Son-dies-after-father Photograph: (OTV)
ହାୟ ! ଦଇବ କେଡେ ନିଷ୍ଠୁର... ବାପାର ଦଶାହ ଯାଇନି, ଉଠିଲା ପୁଅର କୋକେଇ । ବାପା ପଛେ ପଛେ ପୁଅ ବି ଚାଲିଗଲା ମଶାଣି । ଏମିତି ବି କ'ଣ ଦୁଃଖ ଆସେ...
ଦଶାହ ଥାଏ । ଘରେ କୁଣିଆଙ୍କ ଗହଳି ଚହଳି ଲାଗିଥାଏ । ହେଲେ ବାପାର ଦଶାହ ଶୁଦ୍ଧିକାର୍ଯ୍ୟ ସାରିବା ପୂର୍ବରୁ ହଠାତ୍ ଆଖି ବୁଜିଦେଲା ପୁଅ । ବାପାକୁ ଝୁରି ଝୁରି ଚାଲିଗଲେ ଆରପାରିକୁ ।
କାନ୍ଦବୋବାଳିରେ ଫାଟିପଡୁଛି ଘର । ପରିବାରର ଏକମାତ୍ର ରୋଜଗାରିଆ ପୁଅଟା ଶବ ହୋଇ ଶୋଇଛି । ବେସାହାରା ହୋଇଯାଇଛି ପୂରା ପରିବାର । ମୁଣ୍ଡ ବାଡେଇ କାନ୍ଦୁଛି ସ୍ତ୍ରୀ । ଧୈର୍ଯ୍ୟହରା ପିଲାଛୁଆ ।
କାନ୍ଦୁଛି ସାରା ଗାଁ
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅତରଙ୍ଗ ଗ୍ରାମରେ ଘଟିଛି ଏମିତି ଏକ ଦୁଃଖଦ ଘଟଣା । ଗାଁର ରାଜେନ୍ଦ୍ର ଗୌଡ । ଗୋପାଳନ କରି ପରିବାର ପୋଷନ୍ତି । ଘରେ ରୋଜଗାରିଆ କହିଲେ, ବାପ-ପୁଅ ଥିଲେ । ଗତ ୧୧ ତାରିଖ ଦିନ ବାପା ଉଦୟ ଗୌଡଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମାନସିକ ଚିନ୍ତାରେ ରହୁଥିଲେ ରାଜେନ୍ଦ୍ର । ସବୁବେଳେ ବାପାଙ୍କୁ ଝୁରି ହେଉଥିଲେ । ଏହାପରେ ହଠାତ୍ ବାପାଙ୍କ ଦଶାହ ଦିନ ଅସୁସ୍ଥ ହୋଇପଡିଲେ ରାଜେନ୍ଦ୍ର । ଗାଁ ଲୋକେ ହସ୍ପିଟାଲକୁ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହେଲା ।
ବାପାର ଦଶାହ ଦିନ ପୁଅର ମୃତ୍ୟୁ ଘଟଣା ସାରା ଗାଁରେ ଖେଳାଇ ଦେଇଛି ଶୋକର ଛାୟା । ସମସ୍ତଙ୍କ ଆଖିରେ ଲୁହ, ଛାତିରେ କୋହ । ମୃତ ରାଜେନ୍ଦ୍ରଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ହେଲେ ବାପା ମଲା ପରେ ଘରର ଏକମାତ୍ର ରୋଜଗାରିଆ ଥିଲେ ରାଜେନ୍ଦ୍ର । ଏବେ ତାଙ୍କର ମୃତ୍ୟୁ ପରେ ପୂରା ବେସାହାରା ହୋଇଯାଇଛି । ଦଶାହ କାର୍ଯ୍ୟ କେମିତି ହେବ ସେନେଇ ଗ୍ରାମବାସୀ ବି ଚିନ୍ତାରେ । ତେଣୁ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/20/son-dies-after-father-2025-11-20-18-26-51.jpg)