Advertisment

Migrant Labour Horror: ଦାଦନ ଖଟିବାକୁ ଯାଇ ଅଖିବୁଜିଲା ଭେଣ୍ଡିଆ ପୁଅ, ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ

ସେ ପୁଅ ଆଜି ଆଉ ଏ ଦୁନିଆରେ ନାହିଁ। ପୁଅକୁ ବାହୁନି ହେଉଛନ୍ତି ଦୃଷ୍ଟିହୀନ ବାପା ଓ ରୋଗୀଣା ମା’ । ସେପଟେ ଗର୍ଭବତୀ ସ୍ତ୍ରୀ ବି ସ୍ବାମୀର ଫଟୋକୁ ଛାତିରେ ଜାବୁଡ଼ି ଧରି ଆଖିରୁ ଲୁହ ଗଡ଼ାଉଛି।

Migrated-Labour-Death

Migrated-Labour-Death Photograph: (OTV)

Advertisment

ଜଣେ ଅସହାୟ ବୁଢ଼ା ବାପାର ବୁକୁଫଟା ଚିତ୍କାର । ବାପା ଥାଉ ଥାଉ ଆଖି ବୁଜିଲା ଭେଣ୍ଡିଆ ପୁଅ। ଏପରି ସ୍ଥିତିରେ  କୋଉ ବାପା ବା ନିଜକୁ ସମ୍ଭାଳିପାରିବ । ଯେଉଁ ପୁଅ ଶେଷ ଆଶା ଭରସା ଥିଲା, ଯାହାକୁ ଦେଖି ବୁଢ଼ା ବାପାମା’ ଦିନ କାଟୁଥିଲେ ସେ ପୁଅ ଆଜି ଆଉ ଏ ଦୁନିଆରେ ନାହିଁ। ପୁଅକୁ ବାହୁନି ହେଉଛନ୍ତି ଦୃଷ୍ଟିହୀନ ବାପା ଓ ରୋଗୀଣା ମା’ । ସେପଟେ ଗର୍ଭବତୀ ସ୍ତ୍ରୀ ବି ସ୍ବାମୀର ଫଟୋକୁ ଛାତିରେ ଜାବୁଡ଼ି ଧରି ଆଖିରୁ ଲୁହ ଗଡ଼ାଉଛି। 

Advertisment

୯ ମାସ ତଳେ ଗଢ଼ିଥିଲେ ସଂସାର

ପରିବାରର ଦୁର୍ଦ୍ଦଶାକୁ ନିଜ କାନ୍ଧରେ ବୋହିଥିବା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗାଁର  ଦୀପକ ବାରିକ ଦୀର୍ଘ ବର୍ଷ ହେବ ହାଇଦ୍ରାବାଦରେ  ଦାଦନ ଶ୍ରମିକ ଭାବେ କାମ କରୁଥିଲେ।  ଘରର ସେ ଥିଲେ ଏକମାତ୍ର ରୋଜଗାରିଆ ପୁଅ। ମାତ୍ର ୯ ମାସ ତଳେ ଦୀପକ ଗଢ଼ିଥିଲେ ସୁନାର ସଂସାର। ନୂଆ ସଂସାରର ସ୍ୱପ୍ନ କାନ୍ଥରେ ଲେଖା ଥିବା ବେଳେ ତାହା ବି ମଳିନ ପଡ଼ିନି । ଯାହା ହାତ ଧରି ଘରକୁ ଆଣିଥିଲେ ସିଏ ଗର୍ଭବତୀ ଥିବା ବେଳେ ସ୍ବାମୀଙ୍କ ଫେରିବା ବାଟକୁ ଅନାଇ ରହିଥିଲେ। ହେଲେ ହସଖୁସିରେ ଘରୁ ଯାଇଥିବା ପୁଅ ଶେଷରେ ଶବ ହୋଇ ଘରକୁ ଫେରିଛି।  

 ମୁଣ୍ଡ ପିଟି କାନ୍ଦୁଛନ୍ତି ପରିବାର ଲୋକ

ଗତ ୧୩ ତାରିଖରେ ଦୀପକ ରହୁଥିବା ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଥିବା ସହକର୍ମୀମାନେ ଦେଖିଥିଲେ।  ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭେଣ୍ଡିଆ ପୁଅର ମୃତଦେହ ଗାଁରେ ପହଞ୍ଚିବା ପରେ ମୁଣ୍ଡ ପିଟି କାନ୍ଦୁଛନ୍ତି ପରିବାର ଲୋକ । ପୁଅକୁ ଡାକି ଦୃଷ୍ଟିହୀନ ବାପା କାନ୍ଦୁଥିବା ବେଳେ ପତ୍ନୀ ବିବାହ ବେଳର ଫଟୋକୁ ଜାବୁଡ଼ି ଧରି ଭୂଇଁରେ ଲୋଟୁଛନ୍ତି । ବୁଢ଼ୀ ମା’ ଆଖିରୁ ବି ଲୁହ ଝରିବା ବନ୍ଦ ହେଉନି।  

Advertisment

ପ୍ରବାସୀ ଓଡ଼ିଆଙ୍କ ସହଯୋଗରେ ମୃତଶରୀରକୁ ଗାଁକୁ ଅଣାଯାଇ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଜଳି ପାଉଁଶ ହୋଇ ସାରିଥିବା ବେଳେ ନିଜ ପରିବାରକୁ କିନ୍ତୁ ମଝି ସଂସାରରେ ଭସାଇ ଦେଇଗଲା। ସ୍ଥିତି ଏପରି ଯେ, ପୁଅର ଦଶାହ  ପାଇଁ ପରିବାର ପାଖରେ ଅର୍ଥ ନାହିଁ।  

Death Migration Labour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ