Advertisment

Dolphin Census Begins: ଚାଲିକାରେ ଚାଲିବନି ବୋଟ୍, ଡଲଫିନ୍ ଧରିବ ଜିପିଏସ୍ ମେସିନ୍

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। ଆଜି ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଛି। ତେବେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଗଣନା ଚାଲିବ। ଡଲଫିନ ଗଣନା ପାଇଁ ୧୮ ଟି ଟିମ ନିୟୋଜିତ ହୋଇଛନ୍ତି।

DOLPHIN

DOLPHIN Photograph: (OTV)

Advertisment

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। ଆଜି ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଛି। ତେବେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଗଣନା ଚାଲିବ। ଡଲଫିନ ଗଣନା ପାଇଁ ୧୮ ଟି ଟିମ ନିୟୋଜିତ ହୋଇଛନ୍ତି।

Advertisment

ପ୍ରତି ଟିମରେ ଜଣେ ବିଶେଷଜ୍ଞଙ୍କ ସହ ୫ ରୁ ୬ ଜଣ ଗଣନକାରୀ ରହିଛନ୍ତି। ବାଲୁଗାଁରୁ ୧୦ ଟି ଓ ସାତପଡାରୁ ୮ ଟି ଟିମ ୧୮ଟି ରୁଟରେ ବାହାରିଛନ୍ତି। ଏହି ଗଣନାକାରୀ ଦଳ ଚିଲିକାର ସାଉଥସେକ୍ଟର, ନର୍ଦନ ସେକ୍ଟର, ସେଣ୍ଟ୍ରାଲ ସେକ୍ଟର ଓ ଆଉଟର ଚାନେଲରେ ଗଣନା କରିବେ।

ପ୍ରତ୍ୟେକ ଗଣନାକାରୀଙ୍କ ଡଙ୍ଗାରେ ଜିପିଏସ ମେସିନ ଖଞ୍ଜାଯାଇଥିବା ବେଳେ ଟ୍ରାଞ୍ଜାକ୍ଟ ଲାଇନରେ ସେମାନେ ଗତି କରିବେ। ଗଣନା କରିବାପାଇଁ, ବାଇନୋକୁଲାର, ରେଞ୍ଜ ଡିଟେକ୍ଟର, ଡ୍ରୋନ, କମ୍ପାସର ବ୍ୟବହାର କରାଯାଉଛି।

Advertisment

ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ନହେବା ପାଇଁ ଚିଲିକାରେ ସକାଳ ୬ ଟାରୁ ୧୨ ଟା ଯାଏଁ ବୋଟ ଚଳାଚଳ ନକରିବାକୁ wild life ପକ୍ଷରୁ ସମସ୍ତ ମୋଟର ବୋଟ ଆସୋସିଏସନକୁ ଅନୁରୋଧ କରାଯାଇଛି।

Chilika Dolphin Census Dolphin Census Begins
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ