Advertisment

Big Budget for CM and Ministers’ Housing: ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀଙ୍କ ବାସଭବନ ପାଇଁ କୋଟି କୋଟି ଖର୍ଚ୍ଚ, ଆସିଲା ତଥ୍ୟ

ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀଙ୍କ ବାସଭବନ ପାଇଁ କୋଟି କୋଟି ଖର୍ଚ୍ଚ । ରାଜକୋଷରୁ ଯାଇଛି ୩ କୋଟି ୩୯ ଲକ୍ଷ ଟଙ୍କା । ଏକଥା ଆମେ କହୁନୁ କହୁଛି ବିଧାନସଭାର ଏହି ତଥ୍ୟ । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

Govt-Quarters

Govt-Quarters Photograph: (OTV)

Advertisment

ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀଙ୍କ ବାସଭବନ ପାଇଁ କୋଟି କୋଟି ଖର୍ଚ୍ଚ । ରାଜକୋଷରୁ ଯାଇଛି ୩ କୋଟି ୩୯ ଲକ୍ଷ ଟଙ୍କା । ଏକଥା ଆମେ କହୁନୁ କହୁଛି ବିଧାନସଭାର ଏହି ତଥ୍ୟ । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୨ଟି ବାସଭବନ ପାଇଁ ଖର୍ଚ୍ଚ କରାଯାଇଛି ୭୩ ଲକ୍ଷରୁ ଅଧିକ ଟଙ୍କା । ସେହିଭଳି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ବାସଭବନ ପାଇଁ ୨୮ ଲକ୍ଷ ୨୧ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କ୍ବାର୍ଟର୍ସ ମରାମତି ପାଇଁ ସର୍ବ ନିମ୍ନ ୫ ଲକ୍ଷ ପ୍ଲସ ଖର୍ଚ୍ଚ ହୋଇଛି । 

Advertisment

୨୦୨୪ରେ ରାଜ୍ୟରେ ନୂଆ କରି ଆସିଥିଲା ବିଜେପି ସରକାର । ସେଥିଲାଗି ଅନେକ ସରକାରୀ କ୍ବାର୍ଟର୍ସ ଗୁଡ଼ିକୁ ମଡେଲିଂ କରାଯାଇଥିଲା । ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ସରକାରୀ କ୍ବାର୍ଟର୍ସ ଗୁଡ଼ିକ ମଡେଲିଂକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଲିଖିତ ଉତ୍ତର ସମସ୍ତଙ୍କୁ ଚମକାଇ ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମରାମତି ଖର୍ଚ୍ଚ

ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ସରକାରୀ ବାସଭବନର ମରାମତି ପାଇଁ ଖର୍ଚ୍ଚ ହୋଇଛି ୩ କୋଟି ୩୯ ଲକ୍ଷ ଟଙ୍କା । ସର୍ବାଧିକ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ବାସଭବନରେ ୭୩ ଲକ୍ଷ ୫୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ୟୁନିଟ୍-2 ବି-1 କ୍ବାର୍ଟର୍ସ ମରାମତି ପାଇଁ ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ୍ ୫୦,୧୦, ୮୭୧ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୟୁନିଟ୍ 5ରେ ଥିବା ଆଉ ଏକ ସରକାରୀ କ୍ବାର୍ଟର୍ସ ମରାମତି ପାଇଁ ଆରଆଣ୍ଡ ବି ଡିଭିଜନ ଖର୍ଚ୍ଚ କରିଛି ୨୩, ୪୭,୪୮୭ ଟଙ୍କା । 

Advertisment

ସେହିପରି ୟୁନିଟ୍ 6 ସ୍ଥିତ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବାସଭବନ ମରାମତି ପାଇଁ ୨୮,୨୧,୨୩୦ ଟଙ୍କା ଖର୍ଚ୍ଚ ହୋଇଛି । ଆଗରୁ ଏହି ଘରେ ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ରହୁଥିଲେ । ତାଙ୍କର ଟ୍ରି ହାଉସ ବେଶ ଫେମସ୍ ଥିଲା । ସେହିପରି ଗଣେଶରାମ ସିଂହ ଖୁଣ୍ଟିଆଙ୍କ ବାସଭବନର ମରାମତି ପାଇଁ ଖର୍ଚ୍ଚ ହୋଇଛି ୨୫ ଲକ୍ଷରୁ ଅଧିକ ଟଙ୍କା । ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନର ମରାମତି ପାଇଁ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାସଭବନ ମରାମତି ବା ରିନୋଭେସନ୍ ପାଇଁ ଖର୍ଚ୍ଚ ହୋଇଛି ୭ ଲକ୍ଷରୁ ଅଧିକ ଟଙ୍କା  । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନର ମରାମତି ପାଇଁ ଖର୍ଚ୍ଚ ହୋଇଛି ୫ ଲକ୍ଷରୁ ଅଧିକ ଟଙ୍କା । 

ନବୀନ ସରକାରଙ୍କ ୨୪ ବର୍ଷ ପରେ ବିଜେପି ରାଜ୍ୟରେ ନୂଆ ସରକାର କରିଛି । ଆଉ ତା’ ପରେ ପୂର୍ବ ସରକାରର କିଛି ନେତା କ୍ବାର୍ଟର୍ସ ଛାଡ଼ିବା ପୂର୍ବରୁ କ୍ବାର୍ଟର୍ସ ପରିସରରେ କିଛି ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା । ଆଉ ଏହା ପରେ ପରେ ସରକାରୀ ଦଳର ଅନେକ ନେତା ଓ ମନ୍ତ୍ରୀ ସେମାନେ ନିଜ ଅନୁସାରେ କ୍ବାର୍ଟର୍ସ ସାଜସଜା ଆରମ୍ଭ କରିଥିଲେ । ଯେମିତି କି ମୁଖ୍ୟମନ୍ତ୍ରୀଙ୍କ କ୍ବାର୍ଟର୍ସ ରି ମଡେଲିଂକୁ ବିଶେଷ ଧ୍ୟାନ ଦିଆଯାଇଥିଲା । ଆଉ ଏବେ ସେହି ଖର୍ଚ୍ଚ ଜନସାଧାରଣଙ୍କ ନିକଟକୁ ଆସିଛି ।  

Advertisment

CM Residence Minister House Repairs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ