Advertisment

Cow Takes the Bomb Hit: ନିଜେ ବୋମା ଖାଇ କୁନି କୁନି ପିଲାଙ୍କ ଜୀବନ ରକ୍ଷା କଲେ ଗୋମାତା

ବିସ୍ଫୋରଣ ଘଟିଥିବା ସ୍ଥାନରେ କୁନି କୁନି ପିଲା ଖେଳୁଥିଲେ। ହେଲେ ସେମାନଙ୍କ ସହ କିଛି ଅଘଟଣ ଘଟିବା ପୂର୍ବରୁ ଗୋମାତା ନିଜ ଉପରକୁ ବିପଦକୁ ଟାଣି ନେଇଥିଲେ। ତେବେ ଗୁରୁତର ଭାବେ ଆହତ ହେବା ପରେ ଗାଈଟି ଖାଇବା ପିଇବା ବିନା ବହୁ କଷ୍ଟ ପାଉଥିଲା।

COW

COW Photograph: (OTV)

Advertisment

ଝୁଲି ପଡ଼ିଛି ଜିଭ, ରକ୍ତାକ୍ତ ହୋଇଯାଇଛି ପାଟି, ଆଉ ସୁନ୍ଦର ମୁହଁଟି ହୋଇଯାଇଛି ବିକୃତ। କିଛି ଅମଣିଷଙ୍କ ଘୃଣ୍ୟ କାର୍ଯ୍ୟ ପାଇଁ ଦଣ୍ଡ ପାଇଛି ଏହି ନିରୀହ ପଶୁ। କୌଣସି ମନ୍ଦ ଉଦ୍ଦେଶ୍ୟରେ କେହି ରଖିଥିବା ବିସ୍ଫୋରକ ଖାଇ କ୍ଷତାକ୍ତ ହୋଇଛି। ହେଲେ ନିଜେ କଷ୍ଟ ପାଇ ସେ ଦେଖାଇଛି ମାଆ ହେବାର ମହାନତା। ଆଉ ବଞ୍ଚାଇ ଦେଇଛି କୁନି କୁନି ଜୀବନ। 

Advertisment

ଖାଦ୍ୟ ଭାବି... 

ନୂଆବର୍ଷ ଦିନ ନୟାଗଡ଼ ସ୍ଥିତ ନୂଆଗାଁ ବ୍ଲକ ମାଇଛେଳି ଗ୍ରାମରେ ଘଟିଛି ଏହି ଅଘଟଣ। ଦୁର୍ବୃତ୍ତଙ୍କ ଦ୍ୱାରା ରଖାଯାଇଥିବା ବୋମାଟିକୁ ଗୋଟିଏ ଗାଈ ଖାଦ୍ୟ ଭାବି ଚୋବାଇ ଦେଇଥିଲା। ମୁହଁରେ ହିଁ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଫଳରେ ଗୋମାତାଟିର ମୁହଁ ସମ୍ପୂର୍ଣ୍ଣ କ୍ଷତବିକ୍ଷତ ହୋଇଯାଇଥିଲା। ଜିଭ ବାହାରକୁ ବାହାରିଯିବା ସହ ରକ୍ତାକ୍ତ ହୋଇଯାଇଥିଲା ଗାଈଟିର ମୁହଁ।  

ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ। ବିସ୍ଫୋରଣ ଘଟିଥିବା ସ୍ଥାନରେ କୁନି କୁନି ପିଲା ଖେଳୁଥିଲେ। ହେଲେ ସେମାନଙ୍କ ସହ କିଛି ଅଘଟଣ ଘଟିବା ପୂର୍ବରୁ ଗୋମାତା ନିଜ ଉପରକୁ ବିପଦକୁ ଟାଣି ନେଇଥିଲେ। ତେବେ ଗୁରୁତର ଭାବେ ଆହତ ହେବା ପରେ ଗାଈଟି ଖାଇବା ପିଇବା ବିନା ବହୁ କଷ୍ଟ ପାଉଥିଲା।

Advertisment

ତେଣୁ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି କଟକ ଜଗତପୁର ସ୍ଥିତ ଶିବଶକ୍ତି ଗୋସେବା ଆଶ୍ରମକୁ ଆଣିଥିଲେ। ଆଉ ସେଠାରେ ଅସ୍ତ୍ରୋପଚାର ପରେ ଗାଈଟି ସୁସ୍ଥ ଥିବା ଜଣାପଡ଼ିଛି। ଆଶ୍ରମର ସଦସ୍ୟ ମାନେ ତାର ଯତ୍ନ ନେଉଛନ୍ତି ।

Bomb Explosion Cow
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ