Advertisment

Roadside Crushers Destroying Agriculture: ସରକାରୀ ନିୟମକୁ ଫୁ, ରାସ୍ତାକଡରେ କ୍ରସର..ଉଜୁଡି ଯାଉଛି ଚାଷ

ପଥର ମାଫିଆଙ୍କ ଦାଦାଗିରି । ସବୁ ନିୟମକୁ ଫୁ କରି ଗର୍ଜନ କରୁଛି କ୍ରସର । ଚାଷ ଜମିରେ ଢାଙ୍କି ଦେଉଛି ପଥରଗୁଣ୍ଡ । ମୁହଁ ଖୋଲୁ ନାହାନ୍ତି ବିଭାଗୀୟ ଅଧିକାରୀ । ଚିନ୍ତାରେ ଚାଷୀ, ହଇରାଣ ହରକତ ଗ୍ରାମବାସୀ ।

Illegal-Crusher

Illegal-Crusher Photograph: (OTV)

Advertisment

ପଥର ମାଫିଆଙ୍କ ଦାଦାଗିରି । ସବୁ ନିୟମକୁ ଫୁ କରି ଗର୍ଜନ କରୁଛି କ୍ରସର । ଚାଷ ଜମିରେ ଢାଙ୍କି ଦେଉଛି ପଥରଗୁଣ୍ଡ । ମୁହଁ ଖୋଲୁ ନାହାନ୍ତି ବିଭାଗୀୟ ଅଧିକାରୀ । ଚିନ୍ତାରେ ଚାଷୀ, ହଇରାଣ ହରକତ ଗ୍ରାମବାସୀ ।

Advertisment

ଗାଁ ଲୋକଙ୍କୁ ଭୁତାଇ, ପ୍ରଥମେ ଜମି ନେଇଗଲା ପଥର ମାଫିଆ। କୁହାଗଲା କୃଷି ଭିତ୍ତିକ ପ୍ରକଳ୍ପ ହେବ, କିନ୍ତୁ ବସା ହେଲା କ୍ରସର। ଏବେ ଗର୍ଜନ କରୁଛି କ୍ରସର….

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ  ବେଲପଡା ବ୍ଳକର କନ୍ଧେନଝୁଲା ପଞ୍ଚାୟତରେ ଥିବା କ୍ରସରଟି, ଏବେ ଗାଁ ଲୋକଙ୍କ ପାଇଁ କାଳ ହୋଇଛି। ଉଜାଡି ସାରିଲାଣି ପୂରା ଚାଷ ଜମି। ପଥରଗୁଣ୍ଡରେ ପୋତି ହୋଇଗଲାଣି। କ୍ରସରରେ ଲଗାମ ନ ଲାଗିଲେ ଆଗକୁ ଚାଷ ଉପଯୋଗୀ ରହିବ ନାହିଁ ଜମି। ଏନେଇ ତହସିଲ ଓ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ଚାଷୀ। ହେଲେ ଏବେ ରାଜସ୍ୱ ନୁହେଁ, ଖଣି ବିଭାଗ ବୁଝୁଥିବା କହି ଅଭିଯୋଗକୁ ଗୁରୁତ୍ୱ ଦେଇନାହାନ୍ତି ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳ। 

Advertisment

କ୍ରସର ପାଇଁ ଖାଲି ଚାଷ ନଷ୍ଟ ହେଉନି, ଗାଁରେ ରହୁଥିବା ଲୋକଙ୍କ ଉପରେ ବି ପ୍ରଭାବ ପଡୁଛି। ଏପରିକି ଗାଁ ରାସ୍ତାରେ ପଥର ବୋଝେଇ ଡମ୍ଫର ଯିବା ଆସିବା ରାସ୍ତା ଅବସ୍ଥା ଶୋଚନୀୟ ହେଲାଣି। ବର୍ଷଟିଏ ହେଇନାହିଁ କଂକ୍ରିଟ ରାସ୍ତା ନଷ୍ଟ ହୋଇ ଧୂଳି ଗଦାରେ ପରିଣତ ହେଲାଣି। ରାସ୍ତା ସଂକୀର୍ଣ୍ଣ ଥିବାରୁ ବଡ ବଡ ଡମ୍ଫର ଯିବା ଗାଁ ଲୋକଙ୍କ ପାଇଁ ବିପଦ ହୋଇଛି। କ୍ରସର ପାଇଁ ସ୍ପଷ୍ଟ ନିୟମ ଥିବା ବେଳେ ଏଠି ସବୁକୁ ହେୟ ଜ୍ଞାନ। ଆଖି ବୁଜିଦେଇଛି ସ୍ଥାନୀୟ ପ୍ରଶାସନ? ଏପରିକି ପ୍ରତିକ୍ରିୟାରେ ନିୟମ କଥା କହୁଥିଲେ ବି, କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ଖଣି କି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ। 

Agriculture Illegal Crusher Unit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ