Advertisment

ବିକାଶର ବାଟ କିଏ ଓଗାଳୁଛି? ଆଜି ବି ଝରଣା ଓ ଚୁଆ ପାଣିକୁ ଭରସା କରୁଛନ୍ତି ଲୋକେ

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏ ସମସ୍ୟା ବର୍ତ୍ତମାନର ନୁହେଁ। ଅନେକ ବର୍ଷ ହେଲାଣି ପାଣି ଲାଗି ଆମେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ। ସରକାରଠୁ ନେଇ ପ୍ରଶାସନ ସହ ବିଧାୟକଙ୍କ ସମେତ ସରପଂଚଙ୍କୁ ଜଣାଇଛୁ।

ବିକାଶର ବାଟ କିଏ ଓଗାଳୁଛି? ଆଜି ବି ଝରଣା ଓ ଚୁଆ ପାଣିକୁ ଭରସା କରୁଛନ୍ତି ଲୋକେ

Water Problems

Advertisment
  • ମୟୁରଭଞ୍ଜରେ ଜଳ ସମସ୍ୟା
  • ଗାଁରେ ଅଚଳ ହୋଇ ପଡିଛି ନଳକୂପ
  • କାମ କରୁନି ଓଭରହେଡ୍ ପାଣି ଟାଙ୍କି
  • ଝରଣା ଓ ଚୁଆ ପାଣିକୁ ଭରସା  
Advertisment

ମୟୂରଭଞ୍ଜ: ମୟୁରଭଞ୍ଜରେ ଦିନକୁ ଦିନ ବଢିବାରେ ଲାଗିଛି ଜଳ ସମସ୍ୟା। ଅସହ୍ୟ ତାତି ସାଙ୍ଗକୁ ଜଳ ସଙ୍କଟ ଏଠାକାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୀର୍ଘ ଦିନ ହେବ ଗାଁରେ ଅଚଳ ହୋଇ ପଡିଛି ନଳକୂପ ଏବଂ ଓଭରହେଡ୍ ପାଣି ଟାଙ୍କି। ବିଭାଗୀୟ ଅଧିକାରୀଙ୍କୁ ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ତେବେ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଉପଜିଲ୍ଲାପାଳ।

ରାତି ପାହିଲେ ପାଣି ଚିନ୍ତା। ସକାଳୁ ସକାଳୁ ଗରା ବାଲଟି ଧରି ପାଣି ଆଣିବାକୁ ବାହାରିଯାଆନ୍ତି ଗାଁର ମହିଳାମାନେ। ସୂଚନା ଅନୁସାରେ, ମୟୂରଭଞ୍ଜ ହାତିଗୋଡା ଗ୍ରାମପଞ୍ଚାୟତର ବେହେରା ଏବଂ ପାତ୍ର ସାହିର ବାସିନ୍ଦା ଗାଁରେ ପିଇବା ପାଇଁ ପାଣିର ବ୍ୟବସ୍ଥା ନାହିଁ। ତେଣୁ ନିତିଦିନିଆ ଆବଶ୍ୟକ ପାଇଁ ଏକ ମାତ୍ର ବିକଳ୍ପ ପାଲଟିଛି ଗାଁଠୁ ଦୂରରେ ଥିବା ଝରଣା ଏବଂ ନଦୀର ଚୁଆ ପାଣି। ଦୂଷିତ ହେଲେ ବି ଆଉ କିଛି ଉପାୟ ନାହିଁ। ଫଳରେ ଏହି ଚୁଆ ଏବଂ ଝରଣା ପାଣି ଉପରେ ହିଁ ନିର୍ଭରଶୀଳ ଗାଁର ପ୍ରାୟ ୩୫ ରୁ ୪୦ ପରିବାର।

Advertisment

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏ ସମସ୍ୟା ବର୍ତ୍ତମାନର ନୁହେଁ। ଅନେକ ବର୍ଷ ହେଲାଣି ପାଣି ଲାଗି ଆମେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ। ସରକାରଠୁ ନେଇ ପ୍ରଶାସନ ସହ ବିଧାୟକଙ୍କ ସମେତ ସରପଂଚଙ୍କୁ ଜଣାଇଛୁ। କିନ୍ତୁ କୌଣସି ଲାଭ ମିଳିନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଜଳସମ୍ପଦ ବିଭାଗକୁ ମଧ୍ୟ ଜଣାଇଛୁ ନଳକୂପ ଲାଗି କିନ୍ତୁ କୌଣସି ଲାଭ ହୋଇନାହିଁ। ସେହି ଚୁଆ ଉପରେ ଆଜି ବି ଭରସା କରିଚଳୁଛୁ ବୋଲି ସେମାନେ କହିଛନ୍ତି।

ଗାଁରେ ଥିବା ନଳକୂପ ଗୁଡିକ ଅଚଳ ପଡିଛି। ଓଭରହେଡ୍ ପାଣିଟାଙ୍କି ମଧ୍ୟ କାମ କରୁନି। ବର୍ଷ ବର୍ଷ ଧରି ଗାଁରେ ଲାଗି ରହିଛି ଏହି ସମସ୍ୟା। ଅନେକ ସମୟରେ ଏହି ପାଣି ପିଇ ଲୋକମାନେ ନାନା ରୋଗର ଶିକାର ହେଉଥିବା କହିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ବ୍ଲକ୍‌ ଘେରିବା ସହ ଧାରଣାରେ ବସିବେ ବୋଲି ଚେତାବନୀ ବି ଦେଇଛନ୍ତି। ଅନ୍ୟପଟେ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ଉପଜିଲ୍ଲାପାଳ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ