Advertisment

Elephant Calf Rescued: ଅଛୁଆଁ ହୋଇଗଲା ଛୁଆ, ଗ୍ରହଣ କଲାନି ମାଆ

କାଦୁଅରେ ଫସି ଯାଇଥିଲା ୧୫ ଦିନର ହାତୀ ଛୁଆ। ହାତୀପଲ ଛୁଆ ହାତୀକୁ ନ ନେଇ ଫେରିଗଲେ। ଛୁଆ ହାତୀକୁ ଉଦ୍ଧାର କଲା ବନ ବିଭାଗ। ବନ ବିଭାଗର ଉଦ୍ୟମ ସତ୍ତ୍ବେ ନେଲେନି ହାତୀପଲ।

Elephant Calf Rescued

Elephant Calf Rescued Photograph: (OTV)

Advertisment

ମା’ ମୋ ଭୁଲ୍ କଣ? ମୁଁ କ’ଣ କରିଛି ଦୋଷ। ଦୁନିଆର ଆଲୋକ ଦେଖାଇଲୁ, ପରେ କାହିଁକି ମୋତେ ପର କରିଦେଉଛୁ? ମୁଁ ଏବେ ଏକା ହୋଇଯାଇଛି। ବନ ବିଭାଗର ଏହି ଯନ୍ତା ମୋତେ ଭଲ ଲାଗୁନି। ହେଲେ ଏଠାରେ ଥିବା ଲୋକେ ମୋର ଖୁବ୍ ଯତ୍ନ କରୁଛନ୍ତି, ହେଲେ କ’ଣ ହେବ! ମୁଁ ତୋ ସହ ଖୋଲା ଆକାଶରେ ରହିବାକୁ ଚାହେଁ। ତୋ ସହ  ଜଙ୍ଗଲରେ ଚରି ବୁଲିବାକୁ ମୋର  ଇଚ୍ଛା। ମୋତେ ତୋ ସାଙ୍ଗରେ ନେଇଯାଆ। ଏହି  ମଣିଷମାନେ ଛୁଇଁଦେଲେ ବୋଲି ମୋତେ ନେଉନାହୁଁ ନା ମା’। ମୋର  ଉପରେ ଅଭିମାନ କରିଛୁ ନା ମା’।

Advertisment

ଏହି ମନର କଥା ହେଉଛି ନବଜାତ ହାତୀଛୁଆର। ଜନ୍ମ ପରେ ତାର ମା’ ତାକୁ ଛାଡ଼ି ପଳାଇ ଯାଇଛି ଓ ପରେ ବି ହାତୀ ପଲରେ ମିଶାଉ ନାହିଁ।
ଗତ ଶନିବାର ୨୨ ଟିକିଆ ହାତୀପଲ ଅନୁଗୋଳ ଜିଲ୍ଲାର ଶ୍ୟାମସୁନ୍ଦରପୁର ଗାଁରେ ଥିବା ଏକ ଧାନ କିଆରିରେ ଏକ ମା’ ହାତୀ  ଏକ ଛୁଆଟିକୁ ଜନ୍ମ ଦେଇ ଛାଡ଼ି ପଳାଇ ଯାଇଥିଲା। । ରାତି ସାରା ଧାନ ବିଲ କାଦୁଅରେ ଛଟପଟ ହେଉଥିଲା ହାତୀ ଛୁଆ। ପାଟି ଖୋଲୁନଥିଲେ ବି ନିଜ ମା’କୁ ମନେ ମନେ ଖୋଜୁଥିଲା। ଏହି ସମୟରେ ଖବର ବନ ବିଭାଗ ପାଖରେ ପହଞ୍ଚିଲା। କିଛି ସମୟ ଭିତରେ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆଟିକୁ ଉଦ୍ଧାର କରିଥିଲା।  


ପରେ ତାକୁ ପୁରୁଣାଗଡ ନିକଟସ୍ଥ କୁଲାସିଂହା ନର୍ସରୀରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଛୁଆଟି ସୁସ୍ଥ ହେବା ପରେ ତାକୁ ହାତୀ ପଲରେ ଛାଡ଼ିବାକୁ ଚେଷ୍ଟା କରିଥିଲା ବନ ବିଭାଗ। ଏଥିପାଇଁ ରାତିସାରା ବନ ବିଭାଗକୁ ଅନିଦ୍ରା ହେବାକୁ ପଡ଼ିଥିଲା। ହାତୀ ଛୁଆଟିକୁ ରାତିରେ ଧାନ କ୍ଷେତ ନିକଟରେ ଛାଡ଼ିଥିଲା ଟିମ୍। ଏହି ସମୟରେ ମା’ ସହ ହାତୀ ପଲ ଜଙ୍ଗଲରୁ ଧାନ ଖାଇବାକୁ ଆସିଥିଲେ, ଧାନ ଖାଇଥିଲେ ହେଲେ ହାତୀ ଛୁଆଟିକୁ ନ ନେଇ ଚାଲିଯାଇଥିଲେ। ପରେ ବନ ବିଭାଗ ହାତୀ ଛୁଆକୁ ନେଇ ଘରକୁ ଫେରିଥିଲା। ବନ ବିଭାଗ ଛୁଆ ହାତୀର ଯତ୍ନ ନେବା ସହିତ ଆଉଥରେ ତାର ମାଆ ପାଖକୁ ପଠାଇବାକୁ ଉଦ୍ୟମ କରିବ ବୋଲି ସୂଚନା ମିଳିଛି।

Advertisment
Elephant Calf Rescue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ