Advertisment

Crisis at Swargadwar: ବନ୍ଦ ହୋଇଯିବ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ! ଘାରିଲାଣି କାଠ ଚିନ୍ତା

ବଢ଼ୁଛି ଶବ ସଂଖ୍ୟା, ମିଳୁନି କାଠ । ଶବ ସତ୍କାର କରିବାକୁ ପର୍ଯ୍ୟାପ୍ତ ହେଉନି ମହଜୁଦ କାଠ । ବିକଳ୍ପ ଚିନ୍ତା ନ କଲେ ସ୍ଥିତି ହେବ ଜଟିଳ । ଇଲେକ୍ଟ୍ରି ଚୁଲା ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ସେଥିପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁ ନାହାନ୍ତି।

Swargadwar

Swargadwar Photograph: (OTV)

Advertisment

ବଢ଼ୁଛି ଶବ ସଂଖ୍ୟା, ମିଳୁନି କାଠ । ଶବ ସତ୍କାର କରିବାକୁ ପର୍ଯ୍ୟାପ୍ତ ହେଉନି ମହଜୁଦ କାଠ । ବିକଳ୍ପ ଚିନ୍ତା ନ କଲେ ସ୍ଥିତି ହେବ ଜଟିଳ । ସ୍ୱର୍ଗଦ୍ୱାର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କଲେ ଆତ୍ମା ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ କୋଟିକୋଟି ହିନ୍ଦୁ ଧର୍ମର ଲୋକ ନିଜର ବନ୍ଧୁପରିଜନ, ଆତ୍ମୀୟ ସ୍ବଜନ ଓ ପରିବାର ଲୋକଙ୍କ ଶବସତ୍କାର କରିବାକୁ ଦୂରଦୂରାନ୍ତରୁ ସ୍ୱର୍ଗଦ୍ୱାରକୁ ଆସିଥାନ୍ତି।

Advertisment

ହେଲେ ଏବେ ଦିନକୁ ଦିନ ଶବ ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଅନ୍ତେଷ୍ଟିକ୍ରିୟା କରିବା ପାଇଁ କାଠର ଅଭାବ ଦେଖାଦେଲାଣି। ତେଣୁ ଶବ ସତ୍କାର କରିବାକୁ ଆସି ହୀନସ୍ତା ହେଉଛନ୍ତି ସମ୍ପର୍କୀୟ । 

ଗତ ୧୫ ତାରିଖରେ ସ୍ୱର୍ଗଦ୍ୱାରରେ  ରେକର୍ଡ ସଂଖ୍ୟକ ଶବସତ୍କାର ହୋଇଥିଲା।  ଉକ୍ତ ଦିନ ସ୍ବର୍ଗଦ୍ବାରରେ ୧୩୬ଟି ଶବ ପୋଡା ହୋଇଥିବା ବେଳେ ତାହା ହେଉଛି ସର୍ବକାଳୀନ ରେକର୍ଡ। ଗତ ଅଗଷ୍ଟ ମାସରେ ଗୋଟିଏ ଦିନରେ ସର୍ବାଧିକ ୧୨୨ଟି ଶବ ଆସିଥିବା ରେକର୍ଡ ରହିଥିଲା।

Advertisment

ଶବ ସଂଖ୍ୟା ୧୩୦ ଟପିଲା

ସ୍ୱର୍ଗଦ୍ୱାରରେ ମୋଟ୍ ୨୮ଟି ପିଣ୍ଡି ରହିଥିବା ବେଳେ ମୃତଦେହ ତୁଳନାରେ ଏହା ବହୁତ୍ କମ୍। ତେଣୁ ସରକାର ପର୍ଯ୍ୟାପ୍ତ ପରିମାଣର କାଠ ଯୋଗାଇବା ସହ ପିଣ୍ଡି ସଂଖ୍ୟା ବଢାଇବାକୁ ହେଲେ ସ୍ୱର୍ଗଦ୍ୱାର ସଂପ୍ରସାରଣର ଆବଶ୍ୟକତା ରହିଛି। ହରିଶ୍ଚନ୍ଦ୍ର ଯୋଜନାରେ ଶବ ପିଛା ୧.୮୦ କ୍ବିଣ୍ଟାଲ କାଠ ଯୋଗାଇ ଦିଆଯାଉଛି। ଏବେ ଶବ ସଂଖ୍ୟା ୧୩୦ ଅତିକ୍ରମ କରୁଥିବାରୁ ୨୦୦ କ୍ବିଣ୍ଟାଲ୍ ରୁ ଅଧିକ କାଠର ଆବଶ୍ୟକତା ପଡ଼ୁଛି। ଏହା କେବଳ ହରିଶ୍ଚନ୍ଦ୍ର ଯୋଜନା ହିସାବ। ହରିଶ୍ଚନ୍ଦ୍ର ଯୋଜନା ବାଦ୍ ନିଜସ୍ବ ଖର୍ଚ୍ଚରେ ହେଉଥିବା ଶବଦାହ ପାଇଁ କାଠକୁ ହିସାବ କଲେ ପରିମାଣ ଆହୁରି ବଢ଼ିଯିବ।

ଅନ୍ୟପଟେ କାଠର ଅଭାବକୁ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ହୋଇଥିବା କହିଛନ୍ତି ଓଏଫଡ଼ିସି କର୍ମଚାରୀ। ତେବେ ଅଳ୍ପ କିଛି ଦିନ ପାଇଁ ଇଲେକ୍ଟ୍ରି ଚୁଲା ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ସେଥିପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁ ନାହାନ୍ତି।  ତେଣୁ କାଠର ଚୋରାଚାଲାଣ ରୋକିବା ସହ ଜଙ୍ଗଲ ସୃଷ୍ଟି କଲେ ସ୍ୱର୍ଗଦ୍ୱାରରେ କାଠର ଅଭାବ ରହିବ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି।

Advertisment

Cremation Ground Puri Swargadwar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ