Advertisment

Drunk Headmaster Locked: ମଦ ପିଇ ପ୍ରଧାନ ଶିକ୍ଷକ ମାତାଲ, ତାଲା ପକାଇଲେ ଅଭିଭାବକ

ମାତାଲ ପ୍ରଧାନ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ହଂଗାମା। ସାର୍ ଙ୍କୁ ସ୍କୁଲ ଘରେ ତାଲା ପକାଇ ରଖିଲେ ଅଭିଭାବକ, ଉଦ୍ଧାର କଲା ପୋଲିସ।ଦଶପଲ୍ଲା ଥାନା ପଙ୍କୁଆ ସରକାରୀ ପ୍ରାଥମିକ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା।

Head Teacher Intoxicated and Assaults Students

Head Teacher Intoxicated and Assaults Students Photograph: (OTV)

Advertisment

ମାତାଲ ପ୍ରଧାନ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ହଂଗାମା। ସାର୍ ଙ୍କୁ ସ୍କୁଲ ଘରେ ତାଲା ପକାଇ ରଖିଲେ ଅଭିଭାବକ, ଉଦ୍ଧାର କଲା ପୋଲିସ।ଦଶପଲ୍ଲା ଥାନା ପଙ୍କୁଆ ସରକାରୀ ପ୍ରାଥମିକ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ ସ୍କୁଲକୁ ନିଶାସକ୍ତ ଅବସ୍ଥାରେ ଆସିଥିଲେ ଏବଂ ଛାତ୍ର ଛାତ୍ରୀଙ୍କୁ ଅଯଥାରେ ମାଡ଼ ମାରିବା ସହ ସେଠି ମଧ୍ୟ ମଦ୍ୟପାନ କରିଥିଲେ।

Advertisment

ଏ ସମ୍ପର୍କରେ ଅଭିଭାବକ ମାନେ ପଚାରିବାରୁ ସେମାନଙ୍କୁ ମଧ୍ୟ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ବି ଅଭିଯୋଗ ହୋଇଛି। ଏହା ପରେ ପ୍ରଧାନଶିକ୍ଷକଙ୍କୁ ଅଭିଭାବକମାନେ ତାଲା ପକାଇ ରଖିଥିଲେ। 

ଖବର ପାଇ ପୋଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା। ସଂପୃକ୍ତ ଶିକ୍ଷକଙ୍କ ବଦଳି ନହେବା ଯାଏଁ ପିଲାଙ୍କୁ ସ୍କୁଲକୁ ନଛାଡ଼ିବାକୁ ଅଭିଭାବକ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରା ଯାଇଥିଲେ ବି ସେ ଫୋନ ଉଠାଇ ନଥିଲେ।....

Advertisment

ମାତାଲ ପ୍ରଧାନ ଶିକ୍ଷକଙ୍କୁ ନେଇ ସ୍କୁଲରେ ହଙ୍ଗାମା
ତାଲା ପକାଇଲେ ଅଭିଭାବକ, ଉଦ୍ଧାର କଲା ପୋଲିସ୍
ଦଶପଲ୍ଲା ପଙ୍କୁଆ ପ୍ରାଥମିକ ସ୍କୁଲର ଘଟଣା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ