁ ବାହାରକୁ ଯାଇ ଫେରିବାବେଳେ ତାଙ୍କ ରୁମରେ ସ୍ୱାମୀ ଅନୁଭବ ତାଲା ପକାଇ ଦେଇଥିଲେ। ଫଳରେ ତାଙ୍କୁ ଘଣ୍ଟାଏ ଧରି ରାସ୍ତାରେ ଛିଡ଼ା ହେବାକୁ ପଡ଼ିଥିଲା। ତେବେ ପୋଲିସକୁ ସୂଚନା ଦେବା ପରେ ଘର ଚାବି ଖୋଲା ଯାଇଥିବା ବର୍ଷା ଏତଲାରେ ଉଲ୍ଲେଖ କରିଥିଲେ। ସେପଟେ ପତ୍ନୀ ବର୍ଷାଙ୍କ ନାଁରେ ବି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଭବ। ଦୁଇ ମାସ ତଳୁ ସୋସିଆଲ୍ ମିଡିଆରେ ଭାଇରାଲ ଏକ ଅଡିଓ କ୍ଲିପର ସତ୍ୟାସତ୍ୟ ଯାଞ୍ଚ ଲାଗି ପୋଲିସ ଡିଜିଙ୍କୁ ନିଜ ଲେଟର ପ୍ୟାଡ଼ରେ ଚିଠି ଲେଖି ଅନୁରୋଧ କରିଛନ୍ତି ସାଂସଦ।

Anubhav Mohanty Barsha Priyadarshini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ