vaccination
ନିୟମଗିରି: ପୁଣି ନିରାଶ ପ୍ରଶାସନ, ବୁଝାଇବାରେ ଅସଫଳ ହେଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳର ପାରସାଲିରେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ କୋଭିଡ୍-୧୯ ଟିକା କରଣ କରିବାର ଥିଲା। କିନ୍ତୁ କେହି ହେଲେ ଆସିଲେନାହିଁ ଟିକା କରଣ କେନ୍ଦ୍ରକୁ।
ଟେବୁଲ୍ ଉପରେ ଭ୍ୟାକ୍ସିନ୍ ବକ୍ସ ଓ ଟିକା କରଣ ସରଞ୍ଜାମ, ପୁରା ପ୍ରସ୍ତୁତ ହେଇ ନିକଟରେ ବସିଥିଲେ କର୍ମଚାରୀ। କିନ୍ତୁ ନାହାନ୍ତି ଜଣେ ହେଲେ ଟୀକାକରଣ ହେବାକୁ ଉପଭକ୍ତା। ଏମିତି ଦୃଶ୍ୟଟି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ ଅଞ୍ଚଳ ପାରସାଲିରେ। ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ ଟୀକାକରଣ କରିବାକୁ ସ୍ୱତନ୍ତ୍ର କ୍ୟାମ୍ପ କରିଥିଲେ କିନ୍ତୁ କେହି ହେଲେ ଜଣେ ଟିକା ନେବାକୁ ଆସିଲେନି। ରୋକଠକ୍ ମନା କରିଦେଲେ। ଫଳରେ ନିରାଶ ହୋଇ ଫେରିଆସିଲେ ମେଡିକାଲ୍ ଟିମ୍।
ଗତ କିଛିଦିନ ପୂର୍ବରୁ ଟିକା କରଣ ନିମନ୍ତେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଓ ଆଶାକର୍ମୀ ଘରଘରକୁ ଜାଇ ଲୋକଙ୍କୁ ଟିକା ନେବା ପାଇଁ ବୁଝାସୁଝା କରିଥିଲେ ଓ ଲୋକେ ରାଜି ବି ଥିଲେ କିନ୍ତୁ ସକାଳୁ ଡାକିବାକୁ ଯାଇଥିବା କର୍ମଚାରୀଙ୍କୁ ନାହିଁ ନଥିବା ଗାଳିଗୁଲଜ କରି ଫେରାଇ ଦେଇଥିଲେ ଓ ଯୁକ୍ତି କରିଥିଲେ କି ଆମେ ଡଙ୍ଗରର ପିଲା। କୁସୂଳାଭାତ,ମଣ୍ଡିଆ ପେଜ ଖାଇ ଜଙ୍ଗଲରେ ବଞ୍ଚିଛୁ ଆମର କଛି ହେବନାହିଁ। ପରେ ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚାରଣ ନାୟକ ଜାଇ ବୁଝାସୁଝା କରିବାକୁ ଚେଷ୍ଟା କରି ନିରାଶ ହେବାକୁ ପଡ଼ିଥିଲା।
ଗାଳିଗୁଲଜ କରି ଫେରାଇ ଦେବା କଥାକୁ ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ ଅସ୍ୱୀକାର କରିଛନ୍ତି। କିନ୍ତୁ ବୁଝାସୁଝା କରି ବିଫଳ ହେବା କଥାକୁ ସ୍ୱୀକାର କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସଫଳ ହେବୁ ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ କରୋନା ସଂକ୍ରମଣର ସଂଖ୍ୟା ବଢୁଥିବାରୁ ଏବେ ଟିକାକରଣକୁ ଗୁରୁତର ସହ ନିଆଯାଉଛି।
ସୂଚନା ଅନୁସାରେ, ରାଜ୍ୟରେ ହଠାତ୍ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଣଣ ହୋଇଛନ୍ତି ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ବାହାରିଛନ୍ତି ୨୭୭୪ ଜଣ। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲାକ ସମ୍ପର୍କ ବିଭାଗ ।
ସେହିପରି ରାଜ୍ୟରେ ଆଜି ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୬୧୮ ଛୁଇଁଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vaccination_1626257354.jpg)