ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ୧୮.୫୯ କୋଟି Photograph: (OTV)
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡିକୁ ଆସୁଛି କେଜି କେଜି ସୁନା । ଭକ୍ତମାନେ ସ୍ବହସ୍ତରେ ଦାନ କରୁଛନ୍ତି ସୁନା ରୁପା । ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତବର୍ଷ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ମିଳିଛି । ଶ୍ରଦ୍ଧାଳୁ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା, ପ୍ରାୟ ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଗତବର୍ଷ ଦାନ କରିଛନ୍ତି। ୧୯୮୧ ମସିହାରୁ 2024-25 ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ହୁଣ୍ଡିରୁ ମିଳିଛି । ସେହିପରି ୧୫୮ କେଜି ୮୩୬ ଗ୍ରାମ ରୁପା ହୁଣ୍ଡିରୁ ସଂଗ୍ରହ ହୋଇଛି ।
ସେହିପରି ୨୦୧୧ ମସିହାରୁ ୨୦୨୪-୨୫ ବର୍ଷ ଭିତରେ ହୁଣ୍ଡି ଏବଂ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ଆଦାୟ ହୋଇଛି । ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ଲିଖିତ ଉତ୍ତର ରଖିଛନ୍ତି । ହୁଣ୍ଡିରୁ ଆଦାୟ ଅର୍ଥର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଜନାରେ ସଂଗୃହିତ ୫ ଶହ ଟଙ୍କାରୁ ଅଧିକ ପରିମାଣର ଦାନ ରାଶି ଶ୍ରୀଜଗନ୍ନାଥ ମନ୍ଦିର ଫାଉଣ୍ଡେସନ ଫଣ୍ଡ ଯୋଜନାରେ ଦୀର୍ଘ ମିଆଦି ସ୍ଥାୟୀ ଜମାରେ ରଖାଯାଉଛି।
ସେହିପରି ହୁଣ୍ଡିରୁ ଆଦାୟ ଅର୍ଥର ୧୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଦନାରେ ସଂଗୃହିତ ୫ ଶହ ଟଙ୍କା ପର୍ଯ୍ୟନ୍ତ ଦାନ ରାଶିମାନ ଶ୍ରୀଜଗନ୍ନାଥ ମନ୍ଦିର ଫଣ୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମନ୍ଦିରର ଦୈନନ୍ଦିନର ଖର୍ଚ୍ଚରେ ବ୍ୟବହାର ହେଉଛି ।
- ଜଗା ହୁଣ୍ଡିରୁ ୧୮ କୋଟି
- ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ୧୮.୫୯ କୋଟି ସଂଗ୍ରହ
- ହୁଣ୍ଡିରୁ ମିଳିଛି ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା
- ଗତବର୍ଷ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ
- ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତରଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/21/devotees-donate-kilograms-of-gold-and-silver-2026-02-21-15-23-03.jpg)