WEATHER Photograph: (OTV)
ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଚଳିତ ମାସରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଭାରତୀୟ ପାଣିପାଗ ବିଭାଗ ପୁଣି ବାତ୍ୟା ଆକଳନ କରିବା ପରେ ଭୟ ବଢ଼ିଛି। ମାଲାକ୍କା ସମୁଦ୍ର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ୱେଲମାର୍କଡ୍ ଲୋପ୍ରେସରରେ ପରିଣତ ହୋଇଥିବା ବେଳେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ।
ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି । ତେବେ ସାଇକ୍ଲୋନର ଗତିପଥ ଓ ପ୍ରଭାବ ନେଇ କୌଣସି ଆକଳନ କରିନି ପାଣିପାଗ ବିଭାଗ। ସମ୍ଭାବ୍ୟ ବାତ୍ୟା ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳକୁ ହିଟ୍ କରିପାରେ। ୨୬-୨୭ ତାରିଖ ବେଳକୁ ଚିତ୍ରରେ ସ୍ପଷ୍ଟତା ଆସିପାରେ। ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିନପାରେ।
କିନ୍ତୁ ବର୍ଷା କରାଇପାରେ। କାଲିଠୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢିବ। ୨୬ ସକାଳୁ ୬୦ରୁ ୭୦ କିଲୋମିଟର ଓ ସର୍ବାଧିକ ୮୦ କିମି ଏବଂ ୨୭ ସକାଳୁ ୧୦୦ କିମି ରହିପାରେ ପବନ ବେଗ।
• ବଙ୍ଗୋପସାଗରରେ ଆସୁଛି ବାତ୍ୟା
• ଓ୍ୱେଲମାର୍କଡ୍ ଲୋପ୍ରେସରରେ ପରିଣତ ହୋଇସାରିଛି ଲଘୁଚାପ
• ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ
• ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ
• ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳକୁ ହିଟ୍ କରିପାରେ
• ୨୬-୨୭ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହୋଇପାରେ
• ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିନପାରେ।
• ଓଡ଼ିଶାକୁ ଭିଜାଇପାରେ ସମ୍ଭାବ୍ୟ ବାତ୍ୟା
• କାଲିଠୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/24/weather-2025-11-24-08-54-44.jpg)