Advertisment

ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ: ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ଅଢ଼େଇବର୍ଷ ହେଲା କାହିଁକି ଲଟକିଛି ପୌର ଭୋଟ୍? ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍ ପୌରସଂସ୍ଥାରେ ଅମଲାତନ୍ତ୍ରୀଙ୍କ ଶାସନ ଆଉ କେତେଦିନ ? କେବେ ହେବ ନିର୍ବାଚନ? କେବେ ଫେରିବ ଲୋକ ପ୍ରତିନିଧିଙ୍କ ଶାସନ? ଭୁବନେଶ୍ୱର(ହରିହର ଚାନ୍ଦ): ଆଇନ ଦ୍ୱନ୍ଦ୍ୱ ଦୂର ହେବା ସତ୍ତ୍ୱେ ପୌର ନିର୍ବାଚନ ପାଇଁ କାହିଁକି ପଛଘୁଞ୍ଚା ଦିଆଯାଉଛି? ପାଖାପାଖି ଅଢ଼େଇବର୍ଷ ହେଲା ରାଜ୍ୟରେ ପୌରସଂସ୍ଥା ନିର୍ବାଚନ ଲଟକି ଥିବା ବେଳେ ଆଜି ନଗର […]

ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ:  ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

municipality-election

Advertisment
  • ଅଢ଼େଇବର୍ଷ ହେଲା କାହିଁକି ଲଟକିଛି ପୌର ଭୋଟ୍?
  • ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ
  • ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍
  • ପୌରସଂସ୍ଥାରେ ଅମଲାତନ୍ତ୍ରୀଙ୍କ ଶାସନ ଆଉ କେତେଦିନ ?
  • କେବେ ହେବ ନିର୍ବାଚନ? କେବେ ଫେରିବ ଲୋକ ପ୍ରତିନିଧିଙ୍କ ଶାସନ?
Advertisment

ଭୁବନେଶ୍ୱର(ହରିହର ଚାନ୍ଦ): ଆଇନ ଦ୍ୱନ୍ଦ୍ୱ ଦୂର ହେବା ସତ୍ତ୍ୱେ ପୌର ନିର୍ବାଚନ ପାଇଁ କାହିଁକି ପଛଘୁଞ୍ଚା ଦିଆଯାଉଛି? ପାଖାପାଖି ଅଢ଼େଇବର୍ଷ ହେଲା ରାଜ୍ୟରେ ପୌରସଂସ୍ଥା ନିର୍ବାଚନ ଲଟକି ଥିବା ବେଳେ ଆଜି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ନିର୍ବାଚନ ଖୁବଶୀଘ୍ର ହେବ। ହେଲେ ଏଯାଏଁ କିନ୍ତୁ ପୌର ଆଇନରେ ସଂଶୋଧନ ହୋଇ ପାରିନାହିଁ ଯାହାକୁ ନେଇ ବିରୋଧୀଙ୍କ ନିଶାନାରେ ଅଛନ୍ତି ସରକାର।

ଆଜି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଖୁବ୍ ଶୀଘ୍ର ହେବ ନିର୍ବାଚନ। କୋର୍ଟଙ୍କ ନିର୍ଦ୍ଦେଶ ମାନି ୫୦ ପ୍ରତିଶତ ଭିତରେ କିଭଳି ସଂରକ୍ଷଣ ସୀମିତ ରହିବ ସେନେଇ ବ୍ୟବସ୍ଥା ହେଉଥିବା ଜଣାପଡିଛି। ଏପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ରାଜ୍ୟ ସରକାରଙ୍କର। ସରକାର ରିପୋର୍ଟ ଦେବା ପରେ ଭୋଟର ତାଲିକା ପ୍ରସ୍ତୁତ କରି ନିର୍ବାଚନ କରିବୁ।

Advertisment

ପୂର୍ବରୁ ପୌର ନିର୍ବାଚନରେ ବିଭିନ୍ନ ବର୍ଗ ପାଇଁ ସମୁଦାୟ ୬୪ ପ୍ରତିଶତ ଆସନ ସଂରକ୍ଷିତ ରହୁଥିଲା। ତେବେ ହାଇକୋର୍ଟ ସମୁଦାୟ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେବା ପରେ ଆଇନ ଜାଲରେ ଛନ୍ଦି ହୋଇଗଲା ପୌର ସଂରକ୍ଷଣ ବ୍ୟବସ୍ଥା। କିନ୍ତୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାଜ୍ୟ ସରକାର। ହେଲେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ୍ ରଖିବା ପରେ ଆଇନତଃ  ଦ୍ୱନ୍ଦ୍ୱ ବି ଆଉ ନାହିଁ।

ସେପଟେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପୌର ନିର୍ବାଚନ ଲାଗି ଆମେ ପ୍ରିକ୍ରିୟା ଆରମ୍ଭ କରିଛୁ। ଏବଂ ସେ ପଦକ୍ଷେପ ସବୁ ସରିବା ବେଳେ ପୌରନିର୍ବାଚନର ପ୍ରସ୍ତୁତି କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

Advertisment

ଏପଟେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି ଯେ, ସଂରକ୍ଷଣ ରାଜ୍ୟ ସରକରାଙ୍କର କାମ। ଆମକୁ ପୂରା ଲିଷ୍ଟ୍‌ ଦେବା ପରେ ଆମେ ନିର୍ବାଚନ କାମ କରିବୁ ।

ଆଉ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନିର୍ବାଚନ କରିବା କଥା। କିନ୍ତୁ ରାଜ୍ୟ ସରକାର ବିଳମ୍ବ କରିସାରିଛନ୍ତି। ସରକାରଙ୍କୁ କେଉଁଠି ନା କେଉଁଠି ଲାଗୁଛି ସହରାଞ୍ଚଳରେ  ଭୋଟର ବିଜେଡ଼ି ସପକ୍ଷରେ ନାହାନ୍ତି। ତେଣୁ ଜାଣିଶୁଣି ରାଜ୍ୟ ସରକାର ନିର୍ବାଚନକୁ ଡ଼େରି କରି କରି ଯାଉଛନ୍ତି।

ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋର୍ଟଙ୍କ ନିୟମ ଅନୁସାରେ ଯ।ହା କରିବା କଥା ସେମାନେ ଏ ପର୍ଯ୍ୟନ୍ତ କରିନାହନ୍ତି। ମୁଁ ଭାବୁଛି ନିର୍ବାଚନ କରାଇବାକୁ ବୋଧ ହୁଏ ସରକାର ଡରି ଯାଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହେଲେ, ସରକାରଙ୍କୁ ପୌର ଆଇନକୁ ସଂଶୋଧନ କରି ବିଧାନସଭାରେ ପାସ୍ କରାଇବାକୁ ପଡ଼ିବ ଏବଂ ଏହା ପରେ ଓ୍ୱାର୍ଡର ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ହେଲା ପରେ ଯାଇଁ ନିର୍ବାଚନ ହେବ। ହେଲେ ଆଇନତଃ ଦ୍ୱନ୍ଦ୍ୱ ଦୂର ସତ୍ତ୍ୱେ କାହିଁକି ଦୁଇବର୍ଷରୁ ଅଧିକ କାଳ ନିର୍ବାଚନକୁ ଝୁଲାଇ ରଖିଛନ୍ତି ସରକାର? ଏନେଇ ସରକାରଙ୍କୁ ନିଶାନା କରିଛନ୍ତିି ବିରୋଧୀ।

ଗୋଟିଏ ପଟେ ପୌରାଞ୍ଚଳ ଭୋଟରଙ୍କୁ ହାତରେ ରଖିବାକୁ ସରକାର ନୂଆ ନୂଆ ଯୋଜନା ଆଣିବା ସହ ଓ୍ୱାଡୱାରି ବିକାଶମୂଳକ କାମ ଉପରେ ଜୋର୍ ଦେଉଛନ୍ତି। ଆଉ ଅନ୍ୟପଟେ ପ୍ରକ୍ରିୟା ଆରମ୍ଭ କରୁଥିବା କହି ନିର୍ବାଚନ ବଲ୍ ବି ଗଡ଼ା ଚାଲିଛି। ଏପରି ସ୍ଥିତିରେ ପୌର ନିର୍ବାଚନ କେବେ ହେଉଛି ଏବେ ତା ଉପରେ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ