OTV-portal-corona
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍ ଲୋକାଲ କେସର ସଂଖ୍ୟା ରହିଛି ୩୮। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୨, ଭଦ୍ରକରୁ ୯, ବଲାଙ୍ଗୀର, ବୌଦ୍ଧ ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଦେବଗଡରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୬, ଝାରସୁଗୁଡାରୁ ୩, ଖୋର୍ଧାରୁ ୧୦, ମୟୂରଭଞ୍ଜରୁ ୬, ନବରଙ୍ଗପୁରରୁ ୨, ପୁରୀରୁ ୩, ରାୟଗଡାରୁ ଜଣେ, ସମ୍ବଲପୁରରୁ ୧୪ ଓ ସୁନ୍ଦରଗଡରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେବଳ ଏତିକି ନୁହେଁ ବରଂ ୨୪ ଘଂଟାରେ ରାଜ୍ୟରେ ଷ୍ଟେଟ୍ପୁଲର ସଂଖ୍ୟା ୨ ରହିଛି। ଏହାସହ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୩୩୭୬୨୦ ରହିଥିବା ବେଳେ ସୁସ୍ଥ ହେଲେଣି ମୋଟ୍ ୩୩୪୮୩୮ ଜଣ। ଆଉ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ କେସର ସଂଖ୍ୟା ୮୧୨ ରହିଥିବା ନେଇ ସୂଚନା ମିଳିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଂଟାରେ ରାଜ୍ୟରେ କରୋନାରେ କାହାର ପ୍ରାଣହାନୀ ହୋଇନାହିଁ। ଗୋଟିଏ ପଟେ ଅନ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/OTV-portal-corona_1626251631.jpg)