Advertisment

Cyclone Montha: ମାଡ଼ି ଆସୁଛି ବାତ୍ୟା 'ମୋନ୍ଥା', କିଛି ସମୟରେ ସିଭିୟର ସାଇକ୍ଲୋନ୍

ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। କାକିନାଡ଼ା ପାଖରେ ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ୯୦ରୁ ୧୦୦ କିମି ବେଗରେ ବହିବ ପବନ।

cyclone

cyclone Photograph: (OTV)

Advertisment

ମାଡି ଆସୁଛି ବାତ୍ୟା ମୋନ୍ଥା। ସମୁଦ୍ରରୁ ଦୂରଉଛି, ସ୍ଥଳଭାଗକୁ ପାଖଉଛି। ଆନ୍ଧ୍ର ଉପକୂଳ ମୁହାଁ ହେବା ସହ କାକିନାଡାରେ ପ୍ରଭାବ ଦେଖାଇଲାଣି ସାଇକ୍ଲୋନ ମୋନ୍ଥା। ସମୁଦ୍ର ଅଶାନ୍ତ ହେବା ସହିତ ବର୍ଷା ବି ଆରମ୍ଭ ହୋଇଛି। ବଙ୍ଗୋପସାଗରରୁ ବଳ ଗୋଟାଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ଗତି କରୁଛି ସାଇକ୍ଲୋନ। ଆଉ କିଛି ସମୟ ଭିତରେ ହେବ ସିଭିୟର ସାଇକ୍ଲୋନ୍। 
ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରର ମଛଲିପଟନମ୍ ରୁ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବ। ସେତେବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ। 
ଆଇଏମଡି ଜିଜି କହିଛନ୍ତି, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଥିବା ବାତ୍ୟା। ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡ଼ିବ। ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ ବହିବ। ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି।

Advertisment

ଅଧିକ ଦେଖନ୍ତୁ:


•    ମାଡ଼ି ଆସୁଛି ବାତ୍ୟା 'ମୋନ୍ଥା'
•    ଆନ୍ଧ୍ର ଉପକୂଳ ମୁହାଁ ସାଇକ୍ଲୋନ୍
•    କିଛି ସମୟରେ ସିଭିୟର ସାଇକ୍ଲୋନ୍ ହେବ
•    ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା 
•    କାକିନାଡ଼ା ପାଖରେ ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବ
•    ଲ୍ୟାଣ୍ଡଫଲ୍ ବେଳେ ୯୦ରୁ ୧୦୦ କିମି ବେଗରେ ବହିବ ପବନ
•    କାକିନାଡ଼ାରେ ପ୍ରଭାବ ଦେଖାଇଲାଣି ବାତ୍ୟା 
•    ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହେବ ବାତ୍ୟା
•    ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ
•    ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ାରେ ପ୍ରଭାବ ପଡ଼ିବ
•    କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡ଼ିବ
•    ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ
•    ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ 

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ