SNAKE Photograph: (OTV)
କାଳ ସାଜିଲା ସାପ ସହ ଖେଳ । ସାପ ଚୋଟରେ ଗଲା ସାପ ଧରାଳୀଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଅଞ୍ଚଳରେ l ମୃତକ ହେଲେ ସିଂଧେକେଲା ଗାଁ ସାହୁପଡାର ସନ୍ତୋଷ ଚନ୍ଦା l
ସ୍ଥାନୀୟ ଅଞ୍ଚଳରେ ସନ୍ତୋଷ ଜଣେ ସାପ ଧରାଳୀ ଭାବେ ଜଣାଶୁଣା। ଗତକାଲି ଜଣେ ବ୍ୟକ୍ତିଙ୍କ ଘରେ ପଶିଥିବା ନାଗ ସାପଟିକୁ ସେ ଧରିବା ପରେ ତା ସହିତ ଗାଁ ଦାଣ୍ଡରେ ଖେଳୁଥିଲେ।
ଜିଭକୁ ମାରିଥିଲା ଚୋଟ
ଏହି ସମୟରେ ସନ୍ତୋଷଙ୍କ ଜିଭକୁ ଚୋଟ ମାରିଥିଲା ନାଗ । ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଆମେ କହିରଖୁଛୁ- ସାପ (Snake) ହେଉଛି ଏକ ବିଶାକ୍ତ ସରୀଶୃପ । ସାପ ସହିତ କୌଣସି ପ୍ରକାର ଖେଳନ୍ତୁ ନାହିଁ । ଆପଣଙ୍କ ଜୀବନ ବିପଦରେ ପଡ଼ିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/26/snake-2025-09-26-09-12-22.jpg)