Advertisment

Fatal Human-Elephant Conflict: ଗାଁ ନିକଟରେ ହାତୀ ପଲ, ଘଉଡାଇବା ବେଳେ ଜଣେ ଯୁବକ ମୃତ

ଗତ ରାତିରୁ ୧୫ ଟିକିଆ ହାତୀପଲ ଗ୍ରାମ ନିକଟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ତେବେ ଆଜି ସକାଳ ସମୟରେ ହାତୀପଲ ଘଉଡାଇବା ପାଇଁ ଗ୍ରାମବାସୀ ଉଦ୍ୟମ କଲାବେଳେ ପ୍ରିୟବ୍ରତ ପରିଡା ନାମକ ଯୁବକକୁ ଗୋଟିଏ ଦନ୍ତା ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେହିଁ ମୃତ୍ୟୁ ହୋଇଯାଇଥିଲା।

Elephant

Elephant Photograph: (OTV)

Advertisment

ଗାଁ ନିକଟରେ ଘୂରି ବୁଲୁଛନ୍ତି ୧୫ ଟିକିଆ ହାତୀ ପଲ। ହାତୀ ଆକ୍ରମଣରେ ଯୁବକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଭୂଆସୁଣିପାଟଣା ଗ୍ରାମରେ। ଗତ ରାତିରୁ ୧୫ ଟିକିଆ ହାତୀପଲ ଗ୍ରାମ ନିକଟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ତେବେ ଆଜି ସକାଳ ସମୟରେ ହାତୀପଲ ଘଉଡାଇବା ପାଇଁ ଗ୍ରାମବାସୀ ଉଦ୍ୟମ କଲାବେଳେ ପ୍ରିୟବ୍ରତ ପରିଡା ନାମକ ଯୁବକକୁ ଗୋଟିଏ ଦନ୍ତା ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେହିଁ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବନ ବିଭାଗର କର୍ମଚାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ହାତୀପଲ ଉପରେ ନଜର ରଖିଛନ୍ତି ।

Advertisment

ଗାଁରେ ୧୫ ଟିକିଆ ହାତୀ ପଲଙ୍କ ଉପଦ୍ରବ

ହାତୀ ଆକ୍ରମଣରେ ଯୁବକ ମୃତ
ହାତୀପଲ ଘଉଡାଇବା ବେଳେ ଆକ୍ରମଣ
ବେଗୁନିଆ ଥାନା ଭୂଆସୁଣିପାଟଣା ଗ୍ରାମରେ ଅଘଟଣ
ହାତୀପଲଙ୍କ ପାଇଁ ଗ୍ରାମବାସୀ ଭୟଭୀତ

ଅନ୍ୟ ଏତ ଘଟଣାରେ କେନାଲରେ ପଡି଼ ମାଈ ହାତୀର ମୃତ୍ୟୁ। ଟିଟିଲାଗଡ ରେଞ୍ଜ ବେଲଗାଁ ସେକ୍ସନରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ କଳାହାଣ୍ଡି ପଟୁ ଏକ ଗୋଠ ଛଡା ମାଈ ହାତୀ ବେଲଗାଁ ସେକ୍ସନକୁ ପ୍ରବେଶ କରିଥିଲା। ୮ ଦିନ ହେବ ହାତୀଟି ଅସୁସ୍ଥ ଥିଲା। ବନ ବିଭାଗ ମଧ୍ୟ ହାତୀକୁ କ୍ରମାଗତ ଭାବେ ଟ୍ରାକିଂ କରୁଥିଲା। ତେବେ ଆଜି ହାତୀଟିର କେନାଲରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ଟିଟିଲାଗଡ ରେଞ୍ଜର, ବଲାଙ୍ଗୀର ଏସିଏଫ ଓ ଡିଏଫଓ ଘଟଣାସ୍ଥାଳକୁ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ...

Advertisment

କେନାଲରେ ପଡି ମାଈ ହାତୀର ମୃତ୍ୟୁ

ଟିଟିଲାଗଡ ରେଞ୍ଜ ବେଲଗାଁ ସେକ୍ସନରୁ ମୃତଦେହ ଉଦ୍ଧାର
କଳାହାଣ୍ଡିରୁ ବେଲଗାଁ ଆସିଥିଲା ହାତୀ
୮ ଦିନ ହେବ ହାତୀଟି ଅସୁସ୍ଥ ଥିଲା
ରେଞ୍ଜର, ଡିଏଫଓ ପହଞ୍ଚି ତଦନ୍ତ କରୁଛନ୍ତି

Elephant Angry Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ