Advertisment

Shock Incident: ହୃଦୟହୀନ ହୋଇଗଲା ମା’; ନବଜାତକୁ ପର ହାତକୁ ଟେକିଦେଲା

ହୃଦୟହୀନ ହୋଇଗଲା ମା’। ଅନ୍ତ ଫାଡି ଜନ୍ମ ଦେଲା, ପର ହାତକୁ ଟେକିଦେଲା। ଚାଇଲ୍ଡ ହେଲ୍ପ ଲାଇନର ହସ୍ତକ୍ଷେପ, ଶିଶୁକୁ ଉଦ୍ଧାର। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନଟାପଡ଼ା ପଞ୍ଚାୟତ ସେଣସାହି ଗାଁରେ ।

New Born

New Born Photograph: (OTV)

Advertisment

ହୃଦୟହୀନ ହୋଇଗଲା ମା’। ଅନ୍ତ ଫାଡି ଜନ୍ମ ଦେଲା, ପର ହାତକୁ ଟେକିଦେଲା। ଚାଇଲ୍ଡ ହେଲ୍ପ ଲାଇନର ହସ୍ତକ୍ଷେପ, ଶିଶୁକୁ ଉଦ୍ଧାର।  ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନଟାପଡ଼ା ପଞ୍ଚାୟତ ସେଣସାହି ଗାଁରେ । ନବଜାତ ଶିଶୁକୁ ଅନ୍ୟ ହାତକୁ ଟେକିଦେଇଛନ୍ତି ଦମ୍ପତି।

Advertisment

ସେଣସାହି ଗାଁର ପ୍ରଫୁଲ୍ଲ ଧଡ଼ା ଓ ଗାୟତ୍ରୀ ଧଡ଼ାଙ୍କର ଏକ ଶିଶୁ ପୁତ୍ର ଘରେ ଜନ୍ମ ହୋଇଥିଲା। ପରେ ଚିକିତ୍ସା ପାଇଁ ଈଶ୍ୱରପୁର ମେଡିକାଲକୁ ଯାଇଥିଲେ। ଭଦ୍ରକ ଜିଲ୍ଲାର ପ୍ରେମାନନ୍ଦ ନାୟକଙ୍କ ପରିବାର ସେହିଠାରେ ଦମ୍ପତିଙ୍କ ଠାରୁ ଶିଶୁପୁତ୍ରଟିକୁ ନେଇଯାଇଥିଲେ। ପ୍ରଫୁଲ୍ଲ ଧଡ଼ା ଓ ଗାୟତ୍ରୀ ଧଡ଼ାଙ୍କର ଆର୍ଥିକ ସ୍ଥିତି ଖରାପ ଥିବାରୁ ଶିଶୁପୁତ୍ରଟିକୁ ଅନ୍ୟ ହାତକୁ ଟେକି ଦେଇଥିବା କହିଛନ୍ତି ଦମ୍ପତି। 
ପୂର୍ବରୁ ତାଙ୍କର ୪ଟି ପିଲା ରହିଛନ୍ତି। ଝାଟିମାଟି କୁଡିଆରେ ଚଳିବାକୁ କଷ୍ଟ ହେଉଥିବା ବେଳେ ସରକାରଙ୍କ ତରଫରୁ ମିଳୁଥିବା ୧୫ କିଲୋ ଚାଉଳରେ ପରିବାର ଚଳିବା କଷ୍ଟ ହୋଇପଡୁଛି।

ଅଭାବେ ସ୍ୱଭାବ ନଷ୍ଟ

ସେପଟେ ପ୍ରଫୁଲ୍ଲଙ୍କର ସ୍ୱାସ୍ଥ୍ୟ ଭଲ ରହୁ ନଥିବା କାରଣରୁ କାମ ଧନ୍ଦା କରିପାରୁ ନାହାନ୍ତି। ଫଳରେ ଘୋର ଆର୍ଥିକ ସମସ୍ୟା ଦେଇ ପରିବାର ଗତି କରୁଛି। ଏଭଳି ଅବସ୍ଥାରେ ଆଉ ଗୋଟେ ପିଲାକୁ ପାଳିବା କଷ୍ଟକର ଅନୁଭବ କରି ଦମ୍ପତି ଅନ୍ୟ ହାତକୁ ଟେକିଦେଲେ। ଏହି ଘଟଣା ଜାଣିବା ପରେ ଚାଇଲ୍ଡ ହେଲ୍ପ ଲାଇନ ପହଞ୍ଚି ପଚରାଉଚରା କରିଛି ଆଉ ଶିଶୁକୁ ଭଦ୍ରକ ଜିଲ୍ଲାରୁ ଉଦ୍ଧାର କରିଛି। 

Advertisment

ତେବେ ପିଲାଟିକୁ ଜନ୍ମ ଦେବା ପରେ ବାପା-ମା’ ପର ହାତକୁ ଟେକି ଦେଇଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଅନ୍ୟ କୋଳକୁ ଚାଲିଯାଇଥିଲା ଶିଶୁ। ଏବେ ବାପା ମାଆ ନିଜର ଭୁଲ ବୁଝିପାରି ପିଲାକୁ ଆପଣେଇବେ ବୋଲି ଆଶା କରାଯାଉଛି।

Child Sale
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ