gtr
ପୁରୀ: ମହାମାରୀ କରୋନା ପ୍ରକୋପ ଭିତରେ କିଭଳି ହେବ ଶ୍ରୀଜିଉଙ୍କ ଘୋଷଯାତ୍ରା? ସାମାଜିକ ଦୂରତ୍ୱ ରକ୍ଷା ନିୟମ ଭିତରେ କିଭଳି ପାଳନ ହେବ ଶହ ଶହ ବର୍ଷର ଏ ପରମ୍ପରା? ଲକ୍ଡାଉନ୍ ବେଳେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଜନ ଗହଳିକୁ ନିଷେଧ କରାଯାଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶକୁ ଦେଖି ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।
ଯେଉଁଥିରେ ଭୁବନେଶ୍ୱରରୁ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ପୁରୀରେ ଜିଲ୍ଲାପାଳ ଓ ଅନ୍ୟ ସେବାୟତ ସଦସ୍ୟମାନେ ଉପସ୍ଥିତ ମଧ୍ୟ ସେଥିରେ ଉପସ୍ଥିତ ଥିଲେ।
/odishatv-khabar/media/post_attachments/wp-content/uploads/2020/04/00oed.jpg)
ତେବେ ବୈଠକ ସରିବା ପରେ ରଥଯାତ୍ରା ନେଇ ସୂଚନା ଦେଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ରଥଯାତ୍ରା ସଂପର୍କିତ ନିଷ୍ପତ୍ତି ମେ ୩ ପରେ ହେବ। ଲକଡାଉନ୍ ବଳବତ୍ତର ଥିବାରୁ କୌଣସି ବାହାର ଯାତ୍ରା ୩ ତାରିଖ ଯାଏ ସମ୍ଭବ ନୁହେଁ ବୋଲି କହିଥିଲେ ଗଜପତି।
ବିଧି ଅନୁଯାୟୀ, ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେଉଥିଲେ ବି ଏଥର ସେଥିରେ ବିଚ୍ୟୁତି ଘଟିବ। ୩ ଯାଏ ରଥ ନିର୍ମାଣ ବନ୍ଦ ରହିବ। ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅକ୍ଷୟ ତୃତୀୟା ନୀତି ପାଳନ ହେବ। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରାଧାନ୍ୟ ସହ ଜୀବନ ବିପଦରେ ପକାଇ ଏଭଳି ଧର୍ମ ପାଳନ କରିବା ଅନୁଚିତ୍ ବୋଲି କହିଛନ୍ତି ଗଜପତି ମହାରାଜା।
/odishatv-khabar/media/post_attachments/wp-content/uploads/2020/04/puri-2.jpg)
ସେପଟେ ମହାପ୍ରଭୁଙ୍କ କୌଣସି ଯାତ୍ରା ବନ୍ଦ କରାଯିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ସରକାରଙ୍କ ସବୁ ଗାଇଡ୍ଲାଇନ୍ ମାନି ଯାତ୍ରା କିଭଳି ସୁରୁଖୁରୁରେ ଆୟୋଜନ ସହ ପରମ୍ପରା ଅକ୍ଷୁର୍ଣ୍ଣ ରହିବ, ସେ ନେଇ ସବୁ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ସେବାୟତ ମତ ଦେଇଥିଲେ।
ଇତିହାସକୁ ଅବଲୋକନରୁ ସୂଚନା ମିଳେ ଯେ, ବିଗତ ୪୨୫ ବର୍ଷ ଭିତରେ ଯବନ ଓ ବାହ୍ୟଶତ୍ରୁ ଆକ୍ରମଣ ଯୋଗୁଁ ୩୨ ଥର ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇପାରିନି। ହେଲେ ୧୭୩୬ ମସିହାରୁ ଆଜି ଯାଏଁ କ୍ରମାଗତ ୨୮୪ ବର୍ଷ ଧରି ଏ ଯାତ୍ରା ପ୍ରତି କେବେ ବାଧା ପହଞ୍ଚିନି।
/odishatv-khabar/media/post_attachments/wp-content/uploads/2020/04/rfgh.jpg)
ତେଣୁ ଏ ବିଧିକୁ କିଭଳି ଯଥାରୀତି ପାଳନ କରାଯାଇପାରିବ, ସେ ନେଇ କିଛି ମହତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛି ଛତିଶା
୧.ନିଯୋଗ। ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ଆଗୁଆ କରୋନା ଟେଷ୍ଟ କରାଯାଇ ସ୍ୱତନ୍ତ୍ର ଆଇସୋଲେସନରେ ରଖିବା ୨.ସମସ୍ତ ସେବାୟତ, ପୋଲିସ ଓ ଅନ୍ୟାମାନଙ୍କୁ ମିଶାଇ ପ୍ରାୟ ୧୫୦୦ ଲୋକଙ୍କୁ ଆଗୁଆ ଚିହ୍ନଟ କରି ସେମାନଙ୍କ କରୋନା ପରୀକ୍ଷା କରାଇବା
/odishatv-khabar/media/post_attachments/wp-content/uploads/2020/04/tyu.jpg)
୩. ପୁରୀକୁ ଭକ୍ତଙ୍କ ପ୍ରବେଶ ମନା ସାଙ୍ଗକୁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖିବା
୪. ଏବଂ ସହରର ସମସ୍ତ ହୋଟେଲ, ଲଜ୍ , ମଠ, ଆଶ୍ରମରେ ଯାତ୍ରୀଙ୍କ ରହଣିକୁ ଅନୁମତି ନଦେବା ଭଳି ଏକାଧିକ ସତର୍କତାମୂଳକ ପ୍ରସ୍ତାବ ରଖିଛନ୍ତି ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର।
ଏପଟେ ପୁରୀରେ ରଥଯାତ୍ରା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gtr_1627282859.jpg)