father
ବାଲେଶ୍ୱର (ରଶ୍ମୀରଞ୍ଜ ଦାସ) : ଆଜିକାଲି ଦୁନିଆରେ ବୁଢା ବାପାମାଆ ନିଜ ପିଲାଙ୍କ ପାଇଁ ସତେ ଯେମିତି ଅଲୋଡା ହୋଇପଡିଛନ୍ତି। ନିଜ ସ୍ତ୍ରୀ ଓ ପିଲାଛୁଆଙ୍କ କଥା ବୁଝୁଥିବା ବେଳେ ବାପାମାଆ ବୁଢ଼ା ହେବା ପରେ ସତେ ଯେମିତି ପିଲାଙ୍କ ପାଇଁ ଅଲୋଡ଼ା ହୋଇପଡୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରରେ। ପାରାଲିସିସ୍ରେ ପୀଡିତ ଜଣେ ବୃଦ୍ଧଙ୍କୁ ପରିତ୍ତ୍ୟକ୍ତ ଘରେ ଛାଡିଦେଇଛି ତାଙ୍କ ପୁଅ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।
ଆଶାଥିଲା ବୁଢା ହେଲେ ପୁଅବୋହୂ ତାଙ୍କ ନିକଟରେ ରହି ସେବାଶ୍ରୁଶୂଷା କରିବେ। ହେଲେ ଭାଗ୍ୟର ବିଡମ୍ବନା ପର କରିଦେଲେ ପୁଅ ବୋହୂ। ଗତବର୍ଷ ବୃଦ୍ଧ ଧନେଶ୍ୱରଙ୍କ ସ୍ତ୍ରୀ ଆଖିବୁଜିଛନ୍ତି, ଏବେ ବୃଦ୍ଧଙ୍କ ହାତ ଗୋଡ଼ ପାରାଲିସସ ହୋଇଯାଇଛି। ଏପରିସ୍ଥଳେ ବାଲିଆର ଏକ ପରିତ୍ତ୍ୟକ୍ତ ଘରେ ବୃଦ୍ଧ ବାପାଙ୍କୁ ଛାଡି ପୁଅବୋହୂ ଅଲଗା ରହୁଛନ୍ତି । ଏନେଇ ଜାଣିବା ପରେ ବୃଦ୍ଧଙ୍କୁ ସହାୟତାର ହାତ ବଢାଇଛନ୍ତି ସ୍ଥାନୀୟ ଲୋକେ।
ବଡ଼ ପୁଅବୋହୂ ନପଚାରିବାରୁ ସାନ ପୁଅ ବୋହୁଙ୍କ ପାଖାରେ ରହୁଥିଲେ ଧନେଶ୍ୱର । ହେଲେ ସାନପୁଅ ବୋହୂ ଏକ ଭଡ଼ାଘର ନେଇ ରହିବା ପରଠୁ ଆଉ ବୁଢ଼ା ବାପାକୁ ପଚାରିଲେନି । ସ୍ଥାନୀୟ ଲୋକେ ବୃଦ୍ଧ ଧନେଶ୍ୱରଙ୍କ ପୁଅକୁ ଡାକି ଏନେଇ ପଚାରିଥିଲେ। ହେଲେ ପୁଅ ନିଜର ଭୁଲ ମାନିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ବୃଦ୍ଧ ବାପାଙ୍କୁ ନେବାକୁ ରାଜି ହୋଇନଥିଲେ।
ବୃଦ୍ଧ ଅବସ୍ଥାରେ ପୁଅ ବୋହୂ କିମ୍ବା ଝିଅ ମଧ୍ୟ ବାପାଙ୍କୁ ପଚାରିଲେନି। ଶେଷରେ ସ୍ଥାନୀୟ ଯୁବକ ସଂଘ ଏହି ବୃଦ୍ଧଙ୍କର ସେବା କରିବା ସହ ତାଙ୍କୁ ଜରାଶ୍ରମରେ ରଖିବାକୁ ସ୍ଥିର କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/father_1626685348.jpg)