Farmer Protest Photograph: (OTV)
ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିନବ ପ୍ରତିବାଦ। ଆଜି କଣ୍ଟାପଡ଼ା ବ୍ଲକରେ ଥିଲା କଟକ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି। ଏହି ଶିବିରରେ କିଛି ଚାଷୀ ଓ ଜନ ପ୍ରତିନିଧି ବୁଲା ଷଣ୍ଢଙ୍କ ଉପଦ୍ରବ ପାଇଁ ଚାଷୀ ବ୍ୟାପକ କ୍ଷତି ସହୁଥିବା ନେଇ ପ୍ରତିବାଦ ଜଣାଥିଲେ।
ଜନଶୁଣାଣି ଶିବିର ଚାଲିଥିବା ବ୍ଲକ୍ ପରିସରରେ ପ୍ରାୟ କୋଡିଏଟି ଷଣ୍ଢଙ୍କୁ ନେଇ ପଶି ଯାଇଥିଲେ ଚାଷୀ। ସେହି ଷଣ୍ଢମାନଙ୍କୁ ବ୍ଲକ ପରିସରକୁ ନେଇ ସେମାନଙ୍କ ପ୍ରତିବାଦ ଜଣାଇଥିଲେ।
ବର୍ଷ ବର୍ଷ ଧରି ଏହି ସମସ୍ୟାକୁ ନେଇ ଅଭିଯୋଗ କରାଯାଉଥିବା ବେଳେ ସରକାର କି ପ୍ରଶାସନ ସମସ୍ୟାର ସମାଧାନ କରୁ ନଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଷଣ୍ଢ ମାନଙ୍କୁ ଅଞ୍ଚଳରୁ ହଟା ନଗଲେ ଆଗାମୀ ଦିନରେ ଏହି ପ୍ରତିବାଦ କୁ ଜୋରଦାର କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିନବ ପ୍ରତିବାଦ
କଣ୍ଟାପଡ଼ା ବ୍ଲକରେ ଥିଲା କଟକ ଜିଲ୍ଲାପାଳଙ୍କ ଶୁଣାଣି
ବୁଲା ଷଣ୍ଢଙ୍କ ଉପଦ୍ରବ ରୋକିବାକୁ ଚାଷୀ କଲେ ଗୁହାରି
ବ୍ଲକ୍ ପରିସରରେ ଷଣ୍ଢଙ୍କୁ ନେଇ ପଶିଯାଇଥିଲେ ଚାଷୀ
ଷଣ୍ଢମାନଙ୍କୁ ବ୍ଲକ ପରିସରକୁ ନେଇ ଜଣାଇଥିଲେ ପ୍ରତିବାଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/12/farmer-protest-2026-01-12-16-34-35.jpg)