Advertisment

Fake E-Challan Scam: ଇ-ଚାଲାଣ ଭରିବା ଆଗରୁ ସାବଧାନ! ମୌକାରେ ଚଉକା ମାରିବା ପ୍ଲାନରେ ମାତିଛନ୍ତି ସାଇବର ଠକ

ଇ-ଚାଲାଣ କ୍ଲିଅର କଲେ ମିଳିବ PUC ସାର୍ଟିଫିକେଟ। ନ ହେଲେ ଭରିବାକୁ ପଡ଼ିବ ବଡ଼ ଫାଇନ୍। ସେଥିପାଇଁ ଟ୍ରାଫିକ୍ ଥାନାରେ ଲମ୍ବା ଲାଇନ୍। ହେଲେ ଏଣେ ଭିତରେ ଭିତରେ ମାତିଲେଣି ଅଦୃଶ୍ୟ ଠକ।

Fake E-Challan Scam

ଇ-ଚାଲାଣ ଭରିବା ଆଗରୁ ସାବଧାନ! Photograph: (OTV)

Advertisment

ଇ-ଚାଲାଣ ଭରିବା ଆଗରୁ ସାବଧାନ। ମୌକାରେ ଚଉକା ମାରିବା ପ୍ଲାନରେ ମାତିଛନ୍ତି ସାଇବର ଠକ। ମୋବାଇଲକୁ ମିଛ ଇ-ଚାଲାଣ ଦେଇ ଛାଡୁଛନ୍ତି ଡଟ୍ APK ଫାଇଲ୍। ଯେଉଁଥିରେ କ୍ଲିକ୍ କରୁ କରୁ ଶୂନ୍ ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ। ରାଜଧାନୀର କିଛି ଗାଡ଼ି ମାଲିକ ଠକାମୀର ଶିକାର ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି। ତେଣେ ଡିସିପି କହିଲେଣି- ଏଭଳି ଫାଇଲ୍ ହଟେଇବାକୁ ସୋସିଆଲ ମିଡିଆ ୱାଟସଆପକୁ ଜଣାଇଛୁ। ତେଣେ ସାଇବର ଏକ୍ସପର୍ଟ ବି ଏ ଫେକଆପ୍ ଠାରୁ ବର୍ତ୍ତିବାର ବାଟ ବତାଇଛନ୍ତି।

Advertisment

କେମିତି ଫେକ୍ ଚାଲାଣ ପଠାଉଛନ୍ତି ସାଇବର ଠକ ? ହ୍ୱାଟସଆପକୁ ଆସୁଛି ଟ୍ରାଫିକ ନିୟମ ଉଲଂଘନ ମେସେଜ୍। ଆଉ APK ଫାଇଲରେ କ୍ଲିକ କଲେ, ଆଖି ପିଛୁଳାକେ ସଫା ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ। ଏ ହେଲେ ଖଣ୍ଡଗିରିର ଅମରଜିତ। ତାଙ୍କ ପାଖକୁ ଆସିଛି ରେଡ୍ ଲାଇଟ ଜମ୍ପ ନେଇ ୨୨୦୦ ଟଙ୍କାର ଚାଲାଣ। 

ମେସେଜରେ ରହିଛି ଏପିକେ ଫାଇଲ ଲିଙ୍କ୍, ଡାଉନଲୋଡ୍ କରି ଚାଲାଣ ଭରିବାକୁ କୁହାଯାଉଛି। ହେଲେ ଅମରଜିତଙ୍କ କହିବା କଥା-ତାଙ୍କ ଗାଡି ଘରୁ ବାହାରିନି, ହେଲେ ଇ-ଚାଲାଣ ଦେଖି ସନ୍ଦେହ ହେବାରୁ ଏମ-ପରିବହନ ଆପ ଚେକ୍ କରିଥିଲେ, ହେଲେ ସେଥିରେ କୌଣସି ଫାଇନ ନାହିଁ। ଖଣ୍ଡଗିରି ଥାନା ଓ ଟ୍ରାଫିକ ଥାନାରେ ବି ତାକୁ ଦେଖାଇବାରୁ ପୋଲିସ୍ ଜାଲ ବୋଲି କହିଥିଲା। ଅଦୃଶ୍ୟ ଠକଙ୍କ ପାଖରୁ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ପାଖକୁ ବି ଆସିଛି ସମାନ୍ ଫେକ୍ ଚାଲାଣ ଲିଙ୍କ୍। ଯାହାକୁ ସେ ସାଇବର ଥାନାରେ ଅଭିଯୋଗ କରିବା ସହ ପରିବହନ କମିଶନରଙ୍କୁ ବି ଅବଗତ କରିଛନ୍ତି।

Advertisment

PUCC ପାଇଁ ଇ-ଚାଲାଣ କ୍ଲିୟର ଭିଡର ସୁଯୋଗ ନେଇ ମାତିଥିବା ସାଇବର ଠକଙ୍କଠୁ କେମିତି ବଞ୍ଚିବେ ? ସେ ସମ୍ପର୍କରେ ବୁଝାଇଛନ୍ତି ସାଇବର ଏକ୍ସପର୍ଟ। ତାଙ୍କ ସୂଚନା- APK ଫାଇଲକୁ ଆଦୌ କ୍ଲିକ୍ କରନ୍ତୁ ନାହିଁ। ଯଦି ଭୁଲ୍ ବସତଃ କ୍ଲିକ୍ କରିଦେଲେ, ତାହାଲେ ତୁରନ୍ତ ମୋବାଇଲକୁ ଏରୋପ୍ଲେନ ମୋଡ୍ କୁ ନେଇ ଯାଆନ୍ତୁ। ମୋବାଇଲ ଡାଟା ଅଫ କରି ଯାହା ବି କିଛି ଫଟୋ ବା ଭିଡ଼ିଓ ଅଛି ବ୍ୟାକଅପ ନେଇ ମୋବାଇଲ ଫରମାଟ କରି ଦିଅନ୍ତୁ।  ଯେ କୌଣସି ସନ୍ଦିଗ୍ଧ ଆପକୁ ଉଡ଼ାଇ ଦିଅନ୍ତୁ। ଯଦି ହ୍ୱାଟସଆପ୍ ହ୍ୟାକ ହୋଇଛି ତାହାଲେ ସାଇବର ହେଲ୍ପ ଲାଇନରେ ଅଭିଯୋଗ କରନ୍ତୁ। 

ସେପଟେ ଭୁବନେଶ୍ୱର ଡିସିପି କହିଛନ୍ତି- APK ଫାଇଲଠୁ ଦୂରେଇ ରୁହନ୍ତୁ, ଏ ଫାଇଲ୍ ବ୍ଲକ୍ କରିବାକୁ ହ୍ୱାଟସଆପ୍କୁ ସୂଚନା ଦେଇଛୁ। ସେହିପରି ଏ ଦିଗରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ୍ସ ମାଧ୍ୟମରେ ମଧ୍ୟ ସଚେତନ କରାଯାଇଛି। 

Advertisment

ମିଳିଥିବା ତଥ୍ୟ ଅନୁସାରେ ୨୦୨୫ ମସିହାରେ ବିଭିନ୍ନ ପ୍ରକାର କେବଳ ଭୁବନେଶ୍ୱରରେ ପ୍ରାୟ ୫୮ କୋଟିର ସାଇବର ଠକେଇ ହୋଇଛି ଓ ୬୧ ଜଣ ଗିରଫ ହୋଇଛନ୍ତି।

Cyber Fraud Fake Wrong E-challan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ