Advertisment

E-Detection Error at Toll Plaza: ଗ୍ୟାରେଜରେ ଥିବା ଗାଡ଼ିକୁ ଟୋଲ ଓ ପ୍ରଦୂଷଣ ତଣ୍ଡ, ଇ-ଡିଟେକ୍ସନ ସିଷ୍ଟମ ଉପରେ ପ୍ରଶ୍ନ

ରାଜ୍ୟରେ ବିଭିନ୍ନ ଟୋଲ ପ୍ଲାଜାରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲଗାଯାଇଥିବା ଇ-ଡିଟେକ୍ସନ ସିଷ୍ଟମରେ ତୃଟି ଯୋଗୁଁ ଏବେ ଗାଡ଼ି ମାଲିକମାନେ ହଜାର ହଜାର ଟଙ୍କରା ତଣ୍ଡ ଗଣୁଛନ୍ତି। ଗାଡ଼ି ଗ୍ୟାରେଜରେ ଥିବାବେଳେ ଫାସଟ୍ୟାଗରୁ ଟୋଲ ଟ୍ୟାକ୍ସ ୪ ଶହ ୪୦ କଟିବା ସାଙ୍ଗକୁ ପ୍ରଦୂଷଣ ପାଇଁ ୧୦ ହଜାର ଫାଇନ।

E-Detection Error at Toll Plaza

ଗ୍ୟାରେଜରେ ଥିବା ଗାଡ଼ିକୁ ଟୋଲ ଓ ପ୍ରଦୂଷଣ ତଣ୍ଡ Photograph: (OTV)

Advertisment

ରାଜ୍ୟରେ ବିଭିନ୍ନ ଟୋଲ ପ୍ଲାଜାରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲଗାଯାଇଥିବା ଇ-ଡିଟେକ୍ସନ ସିଷ୍ଟମରେ ତୃଟି ଯୋଗୁଁ ଏବେ ଗାଡ଼ି ମାଲିକମାନେ ହଜାର ହଜାର ଟଙ୍କରା ତଣ୍ଡ ଗଣୁଛନ୍ତି। ମରାମତି ପାଇଁ ଗାଡ଼ି ଗ୍ୟାରେଜରେ ଥିବାବେଳେ ଫାସଟ୍ୟାଗରୁ ଟୋଲ ଟ୍ୟାକ୍ସ ୪ ଶହ ୪୦ କଟିବା ସାଙ୍ଗକୁ ପ୍ରଦୂଷଣ ପାଇଁ ୧୦ ହଜାର ଫାଇନ। ଯାହାକୁ ନେଇ ଗାଡ଼ି ମାଲିକମାନେ ରାଜ୍ୟ ସରକାରଙ୍କ ପରିବହନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।

Advertisment

ରାଜ୍ୟ ସରକାରଙ୍କ ପରିବହନ ବିଭାଗ ନୂଆ ଫଣ୍ଡା ଆପଣେଇଛି। ରାଜ୍ୟକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ପ୍ରତ୍ୟେକ ଯାନବହାନର ପ୍ରଦୂଷଣ ପ୍ରମାଣପତ୍ର ଅପଡ଼େଟ କରୁଛି। ଏଥିପାଇଁ ସମସ୍ତ ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜାରେ ଇ-ଡିଟେକ୍ସନ ସିଷ୍ଟମରେ କ୍ୟାମେରା ଲଗାଇ ତଣ୍ଡ ଦେବା ପାଇଁ ଗାଡ଼ି ମାଲିକମାନଙ୍କ ମୋବାଇଲ ନମ୍ବରକୁ ମେସେଜ ପଠାଯାଉଛି। 

ତେବେ ଏହି ସିଷ୍ଟମ କେତେ ସଠିକ୍ ତାହା ଏବେ ସମସ୍ତଙ୍କୁ ଚକତ କରିଛି। ଖୋର୍ଦ୍ଧା ଅଂଚଳର ଲିଙ୍ଗରାଜ ପଟ୍ଟନାୟକଙ୍କ ଏକ ଟ୍ରକ ରହିଛି ଯାହାର ନମ୍ବର ଓଡ଼ି ୦୨ଏଭି ୬୮୪୯ ରହିଛି। ଏହି ଗାଡ଼ିଟି ଗତ ଡ଼ିସେମ୍ବର ମାସ ୯ ତାରିଖରୁ ଭୁବନେଶ୍ୱରର ଏକ ଗ୍ୟାରେଜରେ ଭର୍ତି ହୋଇ ମରାମତି କାମ ଚାଲଛି। ତେବେ ଏହି ଗାଡ଼ିଟି ଜାନୁଆରୀ ମାସ ୫ ତାରିଖରେ ପିପିଲି ଟୋଲ ପ୍ଲାଜାରେ ଯାତାୟତ କରିଥିବାର କ୍ୟାମେରା କଏଦ କରିବା ସହିତ ଟୋଲ ଦେୟ ୪୪୦ ଟଙ୍କା ଏବଂ ଗାଡ଼ିର ପ୍ରଦୂଷଣ ନ ଥିବାରୁ ମୋଟର ଯାନ ଆଇନର ଧାରା ୧୯୦(୨) ଅନୁଯାୟୀ ୧୦ ହଜାର ଟଙ୍କା ଜରିମାନା ଚାଲାଣ ଗାଡ଼ି ମାଲିକ ଲିଙ୍ଗରାଜ ପଟ୍ଟନାୟକଙ୍କ ମୋବାଇଲ ନମ୍ବରକୁ ଯାଇଛି। 

Advertisment

ତେବେ ଗାଡ଼ି ଗ୍ୟାରେଜରୁ ନ ବାହାରି କିପରି ତଣ୍ଡ ଗଣିବେ ଏହା ଜାଣିବା ପାଇଁ ଏ ସମ୍ପର୍କରେ ଭୁବନେଶ୍ୱର ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘର କର୍ମକର୍ତ୍ତାମାନେ ପିପିଲି ଟୋଲ ପ୍ଲାଜାରେ ପହଂଚି ସିସିଟିଭି ଦେଖିବା ବେଳକୁ ତାଙ୍କ ଗାଡ଼ି ଟୋଲ ପ୍ଲାଜାକୁ ଆସି ନ ଥିବା ବେଳେ ସେହି ସମୟରେ ଏକ ୪୦୭ ଗାଡ଼ି ଯାହାର ନମ୍ବର ଓଡ଼ି ୦୨ ଭି ୬୮୪୯ ଯାତାୟତ କରିଛି। ପରିବହନ ବିଭାଗର ଏଭଳି ସିଷ୍ଟମକୁ ନେଇ ରାଜ୍ୟ ପରିବହନ ବିଭାଗ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଗାଡ଼ି ମାଲିକ ଏବଂ ଭୁବନେଶ୍ୱର ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ। 

ଟୋଲ କର୍ମକର୍ତ୍ତାଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ପିପିଲି ଟୋଲ ପ୍ଲାଜାରେ ପହଂଚିଥିଲେ ଭୁବନେଶ୍ୱର ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘର କର୍ମଚାରୀ। ଟୋଲ ପ୍ଲାଜାରେ ଏଭଳି ତୃଟିକୁ ନେଇ ଦୀର୍ଘ ସମୟ ଧରି ଗାଡ଼ି ମାଲିକ ସଂଘ ଏବଂ ଟୋଲ ପ୍ଲାଜା ମ୍ୟାନେଜରଙ୍କ ସହିତ ଆଲୋଚନା ଚାଲିଥିଲା।

Advertisment

ତେବେ ଆଲୋଚନାରେ ସୁଫଳ ମିଳି ପାରି ନ ଥିବାରୁ ଶେଷରେ ଥାନା ପର୍ଯ୍ୟନ୍ତ ଯାଇଥିଲା ଆଲୋଚନା। ଦୀର୍ଘ ସମୟ ଆଲୋଚନା ପରେ ଗାଡ଼ି ମାଲିକ ଲିଙ୍ଗରାଜଙ୍କ ଫାସଟ୍ୟାଗ ଆକାଉଂଟକୁ ୪ଶହ ୪୦ ଟଙ୍କା ଫେରାଯାଇଥିଲା। ତେବେ ଏହି ତୃଟି କ’ଣ ପାଇଁ ହୋଇଛି ସେ ସମ୍ପର୍କରେ ତର୍ଜମା ଚାଲିଥିବା ଟୋଲ ପ୍ଲାଜା ମ୍ୟାନେଜର କହିଛନ୍ତି। 

ଖାଲି ଯେ ଏହି ଘଟଣାରେ ଏଭଳି ତୃଟି ଦେଖାଯାଉଛି ତାହା ନୁହେଁ ଅନେକ ଲୋକ ଘରେ ଥାଇ ତାଙ୍କ ଗାଡ଼ିର ଚାଲାଣ ତାଙ୍କ ନମ୍ବରକୁ ଆସିବା ସହିତ ନିର୍ଦ୍ଧାରିତ ବେଗ ଠାରୁ କମ୍ ବେଗରେ ଗାଡ଼ି ଯାଉଥିବାବେଳେ ଦୃତଗତି ବାବଦରେ ଗାଡ଼ି ମାଲିକଙ୍କ ନମ୍ବରକୁ ଜରିମାନା ଆସିଛି। ତେବେ ଏଭଳି ତୃଟି ଉପରେ ସରକାର କେବେ ନଜର ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। 

Toll Plaza Transport Department Odisha Transport Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ