mokkil-up
କଟକ : କଟକ ପୁରୀଘାଟ ପୁଲିସ ଦ୍ୱାରା ରାତି ଅଧିଅା ଗିରଫ ହୋଇଥିବା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ଙ୍କୁ ମିଳିଛି ଜାମିନ୍। କଟକ SDJMଙ୍କ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସହ ସମସ୍ତ ୧୭ ଜଣଙ୍କୁ ମଧ୍ୟ ଜାମିନ୍ ମିଳିଛି।
ପୁରୀଘାଟ ଥାନାରେ ପଶି ଭଙ୍ଗାରୁଜା ଅଭିଯୋଗ ଘଟଣାରେ ମୋକିମଙ୍କୁ ଗିରଫ କରିଥିଲା ପୁଲିସ। ତାଙ୍କ ସହ ସିଏମ୍ସିର ୩ କର୍ପୋରେଟର ଗିରିବାଳା ବେହେରା, ଅରୁଣ ସେଠୀ ଏବଂ ଶେଖ ସମ୍ମିମୁଲାଙ୍କ ସହ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। ସମସ୍ତଙ୍କ ଘରେ ରାତି ଅଧିଅା ଚଢ଼ଉ କରି ଗିରଫ କରିଥିଲା ପୁଲିସ।
ବିଜୟ ବାରିକ ନାମକ ଜଣେ ଓ୍ୱାରେଣ୍ଟି ତଥା କଂଗ୍ରେସ କର୍ମୀଙ୍କୁ ଗିରଫ ପ୍ରତିବାଦରେ ଗତ ମଙ୍ଗଳବାର ଥାନାରେ ପଶି କଂଗ୍ରେସ କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ତାସହ ଥାନା ସାମ୍ନାରେ ରାସ୍ତା ଅବରୋଧ ହୋଇଥିଲା। ତେବେ ମହମ୍ମଦ ମୋକିମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ଏବଂ ଅାକ୍ରୋଶମୂଳକ ଭାବେ ଗିରଫ କରାଯାଇଥିଲା।
ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଶାସକ ଦଳ ଚାପରେ ପୁଲିସ ଏଭଳି ଗିରଫଦାରୀ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mokkil-up_1626762725.jpg)