Jagatsingpur-Bangladeshi Photograph: (OTV)
ଜଗତସିଂହପୁରରେ ପଶିଛନ୍ତି ବାଂଲାଦେଶୀ ! ଆକ୍ସନ ମୋଡରେ ଜିଲ୍ଳା ପ୍ରଶାସନ । ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର । ବୁଲିଲା ବୁଲଡୋଜର । ଜଗତସିଂହପୁର ଜିଲ୍ଳାରେ ସନ୍ଦିଗ୍ଧ ବାଂଲାଦେଶୀକୁ ନେଇ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରଶାସନ ପୂରା ଆକ୍ସନକୁ ଆସିଛି । ସଦର ଥାନା ବେହେରାମପୁର ବସ୍ତିରେ ଥିବା ଘର ଉପରେ ବୁଲ୍ ଡୋଜର ବୁଲାଯାଇଛି । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ୧୦ ବଖରା ଘର ଭାଙ୍ଗି ମାଟିରେ ମିଶାଇଛି ପ୍ରଶାସନ ।
ରବିବାର ଜଗତସିଂହପୁର-ସଦର ଥାନା ଅଧିନ ବେହେରାମପୁର ବସ୍ତିରେ ପୋଲିସ ଚଢ଼ାଉ କରିଥିଲା । ବସ୍ତି ଲୋକଙ୍କ ସହ ପୋଲିସର ଧସ୍ତାଧସ୍ତି ବି ହୋଇଥିଲା । ଚଢ଼ାଉ ବେଳେ ଦୁଇ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖିଥିଲା ପୋଲିସ । ତା’ ସହ ଗୋଟିଏ ବନ୍ଧୁକ ଓ ଅନେକ ଖଣ୍ଡା, କଟୁରୀ ଆଦି ମାରଣାସ୍ତ୍ର ଜବତ କରିଥିଲା । କିନ୍ତୁ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଥିଲା । ଏନେଇ ଜଗତସିଂହପୁର ଜିଲ୍ଲାପାଳ ପ୍ରତିକ୍ରିୟା ରଖି କହିଛନ୍ତି, ମାମଲାକୁ ଗୁରୁତ୍ବର ସହ ନେଇଛୁ, ସବୁ ଦିଗରୁ ତଦନ୍ତ ଚାଲିଛି । ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପଦକ୍ଷେପ ନେବୁ । ...
ପୋଲିସ ଚଢ଼ାଉ ବେଳେ ୨ କନେଷ୍ଟବଳଙ୍କ ସହିତ ଅତିରିକ୍ତ ଏସ୍ପି ସତ୍ୟବ୍ରତ ଦାସ ଆହତ ହୋଇଥିଲେ । ସେହି ସମୟରେ ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଫେରାର ମଧ୍ୟ ହୋଇଯାଇଛନ୍ତି । ସେମାନଙ୍କୁ ଖୋଜିବା ସହ ଏ ଦିଗରେ ପୋଲିସ ତଦନ୍ତ ଚଳାଛି । ଆଉ ବର୍ତ୍ତମାନ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଗୁଡ଼ିକୁ ମାଟିରେ ମିଶାଉଛି ପ୍ରଶାସନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/jagatsingpur-bangladeshi-2025-11-17-16-53-38.jpg)