Advertisment

ପୁଣି ଶବରୁ ଆଖି ଗାଏବ!

ଅନୁଗୁଳ: ପୁଣି ଥରେ ଶବରୁ ଗାଏବ ହୋଇ ଯାଇଛି ଆଖି । ଘଟଣା ଘଟିଛି ସେଇ ଅନୁଗୁଳ ମେଡିକାଲରେ । ଗୋଟିଏ ସପ୍ତାହରେ ଦୁଇ ଥର ଏପରି କାଣ୍ଡ ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା…

ଅଦ୍ୟତନ ହୋଇଛି
ପୁଣି ଶବରୁ ଆଖି ଗାଏବ!

angul

Advertisment

ଅନୁଗୁଳ: ପୁଣି ଥରେ ଶବରୁ ଗାଏବ ହୋଇ ଯାଇଛି ଆଖି । ଘଟଣା ଘଟିଛି ସେଇ ଅନୁଗୁଳ ମେଡିକାଲରେ । ଗୋଟିଏ ସପ୍ତାହରେ ଦୁଇ ଥର ଏପରି କାଣ୍ଡ ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ମୋନେଟ୍‌ ପ୍ଲାଣ୍ଟ୍‌ ସମ୍ମୁଖରେ ଏକ ଦୁର୍ଘଟଣା ଘଟିଥିଲା। ଏଥିରେ କୁଶ୍‌କିଳା ଗାଁର ଜମ୍ବେଶ୍ୱର ନାୟକଙ୍କ ମୃତ୍ୟୁ ଘଟିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ସେଠାରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଡାକ୍ତରଖାନାର ମର୍ଗ ରୁମ୍‌ରେ ରଖାଯାଇଥିଲା। ହେଲେ ଆଜି ସକାଳେ ଯେତେବେଳେ ବ୍ୟବଚ୍ଛେଦ ପାଇଁ ନିଆ ଯାଉଥିଲା ସେହି ସମୟରେ ମୃତ ଜମ୍ବେଶ୍ୱରଙ୍କ ଡାହାଣ ପାଖ ଆଖି ଗାଏବ ହୋଇଯାଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ସିଡିଏମ୍‌ଓ ଅଫିସ୍‌ ସାମ୍ନାରେ ମୃତଦେହକୁ ରଖି ଧାରଣାରେ ବସିଛନ୍ତି।

Advertisment

ସେପଟେ ଏହି ଘଟଣାକୁ ନେଇ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

Advertisment

ସୂଚନାଥାଉ କି, ଚଳିତ ମାସ ୧୮ ତାରିଖରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ନୂଆହତା ଗାଁର ଜଣେ ୪ ବର୍ଷର ଝିଅକୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ବ୍ୟବଚ୍ଛେଦ ପାଇଁ ଶବକୁ ଡାକ୍ତରଖାନାର ମର୍ଗ ରୁମ୍‌ରେ ରଖାଯାଇଥିଲା।  ପରଦିନ ସକାଳେ ମୃତଦେହରେ ଆଖି ନଥିବା ଦେଖିବାକୁ ମିଳିଥିଲା। ଏହାସହ ମୃତଦେହର ନାକରେ ବି କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ପୁନର୍ବାର ସମାନ ଘଟଣାର ପୁନରାବୃତ୍ତି ସ୍ଥାନୀୟ ଲୋକଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ