Nandu babu Photograph: (OTV)
ପୋଷ୍ଟର ରେଡ୍ଡି, ସମର୍ଥକ ରେଡ୍ଡି, ନେତା ବି ରେଡ୍ଡି । ହେଲେ ମିଶ୍ରଣ ବେଳକୁ ଗେଟରେ ତାଲା। କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ। ହାତ ଧରିବେ ବୋଲି ସଜବାଜ ହୋଇ ଆସିଥିଲେ ନାଣ୍ଡୁ ବାବୁ। ହେଲେ କଂଗ୍ରେସ ଭବନରେ ତାଲା ପକାଇ ପଳେଇଛନ୍ତି ପିସିସି ସଭାପତି ଭକ୍ତ ଦାସ।
କହିବାକୁ ଗଲେ ନାଣ୍ଡୁଙ୍କୁ କଂଗ୍ରେସ ଭବନରେ ନୋ-ଏଣ୍ଟ୍ରି । ହଟହଟା ହୋଇଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ। ନାଣ୍ଡୁ ବାବୁ ଆଜି କଂଗ୍ରେସରେ ମିଶିବେ ବୋଲି ସମର୍ଥକଙ୍କୁ ସାଙ୍ଗରେ ନେଇ ଭୁବନେଶ୍ବର ଆସିଥିଲେ । ମହାମିଶ୍ରଣ ପର୍ବ ପୋଷ୍ଟର ମାରି କଂଗ୍ରେସ ଭବନ ସାମ୍ନାରେ ପଇଁନ୍ତରା ମାରିଥିଲେ। କିନ୍ତୁ କଂଗ୍ରେସ ଭବନ ଗେଟରେ ତାଲା ପକାଇ ପୋଲିସ ମୁତୟନ କରାଯାଇଛି ।
ତାଙ୍କୁ କଂଗ୍ରେସ ଭବନ ଭିତରକୁ ଯିବାକୁ ଦିଆଯାଇନି । ନାଣ୍ଡୁ ବାବୁ ଏବେ ଏକ ହୋଟେଲରେ ଡେରା ପକାଇଛନ୍ତି । ତେବେ ନାଣ୍ଡୁ ବାବୁଙ୍କୁ କିଏ କଲା ହଟହଟା ? ଦଳରେ ମିଶିବାକୁ କିଏ ଦେଇଥିଲା ଅନୁମତି ? ଯଦି ଅନୁମତି ଦେଇଥିଲେ କିଏ କଂଗ୍ରେସ ଭବନ ଗେଟରେ ତାଲା ପକାଇଲା ? ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏନେଇ ନାଣ୍ଡୁ ବାବୁ କିମ୍ବା କଂଗ୍ରେସର ପ୍ରତିକ୍ରିୟା ମିଳିପାରିନି ।
ରାଜଧାନୀରେ ହଟହଟା ନାଣ୍ଡୁ ବାବୁ
କଂଗ୍ରେସରେ ମିଶିବେ ବୋଲି ଆସିଥିଲେ
କଂଗ୍ରେସ ଭବନ ଗେଟରେ ତାଲା, ପୋଲିସ ମୁତୟନ
କଂଗ୍ରେସ ଭବନରେ ନାଣ୍ଡୁ ବାବୁଙ୍କୁ ନୋ-ଏଣ୍ଟ୍ରି
ସମର୍ଥକଙ୍କ ସହିତ ଆସିଥିଲେ ନାଣ୍ଡୁ ବାବୁ
ମହାମିଶ୍ରଣ ପର୍ବ ପୋଷ୍ଟର ମାରି ଲୋକଙ୍କୁ ଆଣିଥିଲେ
ହଟହଟା ହୋଇ ହୋଟେଲରେ ନାଣ୍ଡୁ ବାବୁ
କିଏ ନାଣ୍ଡୁ ବାବୁଙ୍କୁ କଲା ହଟହଟା ?
ଦଳରେ ମିଶିବାକୁ କିଏ ଦେଇଥିଲା ଅନୁମତି ?
ଯଦି ଅନୁମତି ଦେଇଥିଲେ କିଏ ତାଲା ପକାଇଲା ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/15/nandu-babu-2025-10-15-14-46-37.jpg)