Advertisment

Dhanteras: ଦାମ୍ ଚଢ଼ା ଥିବାରୁ ଦୋକାନୀଙ୍କ ଜବରଦସ୍ତ ଅଫର, ସୁନା କିଣିବାକୁ ଗହଳି

ସୁନା ଭରିକୁ ଲକ୍ଷେ ୧୯ ହଜାର। ଦାମ୍ ଶୁଣିଲେ ହୋସ୍ ଉଡ଼ିଯାଉଛି। ପକେଟକୁ ଚାହିଁଲେ ମନ ଟିକେ ପଛଘୁଞ୍ଚା ଦେଉଛି। ଧନତେରାସରେ ସୁନା କିଣିବାକୁ ଆଶା ରଖିଥିବା ସବୁ ଗ୍ରାହକଙ୍କ ଅବସ୍ଥା ଏଇଭଳି।

DHANTERAS

DHANTERAS Photograph: (OTV)

Advertisment

ସୁନା ଭରିକୁ ଲକ୍ଷେ ୧୯ ହଜାର। ଦାମ୍ ଶୁଣିଲେ ହୋସ୍ ଉଡ଼ିଯାଉଛି। ପକେଟକୁ ଚାହିଁଲେ ମନ ଟିକେ ପଛଘୁଞ୍ଚା ଦେଉଛି। ଧନତେରାସରେ ସୁନା କିଣିବାକୁ ଆଶା ରଖିଥିବା ସବୁ ଗ୍ରାହକଙ୍କ ଅବସ୍ଥା ଏଇଭଳି। ଆଜିର ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ବାସ ରହିଛି । ଏଣୁ ଦାମ୍ ଅଧିକ ଥିଲେ ବି ସେହି ବିଶ୍ବାସ ହିଁ ଲୋକମାନଙ୍କୁ ଗହଣା ଦୋକାନକୁ ଟାଣିଆଣିଥିଲା। କିଏ ଅଳ୍ପ ସୁନା କିଣି ମନ ବୁଝାଇ ଦେଉଥିଲା ତ ଆଉ କିଏ ସୁନା ବଦଳରେ ରୁପା ଅଳଙ୍କାରଟିଏ କିଣି ଘରକୁ ନେଇଯାଉଥିଲା।... 

ଧନତେରସ୍ ପାଇଁ ଆଜି ପୂର୍ବାପେକ୍ଷା ଆଉ ଟିକିଏ ଅଧିକ ଚଳଚଞ୍ଚଳ ହୋଇପଡ଼ିଥିଲା ସୁନା ବଜାର। ଦର ବଢିଥିଲେ ବି ଲୋକଙ୍କ ମଧ୍ୟରେ ଆଗ୍ରହ କମିନଥିଲା। ମନଲୋଭା ଅଫର୍ ଦରବୃଦ୍ଧି ଜଖମରେ ମଲମ ଲଗାଉଥିଲା ଯେମିତି। ଭୁବନେଶ୍ବରଠୁ ଆରମ୍ଭ କରି ରାଉରକେଲା ଯାଏଁ ଜୁଏଲାରୀ ସପ୍ ଗୁଡ଼ିକ ସ୍ପେଶାଲ୍ ଅଫର ପ୍ରଚଳନ କରିଛନ୍ତି। 

ଦର ଏମିତି ବଢିଲାଣି ଯେ ଅନେକଙ୍କ ପାଇଁ ସୁନା ସ୍ବପ୍ନ ହେବାକୁ ବସିଲାଣି। ଏଇ ଯେମିତି ଭୁବନେଶ୍ବରର ଲୁଇନା ମଙ୍ଗରାଜ। ଝିଅ ବାହାଘର ପାଇଁ ସୁନା କିଣିବାକୁ ଆସିଥିଲେ କିନ୍ତୁ ଦର ତାଙ୍କ ବଜେଟ୍ ବାହାରେ। ଏଣୁ ଲାଇଟ୍ ୱେଟ୍ ବା କମ୍ ଓଜନର ସୁନା କିଣି ମନକୁ ବୁଝାଇ ଦେଇଛନ୍ତି। ଅଧିକ ଓଜନ ଭଳି ଦିଶୁଥିବା କିନ୍ତୁ କମ ଓଜନର ଗହଣା ବା ଲାଇଟ୍ ୱେଟ୍ ଜୁଏଲାରୀ ଅନେକଙ୍କ ପ୍ରଥମ ପସନ୍ଦ ପାଲଟିଗଲାଣି। ସେପଟେ ବିଶେଷଜ୍ଞଙ୍କ ମତହେଲା, ସୁନା-ରୁପା ଦର ଆଗକୁ ଆହୁରି ବଢିବ।... 

ଏବେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଲକ୍ଷେ ୧୯ ହଜାର ଟଙ୍କା ରହିଛି। ସେପଟେ ରୁପା କେଜି ପିଛା ଲକ୍ଷେ ୯୦ ହଜାର ପାର୍ କଲାଣି।... 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ