ଅସହ୍ୟ ହେଲା ପୁଅର ଯନ୍ତ୍ରଣା Photograph: (OTV)
ପରିଣତ ବୟସରେ ରୋଗିଣା ସ୍ଵାମୀକୁ ଧରି ନ୍ୟାୟ ପାଇଁ ଏ ଅଫିସରୁ ସେ ଅଫିସ ଧାଉଁଛି ବୁଢି ମା। କାନ୍ଦି କାନ୍ଦି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୃଦ୍ଧ ବାପା ମାଆ। ଢେଙ୍କାନାଳ ଭୁବନ ୫ ନମ୍ବର ୱ।ର୍ଡ ଶେଣ ସାହିରେ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି।
ସହରର ରାଜରାସ୍ତାରେ ଭୋ ଭୋ କାନ୍ଦୁଛି ମା। ଯେଉଁ ବୟସରେ ଘରେ ନାତି ନାତୁଣୀ ସହ ହସ ଖୁସିରେ ସମୟ ଅତିବାହିତ କରିବା କଥା ସେହି ବୟସରେ ନ୍ୟାୟ ପାଇଁ ଏ ଅଫିସରୁ ସେ ଅଫିସ ଦୈ।ଡି ଦୈ।ଡି ନୟାନ୍ତ ହେଉଛନ୍ତି ବୃଦ୍ଧ ଦମ୍ପତ୍ତି। କାରଣ ପର କରିଦେଇଛି ଜନ୍ମ କଲା ପୁଅ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଯେଉଁ ପୁଅକୁ ଜନ୍ମ ଦେଇଥିଲେ, ସେ ପୁଅ ଆଜି ବାପା ମାଆଙ୍କୁ ଘରୁ ବାହାର କରି ଦେଇଛି। ପୁଅର ଅତ୍ୟାଚାର ଅତିଷ୍ଠ ହେବାରୁ ନ୍ୟାୟ ପାଇଁ ଏସପି ଓ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ୭୦ ବର୍ଷୀୟା ବୃଦ୍ଧା ମାଆ କୋକିଳ ସାହୁ ଓ ୭୫ ବର୍ଷୀୟା ବୃଦ୍ଧ ବାପା ରମେଶ ସାହୁ।
ସୂଚନା ମୁତାବକ କୋକିଳଙ୍କର ତିନି ପୁଅ। ଗୋଟିଏ ଛାତ ତଳେ ଏକାଠି ରୁହନ୍ତି। କିନ୍ତୁ ଦୀର୍ଘ ବର୍ଷ ହେବ ବଡ଼ ପୁଅ ବାବୁଲି ସାହୁ ବାପା-ମାଆଙ୍କୁ ପଚାରୁ ନଥିବା କହିଛନ୍ତି କୋକିଳ। ଏପରିକି ଗୋଟିଏ ଛାତ ତଳେ ତିନି ପୁଅ ବୋହୁଙ୍କ ସହ ରହୁଥିଲେ ମଧ୍ୟ ଅଲଗା ଚୁଲି କରି ବାପା ମାଆ ରୋଷେଇ କରି ଖାଉଛନ୍ତି। ୭୫ ବର୍ଷ ବୟସରେ ରୋଗିଣା ସ୍ଵାମୀ ମୁଲ ମଜୁରୀ କରି ଯେଉଁ ଦୁଇ ପଇସା ରୋଜଗାର କରି ଆଣୁଛନ୍ତି ସେଥିରେ ଉଭୟ ସ୍ଵାମୀ-ସ୍ତ୍ରୀ ଚଳୁଥିଲେ। କିନ୍ତୁ ବଡପୁଅର ମାଡ଼ ଗାଳି ଅତ୍ୟାଚାର ଦେଉଥିବାରୁ ଏବେ କେଉଁଠି ରହିବେ, କ’ଣ ଖାଇବେ, କେମିତି ବଞ୍ଚିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ମାଆ କୋକିଳ।
ବଡ ପୁଅ ବାପା ମାଆଙ୍କୁ ଖାଇବାକୁ ଦୁଇ ଓଳି ଦୁଇ ମୁଠା ଦେବା ତ ଦୂରର କଥା ବରଂ ସାନ ଏବଂ ମଝିଆ ପୁଅ ବାପା ମାଆଙ୍କୁ ଖାଇବାକୁ ଦେଲେ କି ଭଲମନ୍ଦ ବୁଝିଲେ ଅସଭ୍ୟ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଏପରିକି ବୃଦ୍ଧା ମାଆଙ୍କର ରୋଷେଇ ଖାଦ୍ୟ ଫିଙ୍ଗା ଫୋପଡା କରିବା ସହ ବି ମାରୁଥିବା କହିଛନ୍ତି ମାଆ।
ପରିଣତ ବୟସରେ ବାପା ମାଆଙ୍କୁ ଦୁଇ ଝିଅ ସହାୟତା ପାଇଁ ହାତ ବଢାଇଲେ ସେମାନଙ୍କୁ ବି ବଡ଼ପୁଅ ଗାଳିଗୁଲଜ କରୁଥିବା ଦୁଇ ଝିଅ ଅଭିଯୋଗ ଆଣିଛନ୍ତି। ନିକଟରେ ବାପା ରମେଶଙ୍କର ଦେହ ଖରାପ ହେବାରୁ ଦୁଇ ଝିଅ ଜ୍ୱାଇଁ ଢେଙ୍କାନାଳ, କଟକ ପରେ ଭୁବନେଶ୍ଵର ନେଇ ଅପରେସନ କରାଇଥିଲେ। ଏହି ବୟସରେ ବୃଦ୍ଧ ବାପା-ମାଙ୍କୁ ନ୍ୟାୟ ମିଳିବା ଆଶା ନେଇ ଢେଙ୍କାନାଳ ଏସପି ଓ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। କୋକିଳଙ୍କ ଠାରୁ ସବୁକଥା ଶୁଣିବା ପରେ ଉପ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ନ୍ୟାୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/abusive-son-issue-2026-01-20-18-55-22.jpg)