crocodile Photograph: (OTV)
ଅସ୍ତରଙ୍ଗ ସମୁଦ୍ରରେ ବୁଲୁଛି କୁମ୍ଭୀର। ପୁରୀ ଜିଲ୍ଲା ଅସ୍ତରଂଗ ଜାହାନିଆ ସମୁଦ୍ରକୂଳରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉପକୂଳବର୍ତ୍ତୀ ଲୋକେ ଭୟଭିତ ହୋଇପଡିଛନ୍ତି। ନଭମ୍ବେର ୨୧ ତାରିଖରେ ୩ଫୁଟ ଲମ୍ବର ଏକ କୁମ୍ଭୀର ସମୁଦ୍ର କୂଳରେ ବୁଲୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦେଖି ଏହାକୁ ମୋବାଇଲରେ କଏଦ କରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମେଡିଆରେ ଭାଇରାଲ ହୋଇଛି।
ତେବେ ଏହା ପ୍ରଥମ ନୁହେଁ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖରେ ପୁଣି ଚନ୍ଦ୍ରଭାଗା ଉପକୂକରେ ଦେଢ଼ ଫୁଟ ଲମ୍ବର ଏକ ବଉଲା କୁମ୍ଭୀର ଦେଖାଯାଇଥିଲା ଯାହାକୁ ବନ ବିଭାଗ ଉଦ୍ଧାର କରିଥିଲା। ଗତ ବର୍ଷ ଡିସେମ୍ବର ମାସରେ ବି ଚନ୍ଦ୍ରଭାଗା ସମୁଦ୍ର କୂଳରେ ୮ ଫୁଟ ଲମ୍ବର ଏକ ଘଡିଆଳ କୁମ୍ଭରୀ ବୁଲୁଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି ଅସ୍ତରଂଗ ଉପକୂଳରେ କୁମ୍ଭୀର ବୁଲୁଥିବା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭତୀ ଅବସ୍ଥାରେ ଅଛନ୍ତି।
ଅସ୍ତରଂଗ ଓ କୋଣାର୍କ ବନାଞ୍ଚଳ ପକ୍ଷରୁ ୮ଟି ଟିମ ପାଟ୍ରୋଲିଂ ଜାରି ରହିଛି। ସେପଟେ ଅସ୍ତରଂଗ ଜାହାନିଆ ଓ କୋଣାର୍କ ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ଯିବାକୁ ବନ ବିଭାଗ ପକ୍ଷରୁ ବାରଣ କରାଯାଇଛି।
ଅସ୍ତରଙ୍ଗ ସମୁଦ୍ରରେ କୁମ୍ଭୀର
ଅସ୍ତରଙ୍ଗ ଜାହାନିଆ ସମୁଦ୍ରକୂଳରେ କୁମ୍ଭୀର ଭୟ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ଭୟଭିତ
ପର୍ଯ୍ୟଟକଙ୍କୁ ସମୁଦ୍ରକୁ ଯିବାକୁ ବନବିଭାଗ ପକ୍ଷରୁ ବାରଣ
ପୂର୍ବରୁ ଦୁଇ ଦୁଇ ଥର ଦେଖିବାକୁ ମିଳିଥିଲା କୁମ୍ଭୀର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/23/crocodile-2025-11-23-17-49-41.jpg)