Advertisment

Drunk PACS Secretary Detained: ଧାନ ମଣ୍ଡିରେ ହଙ୍ଗାମା! ପ୍ୟାକ୍ସ ସମ୍ପାଦକଙ୍କ ଦୁର୍ବ୍ୟବହାର; ମାଡି ବସିଲା ପୁଲିସ

ପ୍ୟାକ୍ସରେ ମଦପିଇ ମାତାଲ ଥିଲେ ସମ୍ପାଦକ; ମାଡି ବସିଲା ପୁଲିସ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ପ୍ରାଥମିକ କୃଷି ସମବାୟ ସମିତିରେ।

Drunk PACS Secretary Detained

ଧାନ ମଣ୍ଡିରେ ହଙ୍ଗାମା! Photograph: (OTV)

Advertisment

ପ୍ୟାକ୍ସରେ ମଦପିଇ ମାତାଲ ଥିଲେ ସମ୍ପାଦକ; ମାଡି ବସିଲା ପୁଲିସ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ପ୍ରାଥମିକ କୃଷି ସମବାୟ ସମିତିରେ। 

Advertisment

ସୂଚନା ମୁତାବକ ଠିକଭାବେ ମଣ୍ଡିରୁ ଧାନ ବିକ୍ରୟ ହେଉ ନଥିବା ଏବଂ ଅଧିକ କଟ୍‌ନୀ ଛଟ୍‌ନି ଅଭିଯୋଗରେ ଚାଷୀମାନେ ବିରକ୍ତି ପ୍ରକାଶ କରି ହୋ…ହାଲ୍ଲା କରିଥିଲେ। ଠିକ ଏହି ସମୟରେ ସମବାୟ ସମିତିର ସମ୍ପାଦକ ଚିନ୍ତାମଣି ମଲ୍ଲିକ ଚାଷୀମାନଙ୍କୁ ଖରାପ ବ୍ୟବହାର କରିଥିଲେ। ସମ୍ପାଦକ ମଦ୍ୟପାନ କରି ଏପରି ବ୍ୟବହାର କରୁଥିବା ଦେଖି ଚାଷୀମାନେ ଆଭିଯୋଗ କରିଛନ୍ତି। 

ଘଟଣାକୁ ନେଇ ଚାଷୀ ପୁଲିସକୁ ଖବର ଦେଇଥିଲେ। ଏହା ପରେ ଘଟଣା ସ୍ଥଳରେ ବେଲପଡା ଆଇଆଇସି ପହଞ୍ଚି ପରିସ୍ଥିତି ଯାଞ୍ଚ୍ କରିଥିଲେ। ଏହାପରେ ଆଲକହଲ୍ ଟେଷ୍ଟିଂ କରି ଥାନାକୁ ନେଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଆଉ ଥରେ ମେଡିକାଲ ପରୀକ୍ଷା ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି। ତେବେ ପ୍ୟାକ୍ସ ସମ୍ପାଦକ ଥାନାରେ ଅଟକ ଥିବା ଜଣାପଡିଛି।

Advertisment
PACS Odisha Farmer Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ