Advertisment

Dolamani Majhi’s Inspiring Drive: ନୂଆପଡ଼ା ମୈଦାନରେ ଏମାନେ ହିରୋ ! ‍‍ବଦଳାଇ ଦେବେ କି ଭୋଟ ବିକା ରାଜନୀତି ?

ଟ୍ରାଇ ସାଇକେଲରେ ତ୍ରିରଙ୍ଗା ଝଣ୍ଡା l ଗାଁକୁ ଗାଁ ବୁଲୁଛନ୍ତି, ଲୋକଙ୍କୁ ସଚେତନ କରୁଛନ୍ତି l ଏ ବାବୁ ଜଣକ କୌଣସି ରାଜନୈତିକ ଦଳର କର୍ମୀ କି ସମର୍ଥକ ନୁହନ୍ତି l ଏ ହେଉଛନ୍ତି ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକ ଦର୍ଲିପଡ଼ା ଗାଁର ଦିବ୍ୟାଙ୍ଗ ଡୋଳାମଣି ଓ ତାଙ୍କ ସାଥୀ l

NUAPADA

NUAPADA Photograph: (OTV)

Advertisment

ଟ୍ରାଇ ସାଇକେଲରେ ତ୍ରିରଙ୍ଗା ଝଣ୍ଡା l ଗାଁକୁ ଗାଁ ବୁଲୁଛନ୍ତି, ଲୋକଙ୍କୁ ସଚେତନ କରୁଛନ୍ତି l ଏ ବାବୁ ଜଣକ କୌଣସି ରାଜନୈତିକ ଦଳର କର୍ମୀ କି ସମର୍ଥକ ନୁହନ୍ତି l ଏ ହେଉଛନ୍ତି ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକ ଦର୍ଲିପଡ଼ା ଗାଁର ଦିବ୍ୟାଙ୍ଗ ଡୋଳାମଣି ଓ ତାଙ୍କ ସାଥୀ l ଭୋଟ ହେଉଛି ନିଜର ମୌଳିକ ଅଧିକାର । ମଦ, ମାଂସ, ଟଙ୍କା କି କୌଣସି ଉପହାରରେ ନ ପଡ଼ି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ଡୋଳାମଣି l

Advertisment

କୋମନା ବ୍ଲକ ଦର୍ଲିପଡ଼ା ଗାଁର ଦିବ୍ୟାଙ୍ଗ ଯୁବକ ହେଉଛନ୍ତି ଡୋଳାମଣି ମାଝୀ l ଜନ୍ମରୁ ସେ ଦିବ୍ୟାଙ୍ଗ l ଚଲାବୁଳା କରି ପାରନ୍ତିନି l ଟ୍ରାଇ ସାଇକେଲ ହିଁ ତାଙ୍କ ଭରସା l ସେ ନିଜ ଗାଁର ୧୦ ଜଣ ଦିବ୍ୟାଙ୍ଗଙ୍କୁ ଧରି ପ୍ରତି ଦିନ ନିଜ ପଞ୍ଚାୟତର ୧୧ ଟି ୱାର୍ଡ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି l ଘର ଘର ଯାଇ ମୂଲ୍ୟବାନକୁ ଭୋଟ ବିକ୍ରି ନ କରିବାକୁ ଅନୁରୋଧ କରିଛନ୍ତି l ଡୋଳାମଣୀଙ୍କ ଏହି ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି l

ଗଣତନ୍ତ୍ର ପାଇଁ କେଉଁଠା ଠିକ୍ କେଉଁଟା ଭୁଲ ଲୋକଙ୍କୁ ବୁଝାଉଛନ୍ତି । ସମାଜ ପାଇଁ ତାଙ୍କର ବି କର୍ତ୍ତବ୍ୟ ରହିଛି । ସେ କଥା ନିଜେ ବୁଝି ଅନ୍ୟ ମାନଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ଡୋଳାମଣୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ