Advertisment

Dhabaleswar Temple: ଦୁଇ ଚକିଆକୁ ଛାଡ଼ି ବାକି ସବୁ ଗାଡ଼ିକୁ ମନା , ଭକ୍ତ ଭୋଗିଲେ କଷ୍ଟ

ଏବେ କଟକ ଧବେଳଶ୍ବରଙ୍କ ଦର୍ଶନ କରିବା ହେବ ଆହୁରି ଦୂର। ଅଟୋ କିମ୍ବା କାର୍ ନେଲେ ହେବେ ହନ୍ତସନ୍ତ। ଚାଲିବାକୁ ପଡ଼ିବ ୪ କିଲୋମିଟର୍। କାରଣ ପଞ୍ଚୁକ ପୂର୍ବରୁ କିଛି ଏଭଳି କଟକଣା ଜାରି କରିଛି ପ୍ରଶାସନ।

CTC

CTC Photograph: (OTV)

Advertisment

ଏବେ କଟକ ଧବେଳଶ୍ବରଙ୍କ ଦର୍ଶନ କରିବା ହେବ ଆହୁରି ଦୂର। ଅଟୋ କିମ୍ବା କାର୍ ନେଲେ ହେବେ ହନ୍ତସନ୍ତ। ଚାଲିବାକୁ ପଡ଼ିବ ୪ କିଲୋମିଟର୍। କାରଣ ପଞ୍ଚୁକ ପୂର୍ବରୁ କିଛି ଏଭଳି କଟକଣା ଜାରି କରିଛି ପ୍ରଶାସନ। କଟକ ନୂଆପାଟଣା ଛକଠାରୁ ତିନି ଚକିଆ ଓ ଚାରି ଚକିଆ ଗାଡି ଛଡା ନଯିବା ପରେ ଏବେ ଭକ୍ତ ମାନେ ନୂଆପାଟଣା ଛକ ଠାରୁ ୪ କିଲୋମିଟର୍ ଚାଲି ଚାଲି ଯାଇ ଦର୍ଶନ କରିବେ।

Advertisment

ପୁଣି ଫେରିଲା ବେଳେ ବି ୪ କିଲୋମିଟର୍ ଚାଲିକି ଫେରିବେ। ଚଳିତ ବର୍ଷ ନୂଆପାଟଣା ବ୍ରିଜଠାରୁ ଦୁଇ ଚକିଆକୁ ଛାଡି ଆଉ ସମସ୍ତ ଗାଡ଼ିକୁ ଜାତୀୟ ରାଜପଥ ଦେଇ ବିଦ୍ୟାଧରପୁର ଓ ଧବଳେଶ୍ବର ଫାଣ୍ଡି ପଡିଆଠାରେ ପାର୍କିଂ ପାଇଁ ବ୍ୟବସ୍ତା କରାଯାଇଛି। ନୂଆପାଟଣା ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଭକ୍ତ ମାନଙ୍କ ସୁବିଧା ନିମନ୍ତେ ପିଇବା ପାଣି , ବ୍ୟାଟେରୀ ଚାଳିତ ଗାଡିର କୌଣସି ବ୍ୟବସ୍ତା ନଥିବାରୁ ବିଶେଷ କରି ଛୋଟ ପିଲା, ବୟସ୍କ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। 

କଟକ ଧବେଳଶ୍ବର ଗଲେ ଚାଲିବେ ୪ କିଲୋମିଟର୍ 
କଟକ ନୂଆପାଟଣା ଛକଠାରୁ ତିନି ଓ ଚାରି ଚକିଆ ଗାଡ଼ି ମନା 
ନୂଆପାଟଣା ଛକରୁ ୪ କିଲୋମିଟର୍ ଚାଲିକି ଯିବାକୁ ହେବ 
ଦୁଇ ଚକିଆକୁ ଛାଡ଼ି ବାକି ସବୁ ଗାଡ଼ିକୁ ମନା 
ବିଦ୍ୟାଧରପୁର ଓ ଧବଳେଶ୍ବର ଫାଣ୍ଡି ପଡିଆଠାରେ ପାର୍କିଂ 
ପଞ୍ଚୁକ ପାଇଁ ବ୍ୟବସ୍ଥା, ଭକ୍ତ ଭୋଗିଲେ କଷ୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ