FLIGHT-DELAY Photograph: (OTV)
ବିମାନ ଉଡ଼ିବାରେ ବିଳମ୍ବ, ଦଣ୍ଡ ଭୋଗୁଛନ୍ତି ଯାତ୍ରୀ। ବସିବାକୁ ଚେୟାର ଖଣ୍ଡେ ନାହିଁ କି ବିଶ୍ରାମ ପାଇଁ ସୁବିଧା। ଘନ କୁହୁଡ଼ି ପାଇଁ ଦୁଇ ଦିନ ଧରି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାରେ ବିଳମ୍ବ ଓ ବାତିଲ ପରେ ଏମିତି ଅସୁବିଧାରେ ସମୟ କାଟୁଛନ୍ତି ଦୂରଦୂରାନ୍ତକୁ ଯାତ୍ରା ଅପେକ୍ଷାରେ ଥିବା ଯାତ୍ରୀ।
ଗଲା କିଛି ଦିନ ଧରି ବାୟୁମଣ୍ଡଳରେ ଏମିତି ପ୍ରବଳ କୁହୁଡ଼ି ପାଇଁ ଲଗାତର ୨ ଦିନ ଧରି ପ୍ରଭାବିତ ହୋଇଛି ବିମାନ ସେବା। ଇଏ ଭୁବନେଶ୍ବର ବିମାନ ବନ୍ଦରର ଦୃଶ୍ୟ। ଠିକରେ ଦିଶୁନି ରନୱେ ଲାଇଟ୍, କି ଜଣାପଡୁନି କେଉଁଠି ଅଛି ରନୱେ। ଏଭଳି ସ୍ଥିତିରୁ ଆଜି ଭୁବନେଶ୍ବରୁ ବିମାନବନ୍ଦରୁ ଉଡ଼ିବାକୁ ଥିବା ୩ଟି ବିମାନ ବାତିଲ ହୋଇଛି। ସେହିଭଳି ବହୁ ବିଳମ୍ବରେ ଉଡ଼ିଛି ୫ଟି ବିମାନ। ଗତକାଲି ମଧ୍ୟ ୫ଟି ବିମାନର ଗତିପଥକୁ ବଦଳା ଯାଇଥିଲା। ପ୍ରବଳ କୁହୁଡ଼ି ପାଇଁ ବିମାନ ଯାତ୍ରାରେ ଏ ଅସୁବିଧାକୁ ନେଇ ନାକେଦମ ହୋଇଛନ୍ତି ଯାତ୍ରୀ। କିଏ ଧାର୍ଯ୍ୟ ସମୟରେ ଆଶା କରି ଭୁବନେଶ୍ବର ପହଞ୍ଚି ପାରିନଥିଲା, ତ ଆଉ କିଏ ବିଳମ୍ବ ପାଇଁ ଠିକ୍ ସମୟରେ ଭୁବନେଶ୍ବର ଛାଡ଼ି ପାରିନଥିଲା।...
ବିମାନ ବନ୍ଦରରେ ବିମାନ ଉଡ଼ାଣ ଓ ଅବତରଣ ପାଇଁ ଅତି କମରେ ୪୫୦ରୁ ୬୫୦ ମିଟିର ଦୂରତାର ସ୍ପଷ୍ଟ ଦୃଶ୍ୟମାନ ହେବା ଦରକାର। ହେଲେ ଗଲା ଦୁଇ ଦିନ ଧରି ଦିନ ୧୧ଟା ଯାଏଁ ଏତିକି ପରିମାପର ଦୃଶ୍ୟମାନ ହେଉନଥିବାରୁ ପ୍ରଭାବିତ ହୋଇଛି ବିମାନ ସେବା। ଗଲା କିଛି ଦିନ ଧରି କୁହୁଡ଼ିର ଏଭଳି ପ୍ରଭାବ ଲାଗି ରହୁଥିବା ଏବଂ ଏହି କାରଣରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏବେ ବିମାନବନ୍ଦରକୁ ବାହାରିବା ପୂର୍ବରୁ ସିଡ୍ୟୁଲ୍ ଚେକ୍ କରି ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶେକ।...
ସେପଟେ କୁହୁଡ଼ି ପାଇଁ ଖାଲି ବିମାନସେବା ନୁହେଁ, ସଡ଼କ ଓ ଜଳପଥରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ଉପକୂଳ ଓ ଉପାନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସକାଳ ୧୦ଟା ଯାଏଁ ଲାଗି ରହୁଛି କୁହୁଡ଼ି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପଟେ ଚିଲିକାରେ କୁହୁଡ଼ି ପାଇଁ ଗୁରୁବାର ଭସାପୋଲ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ପରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ।...
ରାଜ୍ୟରେ କୁହୁଡ଼ିର ପ୍ରଭାବ ଆହୁରି ୪ ଦିନ ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଆଗାମୀ 24 ଘଣ୍ଟାରେ 14ଟି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଓ ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/flight-delay-2026-01-02-21-13-52.jpg)