Advertisment

ECMO ମେସିନ୍‌ ଲାଗିଲା ପରେ ତାକୁ ଚଳାଇବାକୁ ଲୋକ ଅଛନ୍ତି ତ?

କୋଭିଡରେ ରୋଗୀ ଗୁରୁତର ହେବା ପରେ ଏବେ ଚର୍ଚ୍ଚାରେ ECMO ମେସିନ୍। ଆମ ରାଜ୍ୟରେ ଏହି ସୁବିଧା ପର୍ଯ୍ୟାପ୍ତ ନଥିବାରୁ ଏୟାରଲିଫ୍ଟିଂ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ

ଅଦ୍ୟତନ ହୋଇଛି
ECMO ମେସିନ୍‌ ଲାଗିଲା ପରେ ତାକୁ ଚଳାଇବାକୁ ଲୋକ ଅଛନ୍ତି ତ?

Ecmo

Advertisment

ଭୁବନେଶ୍ୱର: କୋଭିଡରେ ରୋଗୀ ଗୁରୁତର ହେବା ପରେ ଏବେ ଚର୍ଚ୍ଚାରେ ECMO ମେସିନ୍। ଆମ ରାଜ୍ୟରେ ଏହି ସୁବିଧା ପର୍ଯ୍ୟାପ୍ତ ନଥିବାରୁ ଏୟାରଲିଫ୍ଟିଂ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ। ଏଭଳି ସ୍ଥଳେ ଏସସିବି ମେଡିକାଲରେ ୬ଟି ECMO ୟୁନିଟ୍ ଲଗାଇବାକୁ ଯୋଜନା କରିଛନ୍ତି ସରକାର। ତେବେ ଏହି ମେସିନ୍ ଚଳାଇବା ପାଇଁ ଆମ ପାଖରେ ପ୍ରଶିିକ୍ଷିତ ମ୍ୟାନ୍ ପାଓ୍ୱାର ଅଛି ତ? କଣ ଏହି ECMO ଚିକିତ୍ସା ? ଏହି ଚିକିତ୍ସା ଦ୍ୱାରା ରୋଗୀର ଆରୋଗ୍ୟ ସଂଭାବନା କେତେ?

Advertisment

ECMO ଚିକିତ୍ସା କୋଭିଡରେ ଗୁରୁତର ରୋଗୀଙ୍କ ଶେଷ ଆଶା। କେମିତି ହୁଏ ଏହି ଚିକିତ୍ସା? ଏଥିପାଇଁ କଣ କେବଳ ECMO ମେସିନ୍ ଆବଶ୍ୟକ? କେତେ ଜଣ ଡାକ୍ତର ଏହି ମେସିନକୁ ଚଳାନ୍ତି? ସମସ୍ତଙ୍କ ମନରେ ଏବେ ଏମିତି ଅନେକ ପ୍ରଶ୍ନ। ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୋଟିଏ ECMO ୟୁନିଟ୍ ଚଳାଇବାକୁ ବିଭିନ୍ନ ସିଫ୍ଟରେ ୪ ଜଣ କାଡିଓଥୋରାସିକ୍, ୪ଜଣ ପଫ୍ୟୁଜନିଷ୍ଟ, ୪ଜଣ ଭାସ୍କୁଲାର ସର୍ଜନ, ୪ଜଣ କାର୍ଡିଓଲୋଜିଷ୍ଟ, ସମାନ ସଂଖ୍ୟକ ପୁଲ୍ମୋନୋଲୋଜିଷ୍ଟ ଓ ଇନ୍ଟେନ୍ସିଭିଷ୍ଟଙ୍କ ଆବଶ୍ୟକତା ରହିଛି। ଜଣେ ରୋଗୀଙ୍କୁ ୨୪ ଘଣ୍ଟା ଧରି ଏହି ଟିମ୍ ମନିଟର କରିଥାଏ।

କାରଣ ECMO ମେସିନ୍ ସାହାଯ୍ୟରେ ରୋଗୀର ଦୂଷିତ ରକ୍ତକୁ ବାହାରକୁ ବାହାର କରାଯାଇ ବିଶୋଧନ ପରେ ପୁଣି ଶରୀରରେ ଛଡ଼ାଯାଇଥାଏ। ଏହି ସମୟରେ ରୋଗୀର ସମସ୍ତ ଅଙ୍ଗ ଠିକ୍ ଭାବେ କାମ କରୁଛି ନା ନାହିଁ ଏହି ଟିମ୍ ଅତି ସଂନ୍ତର୍ପଣର ସହ ନଜର ରଖିଥାଏ। ରୋଗୀର ଫୁସଫୁସ୍‌ ଭଳି କାର୍ଯ୍ୟ କରିଥାଏ ECMO।

Advertisment

କଟକ ବଡ଼ ମେଡିକାଲରେ ରାଜ୍ୟ ସରକାର ୬ଟି ECMO ୟୁନିଟ୍ ସ୍ଥାପନ ପାଇଁ ଯୋଜନା ଚଳାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏହି ECMO ୟୁନିଟ୍ ଚଳାଇବା ପାଇଁ ଆମ ପାଖରେ ଆବଶ୍ୟକ ମାନବ ସମ୍ବଳ ଅଛି ତ? ଡିଏମ୍ଇଟିଙ୍କ ମତରେ ECMO ୟୁନିଟ୍ ଏସସିବିର କାର୍ଡିଓ ଥୋରାସିକ୍ ବିଭାଗର ଏକ ଅଂଶ ହେବ। ଗୋଟିଏ କୋଠରୀରେ ୬ଟି ୟୁନିଟ୍ ସ୍ଥାପନ ହେଲେ କମ୍ ମ୍ୟାନ୍ ପାଓ୍ୱାରରେ ସବୁ ମେସିନରେ ଥିବା ରୋଗୀଙ୍କ ଉପରେ ନଜର ରଖିହେବ। ତେବେ ସୂଚନା ଅନୁଯାୟୀ ଏସସିବି ମେଡିକାଲର କାର୍ଡିଓଥୋରାସିକ୍ ବିଭାଗରେ ଜଣେ ପ୍ରଫେସରଙ୍କ ସମେତ ୩ଜଣ କାର୍ଡିଓ ସର୍ଜନ ଅଛନ୍ତି। ତେବେ ଜଣେ ମାତ୍ର ପଫ୍ୟୁଜନିଷ୍ଟ, ସେ ବି ଠିକାରେ ରହି କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସ୍ଥାୟୀ ପଦବୀ ସୃଷ୍ଟି କରାଯାଇନାହିଁ।

ତେବେ ECMO ଚିକିତ୍ସା କାହାକୁ ଦିଆଯାଏ ? ଏହି ଚିକିତ୍ସାରେ ରୋଗୀ ସୁସ୍ଥ ହେବାର ସଂଭାବନା କେତେ ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯେଉଁ ରୋଗୀଙ୍କର ଭେଣ୍ଟିଲେଟର ସହାୟତାରେ ରହି ବି ସ୍ୱାସ୍ଥ୍ୟରେ ଉନ୍ନତି ନଆସେ ସେମାନଙ୍କୁ ECMO ଚିକିତ୍ସା ଦିଆଯାଏ। ତେବେ ୧୦ ଜଣରେ ୪ ଜଣ ରୋଗୀ ECMO ଚିକିତ୍ସା ଦ୍ୱାରା ସୁସ୍ଥ ହୋଇଥାନ୍ତି। ECMO ସହାୟତାରେ ଜଣେ ଗୁରୁତର ରୋଗୀଙ୍କୁ ମାସେରୁ ଅଧିକ ସମୟ ଧରି ଚିକିତ୍ସା କରାଯାଇପାରେ। ହେଲେ ଏହି ଚିକିତ୍ସା ବ୍ୟୟ ବହୁଳ ବୋଲି  ଜଣାପଡ଼ିଛି।

Advertisment

କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ବଳରାମ ମହାନ୍ତିଙ୍କ ରିପୋର୍ଟ

ECMO Machine In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ