Advertisment

SI Exam Scam: SI ପରୀକ୍ଷା ଜାଲିଆତି: ୧୧୯ ଗିରଫ

ପୋଲିସ SI ପରୀକ୍ଷା ଜାଲିଆତିରେ ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ। ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଜଣ ଗିରଫ ହୋଇଛନ୍ତି।

SI

SI Photograph: (OTV)

Advertisment

ପୋଲିସ SI ପରୀକ୍ଷା (Odisha Police SI Exam) ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ । ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବା ବେଳେ ୧୧୯ ଜଣ ଧରା ପଡ଼ିଥିଲେ । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଏମାନଙ୍କୁ ଧରିଥିଲା ବ୍ରହ୍ମପୁର ପୋଲିସ । ଜଣକ ପିଛା ୨୫ ଲକ୍ଷ ଟଙ୍କାର ଡିଲ ଥିବା ଚର୍ଚ୍ଚା ହେଉଛି । ତେବେ ଏହି ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ OPRB ପରୀକ୍ଷାକୁ ସ୍ଥଗିତ ରଖିଛି ।

Advertisment
Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ