Advertisment

End to Long Wait: ଖୁବଶୀଘ୍ର ରତ୍ନଭଣ୍ଡାର ଅଳଙ୍କାର ଗଣତି-ମଣତି , ପ୍ରକ୍ରିୟା ସରିବାକୁ ଲାଗିପାରେ ୫ରୁ ୬ ମାସ

ମହାପ୍ରଭୁଙ୍କର ଭଣ୍ଡାର ଘରେ କେତେ ରତ୍ନ ଅଳଙ୍କାର ରହିଛି ଓ କେବେ ହେବ ଗଣତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅପେକ୍ଷାର ଖୁବଶୀଘ୍ର ଅନ୍ତ ହେବାକୁ ଯାଉଛି। ଆସନ୍ତା ୨୭ ତାରିଖରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ ବସିବ।

RATNA-BHANDAR

RATNA-BHANDAR Photograph: (OTV)

Advertisment

ମହାପ୍ରଭୁଙ୍କର ଭଣ୍ଡାର ଘରେ କେତେ ରତ୍ନ ଅଳଙ୍କାର ରହିଛି ଓ କେବେ ହେବ ଗଣତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅପେକ୍ଷାର ଖୁବଶୀଘ୍ର ଅନ୍ତ ହେବାକୁ ଯାଉଛି। ଆସନ୍ତା ୨୭ ତାରିଖରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ ବସିବ। ମହାପ୍ରଭୁଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀଗୁଡିକର ତାଲିକା ପ୍ରସ୍ତୁତିକରଣ ଓ ଏସଓପି ଉପରେ ବିସ୍ତୃତ ଆଲୋଚନା କରାଯିବ। ଜଷ୍ଟିସ ରଥ କହିଛନ୍ତି, ବୈଠକରେ ତାରିଖ ବାବଦରେ ବିଚାରବିମର୍ଶ ହେବ। କେମିତି ଓ କେଉଁ ଆଧାରରେ ଗଣତି ମଣତି ହେବ ପ୍ରସ୍ତୁତ କରାଯିବ ରୂପରେଖ। ଜାନୁଆରୀ ମାସରେ ମଣତି ଗଣତି ହୋଇପାରେ। ପାଞ୍ଜି ଦେଖି ୨ଟି ତାରିଖ ନିର୍ଦ୍ଧାରିତ କରାଯିବ ଓ ସେହି ତାରିଖକୁ ପରିଚାଳନା କମିଟିକୁ ସୁପାରିଶ କରାଯିବ। ପରିଚାଳନା କମିଟିର ଅନୁମୋଦନ ପରେ ଧାର୍ଯ୍ୟ ତାରିଖକୁ ପଠାଯିବ ରାଜ୍ୟ ସରକାରଙ୍କ ପାଖକୁ। ସୁରକ୍ଷା ଦୃଷ୍ଟିରୁ ଭିତର ଭଣ୍ଡାରରେ ହେବ ଗଣତି ମଣତି। ୧୯୭୮ ମସିହା ତାଲିକା ସହ ଟାଲି କରାଯିବ ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଗଣତି ମଣତି ସରିବାକୁ ପ୍ରାୟ ୫-୬ ମାସ ଲାଗିପାରେ। ... 

Advertisment



ରତ୍ନଭଣ୍ଡାର ଗଣତି ମଣତି ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ବି ଶୃଙ୍ଖଳିତ କରାଯିବ। ଇଂରାଜୀ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ତେଣୁ ଏହି ସମୟରେ ରତ୍ନଭଣ୍ଡାର ଖୋଲି ନପାରେ। ଜାନୁଆରୀରେ କେଉଁ ଦିନ ଖୋଲିବ ଉତ୍କଣ୍ଠାର ସହ ଅନାଇ ରହିଛନ୍ତି କୋଟି କୋଟି ଭକ୍ତ ଓ ଜଗନ୍ନାଥପ୍ରେମୀ। ଗଣତି ମଣତି ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ହେବ ଡିଜିଟାଇଜେସନ୍। କିଛି ମରାମତି ଆବଶ୍ୟକତା ପଡ଼ିଲେ ସେକାମ ବି କରାଯିବ। ମାର୍ଗଦର୍ଶିକା ଅନୁସାରେ ସବୁ କାମ କରାଯିବ। ତତ୍କାଳୀନ ବିଜେଡି ସରକାର ସମୟରେ ମହାପ୍ରଭୁଙ୍କ ଭଣ୍ଡାର ଘର ଖୋଲିବାକୁ ଦାବି ଜୋର ଧରିଥିଲା। ନୂଆ ବିଜେପି ସରକାର ରତ୍ନ ଭଣ୍ଡାର ଖୋଲିବା ସହ ଏହାର ମରାମତି କରିଛନ୍ତି। ଆଗକୁ ସବୁକାମ ସୁରୁଖୁରୁରେ ହେବ ରତ୍ନଭଣ୍ଡାର କମିଟି ସଦସ୍ୟ ଓ ସେବାୟତ ଆଶା ରଖିଛନ୍ତି।... 

 ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରର ଯେଭଳି କୌଣସି ପ୍ରକାର ନିର୍ମାଣଜନିତ ତ୍ରୁଟି ରହିବ ନାହିଁ କି ଗଠନମୂଳକ ସୁରକ୍ଷା ଦୃଷ୍ଟିରୁ ଅସୁବିଧା ହେବ ନାହିଁ, ତାକୁ ନଜର ରଖି ମରାମତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ