Advertisment

ଦୀର୍ଘ ୮ ବର୍ଷ ପରେ ମିଳିଲା ହଜିଲା ଝିଅ

ରାଉରକେଲା : ଆଖିରେ ଖୁସିର ଲୋତକ । ମନରେ ଉଙ୍କି ମାରିଛି ପୁଣି ଭାଙ୍ଗି ଯାଇଥିବା ସ୍ୱପ୍ନ । କାରଣ ପାଖରେ ପାଇଛି ସେ ତାର ବାପାଙ୍କୁ । ଝିଅଟିଏ ପାଇଁ ଆଉ ବଡ଼ କଥା କଣ ହୋଇପାରେ । କୁଆଁରୀ ଜୀବନରେ ବାପା ହିଁ ତ ଝିଅର ସୁରକ୍ଷା କବଚ ଓ ପ୍ରେରଣାର ଉତ୍ସ । ବାପା ବି ଝିଅକୁ ପାଇଁ ଆତ୍ମବିଭୋର । ଆଖିରେ ଆନନ୍ଦର ସ୍ନେହାଶ୍ରୁ । ଦୀର୍ଘ ୮ ବର୍ଷ ପରେ […]

ଦୀର୍ଘ ୮ ବର୍ଷ ପରେ ମିଳିଲା ହଜିଲା ଝିଅ

father 3

Advertisment

ରାଉରକେଲା : ଆଖିରେ ଖୁସିର ଲୋତକ । ମନରେ ଉଙ୍କି ମାରିଛି ପୁଣି ଭାଙ୍ଗି ଯାଇଥିବା ସ୍ୱପ୍ନ । କାରଣ ପାଖରେ ପାଇଛି ସେ ତାର ବାପାଙ୍କୁ । ଝିଅଟିଏ ପାଇଁ ଆଉ ବଡ଼ କଥା କଣ ହୋଇପାରେ । କୁଆଁରୀ ଜୀବନରେ ବାପା ହିଁ ତ ଝିଅର ସୁରକ୍ଷା କବଚ ଓ ପ୍ରେରଣାର ଉତ୍ସ ।

Advertisment

ବାପା ବି ଝିଅକୁ ପାଇଁ ଆତ୍ମବିଭୋର । ଆଖିରେ ଆନନ୍ଦର ସ୍ନେହାଶ୍ରୁ । ଦୀର୍ଘ ୮ ବର୍ଷ ପରେ ମିଳିଲା ହଜିଲା ଝିଅ। ଆଉ ବହୁ ବର୍ଷ ପରେ ଝିଅକୁ ପାଇ ବାପାର ଆନନ୍ଦ କହିଲେ ନସରେ।  ଯାହାକୁ ସେ ଦୀର୍ଘ ଦିନ ଧରି ଖୋଜୁଥିଲେ । ମନରେ ପ୍ରାଣରେ ଝିଅର ଅନୁପସ୍ଥିତିର କୋହ ଜମାଟ ବାନ୍ଧି ରହିଥିଲା। ଆଜି ସେହି କୋହର ବରଫ ତରଳି ଆଖିରେ ଲୁହ ହୋଇ ବହିଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ।

publive-imageଉଦିତ୍‌ନଗର ଶୀତଳପଡ଼ାରେ ରହୁଥିବା ବିପ୍ର ସାହୁଙ୍କ ଝିଅ ୨୦୧୨ ମସିହାରେ ବାପା ଗାଳି କରିବାରୁ ରାଗିକି କେଉଁ ଆଡେ ପଳାଇ ଯାଇଥିଲା। ବାପାମାଆ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଝିଅକୁ ପାଇନଥିଲେ। ଏନେଇ ସେତେବେଳେ ଉଦିତନଗର ଥାନାରେ ରିପୋର୍ଟ କରିଥିଲେ ପରିବାର ଲୋକେ। ଏପଟେ ଝିଅଟି ଘରୁ ଗଲା ପରେ ବିଭିନ୍ନ ଲୋକଙ୍କ ଘରେ କାମଧନ୍ଦା କରି ରହୁଥିଲା । ହେଲେ ପୁରୀରେ ଜଣଙ୍କ ଘରେ ନିର୍ଯାତନା ପାଉଥିବା ଖବର ପାଇ ଚାଇଲ୍ଡ ଲାଇନ୍ ସଦସ୍ୟ ଝିଅଟିକୁ ଉଦ୍ଧାର କରିଥିଲେ ।

Advertisment

publive-imageଝିଅଟି ପାଖରୁ ଖବରନେଇ ରାଉରକେଲା ଚାଇଲ୍ଡ ଲାଇନକୁ ଖବର ଦିଆଯାଇଥିଲା।  ପରେ ପରିବାର ଲୋକେ ପୁରୀ ଆସି ଝିଅଟିକୁ ନିଜ ଘରକୁ ନେଇଛନ୍ତି । ହେଲେ ଝିଅ ଗଲା ପରେ ମାଆ ମିନତୀ ସାହୁ ୨୦୧୭ରେ ଆରପାରିକୁ ଚାଲିଯାଇଛନ୍ତି । ଏବେ ବାପାକୁ ପାଖରେ ପାଇ ଝିଅର ଆଖିରେ ଖୁସିର ଲୁହ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ