Advertisment

Air Pollution: ଟ୍ବିନ୍ ସିଟିରେ ‘ବିଷ’ ପବନ, ବିଗିଡ଼ିଲା ପରିବେଶର ସ୍ବାସ୍ଥ୍ୟ...ଖସିଲା AQI

ସରିଲା ଦୀପାବଳି, ଧୂଆଁମୟ ପରିବେଶ। ରାଜଧାନୀ ଭୁବନେଶ୍ବର ହେଉ କିମ୍ବା କଟକ, ପୁରୀ ହେଉ କିମ୍ବା ଅନ୍ୟ କେଉଁ ଅଞ୍ଚଳ...ସବୁଠି ସମାନ ସ୍ଥିତି। ବିଗିଡ଼ିଛି ପରିବେଶର ସ୍ବାସ୍ଥ୍ୟ।

AIR-POLLUTION

AIR-POLLUTION Photograph: (OTV)

Advertisment

ସରିଲା ଦୀପାବଳି, ଧୂଆଁମୟ ପରିବେଶ। ରାଜଧାନୀ ଭୁବନେଶ୍ବର ହେଉ କିମ୍ବା କଟକ, ପୁରୀ ହେଉ କିମ୍ବା ଅନ୍ୟ କେଉଁ ଅଞ୍ଚଳ...ସବୁଠି ସମାନ ସ୍ଥିତି। ବିଗିଡ଼ିଛି ପରିବେଶର ସ୍ବାସ୍ଥ୍ୟ। ବାଣ ଧୁଆଁରେ ରାଜଧାନୀ ଭୁବନେଶ୍ବର ସମେତ ସିଲଭର ସିଟି କଟକ ବି ଧୂଆଁରେ ଆଚ୍ଛାଦିତ। ଯେଉଁଆଡେ ଦେଖିବେ ସିଆଡେ ଧୂଆଁ। 

Advertisment

ଲୋକମାନେ ଅଣନିଶ୍ୱାସୀ ହେଉଥିବା ନେଇ ସ୍ୱୀକାର କରୁଥିବା ସତ୍ତ୍ବେ ଦୀପାବଳିରେ ବାଣ ଫୁଟେଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି ମିଳିଥିଲା। ରାତି ୯ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲା କମିଶନରେଟ ପୋଲିସ । ତଥାପି ସବୁ କଟକଣାକୁ ବାଏଁ ବାଏଁ ଉଡାଇ ଦେଇ ବାଣ ଫୁଟାଥିଲେ ଅନେକ ଅମାନିଆ । ବିଳମ୍ବିତ ରାତି ଯାଏ ଫୁଟିଥିଲା ବୋମା ।

ଆଜି ଭୁବନେଶ୍ବରରେ AIR QUALITY INDEX ୧୮୦କୁ ପାର୍ କରିଛି, ଯାହା ସ୍ବାସ୍ଥ୍ୟପକ୍ଷେ ହାନୀକାରକ। କଟକରେ 190 ପାର୍ କରିଛି AQI। ପୁରୀରେ ବି ବିଗିଡ଼ିଛି ପରିବେଶ। ସେଠି ସମାନ ସ୍ଥିତି। 

Advertisment

ଟ୍ବିନ୍ ସିଟିରେ ‘ବିଷ’ ପବନ
ସରିଲା ଦୀପାବଳି, ଧୂଆଁମୟ ପରିବେଶ 
ବିଗିଡ଼ିଲା ପରିବେଶର ସ୍ବାସ୍ଥ୍ୟ, ଖସିଲା AQI
ଭୁବନେଶ୍ବର, କଟକ, ପୁରୀ ସବୁଠି ସମାନ ସ୍ଥିତି 
ଭୁବନେଶ୍ବରରେ AQI ୧୮୦ ପାର୍
କଟକରେ ୧୯୦ ପାର୍ କଲା AQI

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ