Advertisment

Controversy at Lingaraj Temple: ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପରେ ଗୋବର ପାଣି ସିଞ୍ଚନ, ପୂର୍ବ ଭାରତୀୟ ବଡି ବିଲଡିଂ ଚାଂପିୟନସିପକୁ ବିରୋଧ

ପୂର୍ବ ଭାରତୀୟ ବଡି ବିଲଡିଂ ଚାଂପିୟନସିପକୁ ବିରୋଧ କରିଛନ୍ତି ନାଗରିକ ମଞ୍ଚ। ଆଧ୍ୟାତ୍ମିକ ସ୍ଥାନରେ ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅପସଂସ୍କୃତି କହି ମଣ୍ଡପରେ ଛିଞ୍ଚିଛନ୍ତି ଗୋବର ପାଣି।

Body Building

Body Building Photograph: (OTV)

Advertisment

ଲିଙ୍ଗରାଜ ମନ୍ଦିର ସାମ୍ନା ଭଜନ ମଣ୍ଡପରେ ବଡି ବିଲଡିଂ ଚାଂପିୟନସିପ୍ ଆୟୋଜନକୁ ବିରୋଧ । ଚାଂପିୟନସିପ୍ ସରିବା ପରେ ମଣ୍ଡପରେ ଛିଞ୍ଚିଲେ ଗୋବର ପାଣି । ଗତ ୩ ଦିନ ଧରି ଏହି ମଣ୍ଡପରେ ଆୟୋଜିତ ହୋଇଥିଲା ପୂର୍ବ ଭାରତୀୟ ବଡି ବିଲଡିଂ ଚାମ୍ପିୟନସିପ୍ । ଏଥିରେ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟର ଶତାଧିକ ପୁରୁଷ ଓ ମହିଳା ବଡି ବିଲଡର ମାନେ ଅଂଶଗ୍ରହଣ କରିଥିଲେ । ତେବେ ଭଜନ ମଣ୍ଡପରେ ମହିଳା ବଡି ବିଲଡର ଭାଗ ନେବାକୁ ନେଇ ଆପତ୍ତି ଉଠାଇଛି ପୁରୁଣା ଭୁବନେଶ୍ବର ସଚେତନ ନାଗରିକ ମଞ୍ଚ ।

Advertisment

ଭଜନ କରାଯାଉଥିବା ସ୍ଥାନରେ ଛୋଟ ଛୋଟ ପୋଷାକ ପିନ୍ଧିଥିବା ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଓଡ଼ିଆଙ୍କ ଭାବାବେଗ ଓ ପ୍ରଭୁ ଲିଙ୍ଗରାଜଙ୍କୁ ଅପମାନିତ ବୋଲି କହିଛି ମଞ୍ଚ । ଆଉ ଏଭଳି ପ୍ରତିଯୋଗିତା ଏହି ସ୍ଥାନକୁ ଅପବିତ୍ର କରିଦେଇଛି ବୋଲି କହି ମଞ୍ଚ କର୍ମକର୍ତ୍ତାମାନେ ଗୋବର ପାଣି ଛିଞ୍ଚିଛନ୍ତି । 

ଅପସଂସ୍କୃତି ମାନସିକତା ନାହିଁ

ଏଭଳି ଗୋବର ପାଣି ଫିଙ୍ଗାଯିବାକୁ ନାପସନ୍ଦ କରିବା ସହ ତୀବ୍ର ବିରୋଧ କରିଛନ୍ତି ମହିଳା ବଡି ବିଲଡର । ଅନ୍ୟ ଖେଳ ପରି ବଡିବିଲଡିଂ ହେଉଛି ଏକ ଅନ୍ତର୍ଜାତୀୟ କ୍ରୀଡା । ଆଉ ଏହାର ସ୍ବତନ୍ତ୍ର ଡ୍ରେସ୍ କୋଡ୍ ରହିଛି । ତେଣୁ ଏଥିରେ କୌଣସି ଅପସଂସ୍କୃତି ମାନସିକତା ନାହିଁ ବୋଲି ମତ ଦେଇଛନ୍ତି କ୍ରୀଡାବିତ । 

Advertisment

ଭୁବନେଶ୍ବର ବଉଲଗଡ଼ କ୍ଲବ ପକ୍ଷରୁ ଆୟୋଜିତ ଏହି ବଡିବିଲଡିଂ ଚାମ୍ପିୟନସିପରେ ଅମିତ୍ ଭୂୟାଁ, ଜଗନ୍ନାଥ ଖୁଣ୍ଟିଆ, ରଶ୍ମି ରଞ୍ଜନ ଦାସ, ସୌମ୍ୟ ରଞ୍ଜନ ମିଶ୍ରଙ୍କ ଭଳି ଓଡିଆ ବଡି ବିଲଡରଙ୍କୁ ବିଭିନ୍ନ ବର୍ଗରେ ସଫଳତା ମିଳିଥିଲା । 

ପୁରୁଣା ଭୁବନେଶ୍ବର ନାଗରିକ ମଞ୍ଚର ବିରୋଧ
‘ଆଧ୍ୟାତ୍ମିକ ସ୍ଥାନରେ ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅପସଂସ୍କୃତି’
ବଡ଼ି ବିଲଡିଂ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ରହିଛି, ଅପସଂସ୍କୃତି ନୁହଁ: କ୍ରୀଡ଼ାବିତ

Advertisment
Women Body Building Championship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ