Advertisment

Unemployment Crisis: ହୋମଗାର୍ଡ ଜବ ପାଇଁ ପରୀକ୍ଷା ଦେଲେ ପିଜି-ଡିଗ୍ରୀଧାରୀ , ଇପହାସ କରୁଛି ଓଡ଼ିଶା ବେକାରୀ

ଚାକିରିଟିଏ ପାଇଁ ହନ୍ତସନ୍ତ ଗ୍ରାଜୁଏଟ୍ । ହୋମଗାର୍ଡ ଜବ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍ । କିନ୍ତୁ ପରୀକ୍ଷା ଦେଲେ ପିଜି-ଡିଗ୍ରୀଧାରୀ । ପ୍ରଥମେ ସମ୍ବଲପୁରରେ ବେକାରୀର ଏ ବିକଳ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Jharsuguda-Home-Gurd-Exam

Jharsuguda-Home-Gurd-Exam Photograph: (OTV)

Advertisment

ଚାକିରିଟିଏ ପାଇଁ ହନ୍ତସନ୍ତ ଗ୍ରାଜୁଏଟ୍ । ହୋମଗାର୍ଡ ଜବ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍ । କିନ୍ତୁ ପରୀକ୍ଷା ଦେଲେ ପିଜି-ଡିଗ୍ରୀଧାରୀ । ପ୍ରଥମେ ସମ୍ବଲପୁରରେ ବେକାରୀର ଏ ବିକଳ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ ଖୋଲା ଆକାଶ ତଳେ ପରୀକ୍ଷା ଦେଇଥିଲେ । ଆଉ ଏବେ ସେହି ହୋମଗାର୍ଡ ଚାକିରି ପାଇଁ ଝାରସୁଗୁଡାରେ ପରୀକ୍ଷା କରାଯାଉଛି । କୁହୁଡ଼ିଆ ସକାଳରେ ୧୦୨ଟି ହୋମଗାର୍ଡ ପଦ ପାଇଁ ୪ ହଜାରରୁ ଅଧିକ ଉଚ୍ଚଶିକ୍ଷିତ ଯୁବକ-ଯୁବତୀ ପରୀକ୍ଷା ଦେଉଛନ୍ତି । ଆଉ ପରୀକ୍ଷା ବେଳର ଏ ଚିତ୍ର ଆମ ଓଡ଼ିଶାର ବେକାରୀଙ୍କ କଥା କହି ଆମକୁ ଯେମିତି ଉପହାସ କରୁଛି । 

Advertisment



ଆମ ରାଜ୍ୟର ବେକାରୀ ସମସ୍ୟାକୁ ଏ ଚିତ୍ର ପଦାରେ ପକାଇ ଦେଇଛି । ସାଧାରଣ ଚାକିରିଟିଏ ପାଇଁ ଏବେର ଯୁବପିଢ଼ି କିଭଳି ପରିଶ୍ରମ ଜାରି ରଖିଛି ଏ ଚିତ୍ର ବର୍ଣ୍ଣନା କରୁଛି । ହୋମଗାର୍ଡ ଚାକିରିଟିଏ ପାଇବାକୁ ଝାରସୁଗୁଡା ଓଏସ୍ଏପି ବାଟାଲିୟନ ପଡିଆରେ ଲିଖିତ ପରୀକ୍ଷା ଦେଉଛନ୍ତି ମୋଟ ୪୦୪୦ ଜଣ ପରୀକ୍ଷାର୍ଥୀ । ଏହି ଏକ୍ସଜାମରୁ ୧୦୧୦ ଜଣ ପ୍ରାର୍ଥୀ ମନୋନୀତ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ । ତେଣୁ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାକୁ ଆଖି ଆଗରେ ରଖି ପରୀକ୍ଷାସ୍ଥଳରେ ପର୍ଯ୍ୟାପ୍ତ ପୁଲିସ ମୁତୟନ କରିଛି ପ୍ରଶାସନ ।

ପାଠପଢ଼ି ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଯୁବପିଢ଼ିଙ୍କୁ ଚାକିରିଟିଏ ମିଳୁନି । ଯାହାଫଳରେ ପିଲାଙ୍କ ଭବିଷ୍ୟତ ଏବେ ଦିଗହରା ପାଲଟିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ